ରାହୁଲ ଜଳଖିଆ ଖାଇଛି; ତାକୁ ସାମାନ୍ୟ ଜ୍ୱର ହୋଇଛି: CM ଭୂପେଶ ବଘେଲ

ଦୀର୍ଘ ୧୦୪ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହୋଇଥିବା ରାହୁଲ ସାହୁ ନିଦରୁ ଉଠି ଜଳଖିଆ ଖାଇ ସାରିଲାଣି। ସାମାନ୍ୟ ଜ୍ୱର ଆସିବା ଛଡ଼ା ବାକି ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ଟ୍ୱିଟ କରି କହିଛନ୍ତି।

ହସ୍ପିଟାଲରେ ରାହୁଲ (ପ୍ରତୀକାତ୍ମକ ଛବି)

ହସ୍ପିଟାଲରେ ରାହୁଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦୀର୍ଘ ୧୦୪ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହୋଇଥିବା ରାହୁଲ ସାହୁ ନିଦରୁ ଉଠି ଜଳଖିଆ ଖାଇ ସାରିଲାଣି। ସାମାନ୍ୟ ଜ୍ୱର ଆସିବା ଛଡ଼ା ବାକି ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଟ୍ୱିଟ କରି କହିଛନ୍ତି।



ଟ୍ୱିଟ କରି ସେ ଲେଖିଛନ୍ତି ଯେ ଜାଞ୍ଜଗୀରର ବାହାଦୁର ରାହୁଲ ସାହୁ ଶୋଇ ସାରି ଉଠିଲାଣି। ସେ ସକାଳ ଜଳଖିଆ ବି ଖାଇ ସାରିଲାଣି। ଖାଲି ସାମାନ୍ୟ ଜ୍ଵର ଛଡ଼ା ବାକି ସବୁ ଠିକ ଅଛି। ରାହୁଲ ସହ ସମଗ୍ର ଛତିଶଗଡ଼ର ଜିତ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି। ଏହି ଅପରେସନରେ ସାମିଲ ସମସ୍ତେ ନିଜ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିଛନ୍ତି ବୋଲି ସେ କହିଛନ୍ତି।



ରାହୁଲ ଆମର ବାହାଦୂର ପିଲା। ଦୀର୍ଘ ୧୦୪ ଘଣ୍ଟା ଧରି ଗାତରେ ସାପ ଓ ବେଙ୍ଗ ସହ ରହିଥିଲା ରାହୁଲ। ଆଜି ପୁରା ଛତିଶଗଡ଼ ଉତ୍ସବ ମନାଉଛି। ଜଲଦି ରାହୁଲ ହସ୍ପିଟାଲରୁ ଭଲ ହୋଇ ଫେରି ଆସୁ ବୋଲି କାମନା କରୁଛୁ। ଏହି ଅପରେସନରେ ସାମିଲ ସମସ୍ତ ଟିମକୁ ପୁଣି ଥରେ ଶୁଭେଚ୍ଛା ଓ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଟ୍ୱିଟ କରିଥିଲେ।



ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ବଘେଲ ରାହୁଲଙ୍କୁ ଉଦ୍ଦେଶ୍ୟ କରି ହିନ୍ଦୀ ଚଳଚ୍ଚିତ୍ରର ଗୀତିକାର ସାହିର ଲୁଧିୟାନୱିଙ୍କ ଗୋଟାଏ ଗୀତ ତାଙ୍କ ଟ୍ୱିଟରେ ପୋଷ୍ଟ୍‌ କରିଥିଲେ ଯାହାର ଓଡ଼ିଆ ଅର୍ଥ ହେଉଛି ହଜାର ଚଡ଼କ ପଡୁ ଲକ୍ଷେ ତୋଫାନ ଆସୁ ପଛେ ଯେଉଁ ଫୁଲ ଫୁଟିବା କଥା ତାହା ଅବଶ୍ୟ ଫୁଟିବ।



ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାହୁଲଙ୍କୁ ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ସମଗ୍ର ଛତିଶଗଡ଼ବାସୀ ଆଶ୍ବସ୍ତ ଅନୁଭବ କରିଥି‌ଲେ।
Published by:Soumya Das
First published: