ମାତ୍ର ୭୫ ଦିନ କାର୍ଯ୍ୟ କରିବେ ଜଷ୍ଟିସ୍ ୟୁ ୟୁ ଲଲିତ; ୧୦୦ରୁ କମ୍ ଦିନ କାମ କରିଛନ୍ତି ଏହି ଜଷ୍ଟିସ୍

CJI Justice UU Lalit: ସିଜେଆଇ ଭାବରେ ଜଷ୍ଟିସ୍ ୟୁ ୟୁ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୫ ଦିନ ହେବ। ଜଷ୍ଟିସ୍ କେ.ଏନ୍ ସିଂଙ୍କ କାର୍ଯ୍ୟକାଳ ମାତ୍ର ୧୮ ଦିନ ଥିଲା।

ମାତ୍ର ୭୫ ଦିନ କାର୍ଯ୍ୟ କରିବେ ଜଷ୍ଟିସ୍ ୟୁ ୟୁ ଲଲିତ

ମାତ୍ର ୭୫ ଦିନ କାର୍ଯ୍ୟ କରିବେ ଜଷ୍ଟିସ୍ ୟୁ ୟୁ ଲଲିତ

  • Share this:
News18 Odia Digital

Chief Justice of India: ଦେଶର ୪୯ତମ ପ୍ରଧାନ ବିଚାରପତି (CJI) ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ଅବସର ପରେ ଜଷ୍ଟିସ ୟୁ ୟୁ ଲଲିତ ଭାରତର ପରବର୍ତ୍ତୀ ସିଜେଆଇ ହୋଇଛନ୍ତି। ତାଙ୍କର ଦ୍ୱିତୀୟ ସିଜେଆଇ ହେବାର ରେକର୍ଡ ଅଛି ଯିଏ ସୁପ୍ରିମକୋର୍ଟର ବିଚାରପତି ହେବା ପୂର୍ବରୁ ହାଇକୋର୍ଟରେ ବିଚାରପତି ନଥିଲେ।  ତାଙ୍କ ପୂର୍ବରୁ, ୧୯୭୧ରେ ଜଷ୍ଟିସ ଏସଏମ ସିକରୀଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରାଯାଇଥିଲା। ତେବେ ପ୍ରଧାନ ବିଚାରପତି ପଦରେ ରହିବାକୁ ଜଷ୍ଟିସ୍ ୟୁ ୟୁ ଲଲିତଙ୍କ ଯାତ୍ରା ବେଶୀ ଦିନ ହେବ ନାହିଁ। ସେ ଅଗଷ୍ଟ ୨୭ରେ ସିଜେଆଇ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୨ ନଭେମ୍ବର ୮ରେ ଅବସର ନେବେ।

ନଭେମ୍ବର ୨୫ରୁ ୧୯୯୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜଷ୍ଟିସ କମଲ ନାରାୟଣ ସିଂଙ୍କର ଭାରତର ପ୍ରଧାନ ବିଚାରପତି (CJI) ଭାବରେ ୧୮ ଦିନର ସବୁଠାରୁ କମ୍ କାର୍ଯ୍ୟକାଳ ଥିଲା।

ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ହୋଇଥିଲେ

ଉଦୟ ଉମେଶ ଲଲିତ ୧୯୫୭ ମସିହାରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ରେ ବମ୍ବେ ହାଇକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ ଓ ପରେ ୧୯୮୬ରେ ଦିଲ୍ଲୀ ଆସିଥିଲେ। ୟୁ ୟୁ ଲଲିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ସିଜେଆଇ ଭାବରେ ଜଷ୍ଟିସ୍ ୟୁ ୟୁ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ।

ତେବେ ଆସନ୍ତୁ ଜାଣିବା ସେହି ସିଜେଆଇମାନଙ୍କ ବିଷୟରେ ଯେଉଁମାନେ ୧୦୦ ଦିନ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ପୋଷ୍ଟରେ ରହିନାହାଁନ୍ତି।

୧୦୦ ଦିନରୁ କମ୍ ସମୟ ପାଇଁ CJIଙ୍କ କାର୍ଯ୍ୟାକାଳ

୧. ନଭେମ୍ବର ୨୫ରୁ ୧୯୯୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜଷ୍ଟିସ କମଲ ନାରାୟଣ ସିଂଙ୍କର ୧୮ ଦିନର ସବୁଠାରୁ କମ୍ କାର୍ଯ୍ୟକାଳ ଥିଲା।

୨. ଜଷ୍ଟିସ୍ ଏସ୍ ରାଜେନ୍ଦ୍ର ବାବୁଙ୍କ ଦ୍ୱିତୀୟ କ୍ଷୁଦ୍ରତମ ଅବଧି ୨୦୦୪ ମେ ୨ରୁ ମେ ୩୧। ରାଜେନ୍ଦ୍ର ବାବୁଙ୍କ କାର୍ଯ୍ୟାକାଳ ମାତ୍ର ୩୦ ଦିନର ଥିଲା।

୩. ଜଷ୍ଟିସ୍ ଜେସି ଶାହଙ୍କର ୧୯୭୦ ଡିସେମ୍ବର ୧୭ ରୁ ୧୯୭୧ ଜାନୁୟାରୀ ୨୧ ପର୍ଯ୍ୟନ୍ତ CJI ଭାବରେ ୩୬ ଦିନ କାର୍ଯ୍ୟକାଳ ଥିଲା।

୪. ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ୨୦୦୨ ନଭେମ୍ବର ୮ ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ CJI ଭାବରେ ମାତ୍ର ୪୦ ଦିନ କାର୍ଯ୍ୟ କରିଥିଲେ।
Published by:Lipina Das
First published: