ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦୁଇଟି ଚକରେ ଅଟୋ ଚଳାଇ ଗିନିଜ ବୁକ ଅଫ ରେକର୍ଡ଼ କଲେ ଅଟୋ ଚାଳକ; ଭିଡ଼ିଓ ଭାଇରାଲ

ଦୁଇଟି ଚକରେ ଅଟୋ ଚଳାଇ ଗିନିଜ ବୁକ ଅଫ ରେକର୍ଡ଼ କଲେ ଅଟୋ ଚାଳକ; ଭିଡ଼ିଓ ଭାଇରାଲ

ଚେନ୍ନାଇର ଜଣେ ବ୍ୟକ୍ତି ଅଟୋ-ରିକ୍ସା ଚଲେଇ ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି। କାରଣ ସେ ଦୁଇଟି ଚକରେ ଅଟୋ-ରିକ୍ସା ଚଲାଉଥିବାରୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଦୁଇଟି ଚକରେ ଅଟୋ ଚଳାଇ ଗିନିଜ ବୁକ ଅଫ ରେକର୍ଡ଼ କଲେ ଅଟୋ ଚାଳକ; ଭିଡ଼ିଓ ଭାଇରାଲ
ଅଟୋ ଚଳାଇ ଗିନିଜ ବୁକ ଅଫ ଓ୍ୱାର୍ଲଡ଼ରେ ନିଜକୁ ସାମିଲ କଲେ ଅଟୋ ଚାଳକ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 12:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚେନ୍ନାଇ: ଆପଣ ମାନେ କ’ଣ କେବେ ଦୁ‍ଇ ଚକରେ ଅଟୋ-ରିକ୍ସା ଚାଲିବା ଦେଖିଛନ୍ତି କି? ଏହି ପ୍ରଶ୍ନ ଶୁଣି ଆପଣମାନେ ନିଶ୍ଚିତ କହିବେ ଯେ ଏହା କିପରି ସମ୍ଭବ? କିନ୍ତୁ ଏହି କଥା ସତ। ଚେନ୍ନାଇର ଜଣେ ବ୍ୟକ୍ତି ଏଭଳି ଚମତ୍କାର କରି ଗିନିଜ ବୁକରେ ନିଜ ନାମକୁ ସାମିଲ କରିଛନ୍ତି।

ଚେନ୍ନାଇର ଜଣେ ବ୍ୟକ୍ତି ଅଟୋ-ରିକ୍ସା ଚଲେଇ ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି। କାରଣ ସେ ଦୁଇଟି ଚକରେ ଅଟୋ-ରିକ୍ସା ଚଲାଉଥିବାରୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ବ୍ୟକ୍ତି ଜଣକ ଏଭଳି ସାହସିକତା ପ୍ରଦର୍ଶନ କରି ଗିନିଜ ବୁକ ଅଫ ରେକର୍ଡ଼ରେ ନିଜର ଏକ ସ୍ୱତନ୍ତ୍ର ଜାଗା କିଣି ନେଇଛନ୍ତି।








View this post on Instagram






A post shared by Guinness World Records (@guinnessworldrecords)






ଭାଇରାଲ୍ ହେଉଥିବା ଏହି ଭିଡିଓଟି ଗିନିଜ ୱାର୍ଲ୍ଡ ରେକର୍ଡ଼ର ଇନଷ୍ଟାଗ୍ରାମ ପେଜରେ ଶେୟାର ହୋଇଛି। ଏଥିରୁ ଜଣାଯାଇଛି ଯେ ଏହି ଡ୍ରାଇଭର ଜଣକ ଚେନ୍ନାଇର ହୋଇଥିବା ବେଳେ ତାଙ୍କ ନାମ ଜଗଦୀଶ ଏମ ବୋଲି ଜଣାପଡ଼ିଛି। ସେ କେବଳ ଦୁଇଟି ଚକରେ ସବୁଠାରୁ ଲମ୍ବା ରାସ୍ତା ଅଟୋ-ରିକ୍ସା ଚଲେଇ ନିଜ ନାମରେ ରେକର୍ଡ଼ କରିନେଇଛନ୍ତି। ଗିନିଜ ବୁକ ଅଫ ରେକର୍ଡ଼ର ୱେବସାଇଟ ମୁତାବକ ଏହି ଡ୍ରାଇଭର ରେକର୍ଡ଼ କରିବା ନେଇ ନିଜ ଯାନର ଦୁଇଟି ଚକରେ ସନ୍ତୁଳନ ରକ୍ଷା କରି ୨.୨ କିଲୋମିଟରର ସବୁଠାରୁ ଲମ୍ବା ବାଟ ଡ୍ରାଇଭିଂ କରିଛନ୍ତି।

ତେବେ ୨୦୧୫ରେ ତାମିଲନାଡୁର ଅନ୍ୟଜଣେ ଯୁବକ ଏଭଳି ଏକ ରେକର୍ଡ଼ ମଧ୍ୟ ତିଆରି କରିଥିଲେ। କିନ୍ତୁ ସେ ଏତେ ଦୂର ବାଟ ଡ୍ରାଇଭିଂ କରିପାରି ନ ଥିଲେ। ଗିନିଜ ବୁକ ଅଫ ରେକର୍ଡ଼ର ୱେବସାଇଟ ଅନୁସାରେ ରିୟଲିଟି ଟିଭି ଶୋ’ ‘ଗିନିଜ ୱାର୍ଲ୍ଡ ରେକର୍ଡ – ଅବ୍ ଇଣ୍ଡିଆ ତୋଡେଗା’ରେ ଏହି ବ୍ୟକ୍ତି ଦେଖେଇ ଦେଇଛନ୍ତି ଓ ଏହି ଅବସରରେ ସେ ସବୁଠାରୁ ଦୀର୍ଘ ରାସ୍ତା ସାଇଡ୍ ହ୍ୱିଲ୍‌ରେ ଅତିକ୍ରମ କରି ରେକର୍ଡ କରିଛନ୍ତି। ଏହି ଅଟୋ ଡ୍ରାଇଭର ମଧ୍ୟ ମୁମ୍ବାଇର ଜୁହୁ ବିମାନଘାଟିରେ ଷ୍ଟଣ୍ଟ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ୱେବସାଇଟରେ ଡ୍ରାଇଭରଙ୍କ ପକ୍ଷରୁ କୁହାଯାଇଛି ଯେ “ମୁଁ କେବେ ବି ଭାବି ନ ଥିଲି ଏମିତି ରେକର୍ଡ଼ ହାସଲ କରାଯାଇ ପାରିବ ବୋଲି। କିନ୍ତୁ ମୁଁ ଏବେ ବହୁତ ସନ୍ତୁଷ୍ଟ ଅଛି।” ଏହି ବ୍ୟକ୍ତି ଜଣକ ଘଣ୍ଟା ପ୍ରତି ୮୦ କିମି ବେଗରେ ଅଟୋ ଚଳେଇ ପାରନ୍ତି।
Published by: Soumya Das
First published: October 11, 2021, 12:53 PM IST