କେଉଁ ଦେବାଦେବୀଙ୍କୁ ପୂଜା କରେ RSS: ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

RSS କେଉଁ ସଂପ୍ରଦାୟକୁ ଅନୁସରଣ କରେ? ସେମାନେ କେଉଁ ଦେବୀ ଦେବତାଙ୍କୁ ବିଶ୍ୱାସ କରନ୍ତି: ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଆରଏସଏସକୁ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (ପ୍ରତୀକାତ୍ମକ ଛବି)

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସୋମବାର ଆରଏସଏସକୁ ଟାର୍ଗେଟ କରିଛନ୍ତି। ବାଘେଲ କହିଛନ୍ତି ଯେ ଏହି ସଂଗଠନ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଛି। ଆରଏସଏସର ହିନ୍ଦୁତ୍ୱ କେଉଁଠୁ ଆସିଛି?  ସେମାନେ କେଉଁ ସଂପ୍ରଦାୟକୁ ଅନୁସରଣ କରନ୍ତି? ସେମାନେ କେଉଁ ଦେବୀ ଦେବତାଙ୍କୁ ବିଶ୍ୱାସ କରନ୍ତି?

ମୁଖ୍ୟମନ୍ତ୍ରୀ ବାଘେଲ ଏହା ମଧ୍ୟ କହିଛନ୍ତି,"ଏହି ଅନୁଷ୍ଠାନଗୁଡ଼ିକ ଜନ୍ମ ହେବାର ୧୦୦ ବର୍ଷ ବି ହୋଇନାହିଁ। ଓ ଆରଏସଏସ ଓ ଭିଏଚପି (ବିଶ୍ଵ ହିନ୍ଦୁ ପରିଷଦ) ୧୯୨୫ ମସିହାରେ ଆସିଥିଲେ, କଣ ପୂର୍ବରୁ ହିନ୍ଦୁ ନଥିଲେ କି ? ହିଂସା, ଗୁଣ୍ଡାଗର୍ଦ୍ଦି ଆମର ସଂସ୍କୃତି ନୁହେଁ। ଏହି ଲୋକମାନେ ମଣିଷକୁ ପଶୁ ତଳେ ରଖନ୍ତି, ଏମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ"।

ଏହାପୂର୍ବରୁ ଆଜି ଆରଏସଏସର ଯୁଗ୍ମ ସାଧାରଣ ସମ୍ପାଦକ ମନମୋହନ ବୈଧ କହିଛନ୍ତି ଯେ କଂଗ୍ରେସ ଘୃଣା ମାଧ୍ୟମରେ ଲୋକଙ୍କୁ ଏକଜୁଟ କରିବାକୁ ଚାହୁଁଛି, ଦଳର ପୂର୍ବ ପିଢ଼ି ମଧ୍ୟ ସଂଗଠନ ପ୍ରତି ଘୃଣା ଓ ଅବମାନନା ଜାରି ରଖିଛି।  ଅନ୍ୟପକ୍ଷରେ କଂଗ୍ରେସ ଆଜି ଆରଏସଏସର ଖାକି ପ୍ୟାଣ୍ଟର ଚିତ୍ର ଟ୍ୱିଟ କରି କହିଛି ଯେ ଦେଶରୁ ଘୃଣା ପରିବେଶ ମୁକ୍ତ କରିବାକୁ ପଡିବ ଓ ବିଜେପି-ଆରଏସଏସ ଦ୍ୱାରା ହୋଇଥିବା କ୍ଷତିପୂରଣ ପାଇଁ ପଦକ୍ଷେପ ନେବାକୁ ପଡିବ।

କଂଗ୍ରେସର ଏହି ଟ୍ୱିଟରେ ବିଜେପି ତାଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛି ଯେ କଂଗ୍ରେସ ହିଂସା ସୃଷ୍ଟି କରୁଛି ଓ ତାଙ୍କର ଯାତ୍ରା ହେଉଛି 'ଭାରତ ତୋଡ଼ ଯାତ୍ରା'।
Published by:Soumya Das
First published: