Rahul in Borewell: ୮୦ ଫୁଟ ତଳେ ରାହୁଲର ଜୀଵନ; ୪୨ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି

ଛତିଶଗଡ଼ର ଜଞ୍ଜଗିରରେ ଶୁକ୍ରବାର ଅପରାହ୍ନରେ ବୋରୱେଲରେ ପଡ଼ିଥିବା ଶିଶୁକୁ ବଞ୍ଚାଇବା ପାଇଁ ୪୨ ଘଣ୍ଟା ଧରି ଅପରେସନ୍ ଚାଲିଛି। ପ୍ରତିଟି ମୁହୂର୍ତ୍ତକୁ ଅନୁଧ୍ୟାନ କରିବା ପାଇଁ ଲେଜର୍ କ୍ୟାମେରା ଖଞ୍ଜାଯାଇଛି।

କ୍ୟାମେରାରୁ ଉତ୍ତୋଳନ ହୋଇଥିବା ଫୋଟ (ପ୍ରତୀକାତ୍ମକ ଛବି)

କ୍ୟାମେରାରୁ ଉତ୍ତୋଳନ ହୋଇଥିବା ଫୋଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

Rahul in borewell: ଛତିଶଗଡ଼ର ଜଞ୍ଜଗିରରେ ଶୁକ୍ରବାର ଅପରାହ୍ନରେ ବୋରୱେଲରେ ପଡ଼ିଥିବା ଶିଶୁକୁ ବଞ୍ଚାଇବା ପାଇଁ ୪୨ ଘଣ୍ଟା ଧରି ଅପରେସନ୍ ଚାଲିଛି। ଓଡ଼ିଶାରୁ ଯାଇଥିବା ଏନ୍‌ଡିଆର୍‌ଏଫ୍ ଟିମ୍ , ଛତିଶଡ଼ ସରକାରଙ୍କ ଅଗ୍ନିଶମ ବିଭାଗ ଏବଂ ପୋଲିସ୍ ପକ୍ଷରୁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ। ଅପରେସନ୍ ସରିବା ପର୍ଯ୍ୟନ୍ତ ୮୦ ଫୁଟ ତଳେ ଥିବା ରାହୁଲକୁ ଜୀବିତ ରଖିବା ହେଉଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍। ତେଣୁ ପାଇପ୍ ଦେଇ ତା’ ନିକଟରେ ଅକ୍ସିଜେନ୍ ଓ ଖାଦ୍ୟ ପହଞ୍ଚା ଯାଉଛି । ପ୍ରତିଟି ମୁହୂର୍ତ୍ତକୁ ଅନୁଧ୍ୟାନ କରିବା ପାଇଁ ଲେଜର୍ କ୍ୟାମେରା ଖଞ୍ଜାଯାଇଛି।

ରାହୁଲଙ୍କ ପରିବାର ଲୋକଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଶିଶୁଟି ବୋରୱେଲରେ ପଡ଼ିବା ଦୁଃଖଦାୟକ ବୋଲି ସେ କହିଛନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ଆମେ ସବୁପ୍ରକାର ଚେଷ୍ଟା କରୁଛୁ ବୋଲି ସିଏମ କହିଛନ୍ତି।

ରାହୁଲଙ୍କୁ ଉଦ୍ଧାର କରିବାକୁ ବୋର୍‌ୱେଲ୍‌ ସହ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି। ରାହୁଲ ଫସିଥିବା କିଛି ଦୂରରେ କରାଯାଉଛି ସୁଢ଼ଙ୍ଗ। ଏନ୍‌ଡିଆର୍‌ଏଫ୍‌ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଓ ଅଭିଜ୍ଞ ଅଧିକାରୀ ଏଥିରେ ଲାଗିଛନ୍ତି। ତା’ସହ ଗୁଜରାଟରୁ ସ୍ୱତନ୍ତ୍ର ରୋବଟ୍ ସ୍ପେଶାଲିଷ୍ଟ ଘଟଣାସ୍ଥଳରେ ପହଞ୍ଚିବେ।

ପ୍ରକାଶଥାଉ ଯେ ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ ଏହି ବୋର୍‌ୱେଲ୍ ଖୋଳା ଯାଇଥିଲା। ତେବେ ପାଣି ନ ବାହାରିବାରୁ ଏହାକୁ ଏପରି ଖୋଲା ଛାଡ଼ି ଦେଇଥିଲେ ରାହୁଲଙ୍କ ବାପା। ଗତକାଲି ଘର ପଛ ପଟେ ଖେଳୁ ଖେଳୁ ସେ ଏହି ଗାତରେ ପଡ଼ି ଯାଇଥିଲା।
Published by:Soumya Das
First published: