News18 Odia Digital
ଚେନ୍ନାଇ: କେତେକ ପୋଲିସ କର୍ମୀ ବିଭିନ୍ନ ଆପରାଧିକ କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିବା ପରେ ପୋଲିସ କର୍ମୀ ଓ ଅଧିକାରୀମାନଙ୍କ ଉପରେ ଅନେକ ଲୋକଙ୍କ ବିଶ୍ୱାସ କମ୍ ହୋଇଛି । ହେଲେ କେତେକ ହୃଦୟବାନ ପୋଲିସ କର୍ମୀ ନିଷ୍ଠାବାନ ସେବା ଦ୍ୱାରା ସମସ୍ତଙ୍କୁ ଚକିତ କରନ୍ତି ଓ ପ୍ରଶଂସା ପାଆନ୍ତି । ଏମିତି ଏକ ଘଟଣା ଏବେ ସୋସିଆଲ୍ ମିଡି଼ଆ ପ୍ଲାଟଫର୍ମରେ ଭାଇରାଲ୍ ହେଉଛି । ପାଣିରେ ବୁଡ଼ି ଯାଇଥିବା ଏକ ରାସ୍ତା ଉପରେ ଭୀଷଣ ବର୍ଷା ମଧ୍ୟରେ ଚେତାଶୂନ୍ୟ ହୋଇ ପଡ଼ି ରହିଥିବା ଜଣେ ଲୋକକୁ ଦେଖି ଜେ ମହିଳା ପୋଲିସ କର୍ମୀ ତାକୁ ଉଠାଇ ନିଜ କାନ୍ଧରେ ବୋହି ନେଇଥିଲେ ଓ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।
ଏହି ଘଟଣା ଘଟିଛି ତାମିଲ ନାଡୁର ରାଜଧାନୀ ଚେନ୍ନାଇରେ, ଯେଉଁଠି ଗତ କିଛି ଦିନ ହେବ ଖୁବ୍ ବର୍ଷା (Chennai rains) ହୋଇଥିବା ଯୋଗୁଁ ଜନ ଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି । ଏମିତି ଏକ ସ୍ଥାନରେ ଚେତାଶୂନ୍ୟ ହୋଇ ପଡ଼ି ରହିଥିବା ଜଣେ ବ୍ୟକ୍ତିକୁ ଜଣେ ମହିଳା ପୋଲିସ ଅଧିକାରୀ ନିଜ କାନ୍ଧରେ ଉଠାଇ ନେଉଥିବାର ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି (Chennai woman police video) ଓ ଦେଶ ସାରା ଅନେକ ଲୋକଙ୍କ ହୃଦୟ ଜିତିଛି । ସବୁ ବର୍ଗର ଲୋକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଓ କିଛି ରାଜନୈତିକ ନେତାମାନେ ସେହି ପୋଲିସ କର୍ମୀଙ୍କୁ ପ୍ରଶଂସା କରିଛନ୍ତି ।
ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକଭାଇରାଲ୍ ଭିଡିଓରେ ଦେଖାଯାଇଥିବା ସେହି ହୃଦୟବାନ୍ ମହିଳା ପୋଲିସ ଅଧିକାରୀ ହେଉଛନ୍ତି ଇନସ୍ପେକ୍ଟର୍ ରାଜେଶ୍ୱରୀ । ଟି.ପି. ଚତ୍ରମ୍ ଥାନାରେ କାର୍ଯ୍ୟରତ ରାଜେଶ୍ୱରୀ ଚେନ୍ନାଇରେ ଲଗାତାର ବର୍ଷା ପାଣିରେ ଫସି ରହିଥିବା ସେହି ଚେତାଶୂନ୍ୟ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ନେଇ ଏକ ଅଟୋକୁ ଆଣିଥିଲେ । ରାଜେଶ୍ୱରୀଙ୍କୁ ତାମିଲ ନାଡୁର ମୁଖ୍ୟ ମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ସମ୍ମାନିତ କରିଛନ୍ତି ।
ଏହା ବି ପଢ଼ନ୍ତୁ | T20 World Cup: ଅମ୍ପାୟାରଙ୍କ ଭୁଲ୍ ପରେ ବି ଫାଇନାଲରେ ପହଞ୍ଚି ପାରିଲାନି ପାକିସ୍ତାନ! ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ଫାଇନାଲରେ ନ୍ୟୁଜ୍ ଏଜେନ୍ସି ANI ଟ୍ୱିଟ୍ କରିଥିବା ଭିଡିଓରେ ଦେଖାଯାଇଛି ଯେ ରାଜେଶ୍ୱରୀ ପ୍ରଥମେ ରିଲିଫ୍ ଟିମର ଅନ୍ୟ ଲୋକଙ୍କ ସହ ନିଜ ଟ୍ରାଉଜରକୁ ଫୋଲ୍ଡ କରି ବର୍ଷା ପାଣିରେ ବୁଡ଼ି ଯାଇଥିବା କିଲପାକ୍ ଶ୍ମଶାନରେ ଭୁଶୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ଉଠାଇଥିଲେ । ତା’ ପରେ ସେ ରିଲିଫ୍ ଟିମର ଅନ୍ୟ ଲୋକଙ୍କ ସହ ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ଉଠାଉଥିବାର ଦେଖାଯାଇଛନ୍ତି ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ପୋଲିସକୁ ସୂଚନା ମିଳିଥିଲା ଯେ ଶ୍ମଶାନରେ ଭୁଷୁଡ଼ି ପଡ଼ିଥିବା ଗଛ ତଳେ ଗୋଟିଏ ମୃତ ଦେହ ପଡ଼ିଛି । କିନ୍ତୁ ଗଛ କାଟି ସେହି ସ୍ଥାନକୁ ଯିବା ପରେ ରାଜେଶ୍ୱରୀ ଦେଖିଲେ ଯେ ସେଠାରେ ପଡ଼ିଥିବା ଉଦୟ କୁମାର ନାମକ ବ୍ୟକ୍ତିଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲିଛି । ରିଲିଫ୍ ଟିମର କର୍ମଚାରୀମାନଙ୍କ ସହାୟତାରେ ରାଜେଶ୍ୱରୀ ସେହି ଚେତାଶୂନ୍ୟ ବ୍ୟକ୍ତିକୁ ନିଜ କାନ୍ଧରେ ଉଠାଇ ହସପିଟାଲ୍ ନେବା ପାଇଁ ଗାଡି଼ ଖୋଜିବା ଆରମ୍ଭ କରିଥିଲେ ।
ଏହା ବି ପଢ଼ନ୍ତୁ | ୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲାଭିଡିଓରେ ଦେଖାଯାଇଛି ଯେ ସେହି ବ୍ୟକ୍ତିଙ୍କ ଶରୀରକୁ ଭଲ କରି ଘୋଡ଼ାଇ ଡାକ୍ତରଖାନାକୁ ନେବା ପାଇଁ ଲୁଗା ଆଣିବାକୁ ଇନସ୍ପେକ୍ଟର୍ ରାଜେଶ୍ୱରୀ ନିଜ ଜୁନିଅରମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ତା’ ପରେ ସେ ଏକ ଅଟୋ ଦେଖୁଛନ୍ତି ଓ ସେଠାକୁ ଯିବାକୁ ସେ ଦୌଡ଼ୁଛନ୍ତି । ଏହି ସମୟରେ ସେ ରିଲିଫ୍ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି ।
ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେଅଟୋରେ ପହଞ୍ଚିବା ପରେ ସେହି ବ୍ୟକ୍ତିଙ୍କୁ ଦୁଇ ଜଣ ରିଲିଫ୍ କର୍ମଚାରୀଙ୍କ କୋଳରେ ଶୁଆଇ ଦିଆଯାଉଛି । ତା’ ପରେ ଇନସ୍ପେକ୍ଟର୍ ରାଜେଶ୍ୱରୀ ନିଜ କାମକୁ ଫେରି ଯାଉଛନ୍ତି । ଇନ୍ସପେକ୍ଟର ରାଜେଶ୍ୱରୀଙ୍କ ଏହି ସାହସିକ ଓ ହୃଦୟବାନ କାର୍ଯ୍ୟକୁ ଦେଶ ସାରା ଲୋକେ ପ୍ରଶଂସା କରୁଛନ୍ତି ଓ ତାଙ୍କୁ ସଲାମ୍ କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।