କେମିତି ମାଆ ଇଏ? ମହିଳା ଆଇସ୍‌ କ୍ରୀମ୍‌ ପାର୍ଲରରେ ନିଜ ଦୁଇ ପିଲାଙ୍କୁ ବସେଇ ଡ୍ରାଇଭରକୁ ଚ଼ୁମା ଦେଉଥିଲେ

ପିଲା ଦୁଇ ଜଣ କହିଛନ୍ତି ଯେ ତାଙ୍କ ମା’ ସେମାନଙ୍କୁ ନିଜ ପ୍ରେମିକ ସହ ଗୋଟେ ଆଇସ୍‌ କ୍ରୀମ୍‌ ପାର୍ଲରକୁ ନେଇ ଯାଉଥିଲେ ଓ ସେଠି ସେମାନଙ୍କୁ ଦଶ-ପନ୍ଦର ଫୁଟ୍ ଦୂରରେ ବସିବାକୁ କହି ତାଙ୍କ ଆଡ଼କୁ ଅନେଇବାକୁ ମନା କରୁଥିଲେ । ସେମାନେ କହିଛନ୍ତି ଯେ ଏହି ସମୟରେ ତାଙ୍କ ମା’ ସେଠି ନିଜ ପ୍ରେମିକକୁ ଚ଼ୁମା ଦେଉଥିଲେ ଓ ତାକୁ ଆଲିଙ୍ଗନ କରୁଥିଲେ ।

କେମିତି ମାଆ ଇଏ? ମହିଳା ଆଇସ୍‌ କ୍ରୀମ୍‌ ପାର୍ଲରରେ ନିଜ ଦୁଇ ପିଲାଙ୍କୁ ବସେଇ ଡ୍ରାଇଭରକୁ ଚ଼ୁମା ଦେଉଥିଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: January 16, 2020, 11:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: ଘରର ମୂଳ ଦୁଆ ସାଧାରଣତଃ ମା’ ହିଁ ହୋଇଥାଆନ୍ତି, ଯାହାଙ୍କ କର୍ତ୍ତବ୍ୟନିଷ୍ଠତା ଓ ପରିବାର ପାଇଁ ତ୍ୟାଗ ବଳରେ ହିଁ ପିଲାମାନେ ଓ ପୂରା ପରିବାର ପ୍ରଗତି ପଥରେ ଆଗେଇ ଯାଆନ୍ତି । ହେଲେ ନିଜେ ମା’ ଜଣକ ଯଦି ବିପଥଗାମୀ ହୋଇଯାଆନ୍ତି, ତାହେଲେ ପିଲାମାନଙ୍କର ଓ ପରିବାରର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହେଇଯାଏ ।

ଏଇ କଥାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ । ଏକ ବିବାହ ବିଚ୍ଛେଦ ମାମଲାରେ ଜଣେ କିଶୋର ଓ ତା’ ଭଉଣୀ ନିଜ ମା’ଙ୍କ ବିଷୟରେ ହାଇ କୋର୍ଟରେ ଏମିତି ତଥ୍ୟ ଦେଇଛନ୍ତି ଯେ ତାହା ଜାଣି କୋର୍ଟ ଡିଭୋର୍ସ୍‌ ବିରୋଧରେ ସେ ମହିଳାଙ୍କ ସବୁ ଯୁକ୍ତିକୁ ଖାରଜ କରିଦେଇଛନ୍ତି ।

କିଶୋର ବୟସର ଏହି ବାଳକ ଓ ତା’ ଭଉଣୀ କୋର୍ଟରେ ନିଜ ମା’ଙ୍କର ଜଣେ ଡ୍ରାଇଭର୍‌ଙ୍କ ସହ ଅବୈଧ ସମ୍ବନ୍ଧ ଥିବା କଥା କହିଛନ୍ତି । ପିଲା ଦୁଇ ଜଣଙ୍କ ସାମନାରେ ତାଙ୍କ ମା’ ଡ୍ରାଇଭର ସହିତ ଅଶୋଭନୀୟ ବ୍ୟବହାର କରଥିବା କଥା ସେମାନେ କହିଛନ୍ତି ।

ପିଲା ଦୁଇ ଜଣ କହିଛନ୍ତି ଯେ ତାଙ୍କ ମା’ ସେମାନଙ୍କୁ ନିଜ ପ୍ରେମିକ ସହ ଗୋଟେ ଆଇସ୍‌କ୍ରୀମ୍‌ ପାର୍ଲର୍‌କୁ ନେଇ ଯାଉଥିଲେ ଓ ସେଠି ସେମାନଙ୍କୁ ଦଶ-ପନ୍ଦର ଫୁଟ୍‌ ଦୂରରେ ବସିବାକୁ କହି ତାଙ୍କ ଆଡ଼କୁ ଅନେଇବାକୁ ମନା କରୁଥିଲେ । ସେମାନେ କହିଛନ୍ତି ଯେ ଏହି ସମୟରେ ତାଙ୍କ ମା’ ସେଠି ନିଜ ପ୍ରେମିକକୁ ଚ଼ୁମା ଦେଉଥିଲେ ଓ ତାକୁ ଆଲିଙ୍ଗନ କରୁଥିଲେ ।

ପିଲା ଦୁଇ ଜଣ କୋର୍ଟରେ ସ୍ପଷ୍ଟ କହିଛନ୍ତି ଯେ ସେମାନେ ତାଙ୍କ ମା’ଙ୍କ ସହିତ ରହିବାକୁ ଚ଼ାହୁଁ ନାହାନ୍ତି କାରଣ ଏଥିରେ ସେମାନଙ୍କୁ ନିଜ ଭବିଷ୍ୟତ ଓ ଜୀବନ ପ୍ରତି ବିପଦ ଆସୁଥିବା ପରି ଲାଗୁଛି ।

ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ୨୦୦୫ ରେ ଗୋଟେ ମୋବାଇଲ୍‌ ଫୋନ୍‌ କିଣିଥିଲେ ଓ ଘଣ୍ଟା ଘଣ୍ଟା କାହା ସହିତ କଥା ହେବାରେ ବିତଉଥିଲେ । ପଚ଼ାରିବାରୁ କହୁଥିଲେ ଯେ ସେ ନିଜ ପୁତୁରା ଓ ଝିଆରୀମାନଙ୍କ ସହିତ କଥା ହେଉଛନ୍ତି ।

ମାତ୍ର ଦିନେ ମହିଳାଙ୍କ ସ୍ୱାମୀ ସେଇ ଫୋନ୍‌ରେ ଗୋଟେ ମେସେଜ୍‌ ଦେଖିଲେ । ସେଥିରେ ଲେଖାଥିଲା: ‘‘ଗୁଡ୍‌ ନାଇଟ୍‌ ଡାର୍ଲିଂ । ଆଇ ଲଭ୍‌ ୟୁ’’ । ମହିଳାଙ୍କୁ ସେ ଏ ବିଷୟରେ ପଚ଼ାରିବାରୁ ସେ ଖୁବ୍‌ ରାଗିଯାଇଥିଲେ । ମାତ୍ର ତା’ପରେ ପିଲାମାନଙ୍କ ଠାରୁ ମହିଳାଙ୍କ ଅବୈଧ ସମ୍ବନ୍ଧ ବିଷୟରେ ସେ ଜାଣି ପାରିଥିଲେ ।

ଏସିଆ ନେଟ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ନ୍ୟାୟମୂର୍ତ୍ତି ପି.ବି. ବଜନ୍ତ୍ରୀ ଓ ନ୍ୟାୟମୂର୍ତ୍ତି ନଟରାଜ ରଙ୍ଗାସ୍ୱାମୀଙ୍କ ଖଣ୍ଡପୀଠ ଏହି କିଶୋର ଓ ତା’ ଭଉଣୀର ସାକ୍ଷ ଶୁଣିବା ପରେ ମତ ଦେଇଛନ୍ତି ଯେ ମହିଳା ନିଜ ବୈବାହିକ ଜୀବନ ନିଜେ ହିଁ ନଷ୍ଟ କରିଛନ୍ତି । ଏଥି ସହିତ କୋର୍ଟ ବିବାହ ବିଚ୍ଛେଦକୁ ରୋକିବା ପାଇଁ ମହିଳାଙ୍କ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ଏହି ମହିଳାଙ୍କର ବିବାହ ୧୯୯୩ ରେ ହୋଇଥିଲା ।
First published: January 16, 2020, 11:21 AM IST