ଛତିଶଗଡ଼ର ପ୍ରଥମ ମୁଖ୍ୟ ମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ; ୨୦ ଦିନ ହେଲା କୋମାରେ ଥିଲେ

Chhattisgarh first CM Ajit Jogi no more | କଂଗ୍ରେସର ଏହି ପୂର୍ବତନ ନେତା ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୦୦ ମସିହାରେ ଛତିଶଗଡ଼ ରାଜ୍ୟ ସ୍ଥାପନ ହେବା ପରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଛତିଶଗଡ଼ର ପ୍ରଥମ ମୁଖ୍ୟ ମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ; ୨୦ ଦିନ ହେଲା କୋମାରେ ଥିଲେ
ଅଜିତ ଯୋଗୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଅଜିତ ଯୋଗୀ (Ajit Jogi)ଙ୍କ ଦେହାନ୍ତ ହୋଇଛି । ସେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ (cardiac arrest) ହେବା ପରେ ତାଙ୍କୁ ମେ ୯ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସପିଟାଲରେ ଭେଣ୍ଟିଲେଟର (ventilator) ସାହାଯ୍ୟରେ ଅଜିତ ଯୋଗୀଙ୍କ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା କରାଯାଉଥିଲା । ସେବେ ଠାରୁ ତାଙ୍କର ମସ୍ତିଷ୍କ କାର୍ଯ୍ୟକଳାପ ବହୁତ କମ୍ ଥିଲା । ଦୀର୍ଘ ଦିନ ଧରି ଅଜିତ ଯୋଗୀଙ୍କ ଅବସ୍ଥା ଗୁରୁତର ଥିଲା । ଯୋଗୀ ପ୍ରାୟ ୨୦ ଦିନ ହେଲା କୋମାରେ ଥିଲେ । ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ପୁଣି ହୃଦଘାତ ହୋଇଥିଲା । ତା’ପରେ ଶୁକ୍ରବାର ତାଙ୍କ ଅବସ୍ଥା ପୁଣି ଖରାପ ହୋଇଯାଇଥିଲା ।

ଅଜିତ ଯୋଗୀଙ୍କୁ ଗତ ୯ ତାରିଖ ସକାଳେ ହୃଦଘାତ ହେବା ପରେ ରାୟପୁରର ଶ୍ରୀ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ କହିଥିଲେ ଯେ ହୃଦଘାତ ପରେ ଅଜିତ ଯୋଗୀଙ୍କ ଦୃଦୟ ପ୍ରାୟ ବନ୍ଦ ହୋଇଯାଇଛି । ଏହା ପରେ ସେ କୋମାରେ ଥିଲେ । ଯୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଉ ନ ଥିଲା ।

ଯୋଗୀଙ୍କ ମର ଶରୀର ପାଖରେ ତାଙ୍କ ପତ୍ନୀ ରେଣୁ ଯୋଗୀ ଓ ପୁଅ ଅମିତ ଯୋଗୀ


ମଇ ୯ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଅଜିତ ଯୋଗୀ ପ୍ରସ୍ତୁତ ହେବା ପରେ ଏକ ହ୍ୱିଲ୍ ଚେୟାରରେ ନିଜ ଆବାସର ଲନରେ ବୁଲାବୁଲି କରୁଥିଲେ । ସେହି ସମୟରେ ସେ ଗଙ୍ଗା ତେନ୍ତୁଳି ବି ଖାଇଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀ ରାୟପୁରର ଦେବେନ୍ଦ୍ର ନାଗାର ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେବେ ଠାରୁ ତାଙ୍କ ପରିସ୍ଥିତି ଗୁରୁତର ରହିଥିଲା ।

ଜୋଗୀ ଗତ ପ୍ରାୟ ୨୦ ଦିନ ଧରି କୋମାରେ ଥିଲେ । ଟେଲି କନଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରି ତାଙ୍କ ଚିକିତ୍ସା କରାଯାଉଥିଲା । ଭେଣ୍ଟିଲେଟର ମାଧ୍ୟମରେ ତାଙ୍କୁ ନିରନ୍ତର ନିଶ୍ୱାସ ଦିଆଯାଉଥିବା ବେଳେ ତାଙ୍କ ମସ୍ତିଷ୍କକୁ ସକ୍ରିୟ କରିବା ପାଇଁ ମ୍ୟୁଜିକ୍ ଥେରାପି ମଧ୍ୟ କରାଯାଉଥିଲା ।

ତାଙ୍କ ଚେତନା ଫେରାଇ ଆଣିବା ପାଇଁ ତାଙ୍କର ପ୍ରିୟ ସଙ୍ଗୀତ ଶୁଣିବାକୁ ଦିଆଯାଉଥିଲା । ଏହି ଅଡ଼ିଓ ଥେରାପି ପରେ ତାଙ୍କ ସ୍ୱାସ୍ଥ୍ୟରେ ଆଂଶିକ ଉନ୍ନତି ହୋଇଥିଲା ଓ ତାଙ୍କ ମସ୍ତିଷ୍କରେ ସାମାନ୍ୟ ଗତିବିଧି ପରିଲକ୍ଷିତ ହୋଇଥିଲା । ହେଲେ ଏ ସବୁ ଶେଷରେ କିଛି କାମ କଲାନାହିଁ ଓ ସେ ଶେଷ ନିଶ୍ୱାସ ନେଲେ ।

ଯୋଗୀ ୨୦୧୬ରେ କଂଗ୍ରେସରୁ ଇସ୍ତଫା ଦେଇ ଜନତା କଂଗ୍ରେସ ଛତିଶଗଡ (ଜେସିସି) ଦଳ ଗଠନ କରିଥିଲେ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 4:34 PM IST
corona virus btn
corona virus btn
Loading