ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି ରମଣା

ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି ରମଣା। ଜଷ୍ଟିସ ରମଣାଙ୍କ ଅବସର ପରେ ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍‌ ଉଦୟ ଉମେଶ ଲଲିତ। 

 ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣା

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣା

  • Share this:
News 18 Odia Digital

ନୂଆଦିଲ୍ଲୀ: ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି ରମଣା। ଜଷ୍ଟିସ ରମଣାଙ୍କ ଅବସର ପରେ ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍‌ ଉଦୟ ଉମେଶ ଲଲିତ। ଜଷ୍ଟିସ୍ ରମଣା  ୨୦୨୧ ଏପ୍ରିଲ ୨୪ରେ ଭାରତର ୪୮ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ।

୧୯୫୮ ଅଗଷ୍ଟ ୨୭ରେ ଆନ୍ଧ୍ରପ୍ରଦେଶରେ ଏକ କୃଷି ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ନୁଥାଲାପାଟୀ ଭେଙ୍କଟା ରମଣା ୧୯୮୩ ଫେବୃଆରୀ ୧୦ରେ ଆଡଭୋକେଟ୍ ଭାବରେ ନାମ ଲେଖାଇଥିଲେ। ଜଷ୍ଟିସ୍ ରମଣା ମାର୍ଚ୍ଚ ୧୦ ରୁ ୨୦ ମେ ମଧ୍ୟରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ହାଇକୋର୍ଟ ଓ ୨୦୧୪ରେ ସେ ସୁପ୍ରିମକୋର୍ଟରେ ବିଚାରପତି ହୋଇଥିଲେ।

ସୁପ୍ରିମକୋର୍ଟରେ ଆଠ ବର୍ଷ କାର୍ଯ୍ୟ କରିବା ପରେ ରମଣା ଆଜି ଅବସର ନେବାକୁ ଯାଉଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ୬୫୭ଟି ବେଞ୍ଚର ଅଂଶ ଗ୍ରହଣ କରିଛନ୍ତି ଓ ୧୭୪ଟି ରାୟ ଲେଖିଛନ୍ତି।
Published by:Soumyashree Mishra
First published: