ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସାଉଥ୍ ଷ୍ଟାର ବିଜୟଙ୍କୁ ମିଳିଲା ଆଶ୍ବସ୍ତି; Rolls Royce Car ଟିକସ ଉପରେ ଲାଗିଲା ମଧ୍ୟବର୍ତ୍ତୀକାଳୀନ ରୋକ

ସାଉଥ୍ ଷ୍ଟାର ବିଜୟଙ୍କୁ ମିଳିଲା ଆଶ୍ବସ୍ତି; Rolls Royce Car ଟିକସ ଉପରେ ଲାଗିଲା ମଧ୍ୟବର୍ତ୍ତୀକାଳୀନ ରୋକ

ଅଭିନେତା ବିଜୟଙ୍କ ଓକିଲ କହିଛନ୍ତି ଯେ ସମସ୍ତ ନାଗରିକଙ୍କର ଟିକସ ଆଦାୟ ଉପରେ ପ୍ରଶ୍ନ କରିବାର ଅଧିକାର ଅଛି ଓ ଯଦି ଟିକସ ବିଭାଗ ନୋଟିସ୍ ଦିଏ ତାହାଲେ ଏକ ସପ୍ତାହ ମଧ୍ୟରେ ପ୍ରବେଶ କର ପ୍ରଦାନ କରାଯାଇପାରିବ ।

ସାଉଥ୍ ଷ୍ଟାର ବିଜୟଙ୍କୁ ମିଳିଲା ଆଶ୍ବସ୍ତି; Rolls Royce Car ଟିକସ ଉପରେ ଲାଗିଲା ମଧ୍ୟବର୍ତ୍ତୀକାଳୀନ ରୋକ
ସାଉଥ୍ ଷ୍ଟାର ବିଜୟଙ୍କୁ ମିଳିଲା ଆଶ୍ବସ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚେନ୍ନାଇ: ଅଲ୍ଟ୍ରା-ଲଗଜରୀ ରୋଲ୍ସ ରାୟସ୍ କାର (Rolls Royce Car) ଉପରେ ପ୍ରବେଶ କର ହଟାଇବାକୁ ଚାହୁଁଥିବା ମାମଲାରେ ତାମିଲ ସୁପରଷ୍ଟାର ବିଜୟଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ଉପରେ ଲଗାଯାଇଥିବା ଏକ ଲକ୍ଷ ଟଙ୍କା ଜୋରିମନା ଉପରେ ମାଦ୍ରାସ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇବାକୁ ଅନୁମତି ଦେଇଛନ୍ତି ।

ଅଭିନେତା ବିଜୟଙ୍କ ପକ୍ଷରୁ ନିଜର ଯୁକ୍ତି ଉପସ୍ଥାପନ କରି ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ବିଜୟ ନାରାୟଣ କହିଛନ୍ତି ଯେ ଆମଦାନୀ ହୋଇଥିବା କାର୍ ଉପରେ ଆଦାୟ କରାଯାଇଥିବା ସମସ୍ତ ଟିକସ ଦେବାକୁ ଅଭିନେତା ପ୍ରସ୍ତୁତ ଅଛନ୍ତି।

ଏହି ପରି ହାଇକୋର୍ଟର ଡିଭିଜନାଲ ବେଞ୍ଚ୍ ପୂର୍ବରୁ ସିଙ୍ଗଲ ବେଞ୍ଚର ନିଷ୍ପତ୍ତି ଉପରେ ରୋଗ ଲଗାଇଛନ୍ତି । ବାକି ସମସ୍ତ ଟ୍ୟାକ୍ସକୁ ଏକ ସପ୍ତାହ ମଧ୍ୟରେ ଜମା କରିବାକୁ କୋଟ୍ ଅଭିନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିନେତା ବିଜୟଙ୍କ ଓକିଲ କହିଛନ୍ତି ଯେ ସମସ୍ତ ନାଗରିକଙ୍କର ଟିକସ ଆଦାୟ ଉପରେ ପ୍ରଶ୍ନ କରିବାର ଅଧିକାର ଅଛି ଓ ଯଦି ଟିକସ ବିଭାଗ ନୋଟିସ୍ ଦିଏ ତାହାଲେ ଏକ ସପ୍ତାହ ମଧ୍ୟରେ ପ୍ରବେଶ କର ପ୍ରଦାନ କରାଯାଇପାରିବ।

ପୂର୍ବରୁ ମାଦ୍ରାସ ହାଇକୋର୍ଟ ତାମିଲ ଅଭିନେତା ବିଜୟଙ୍କୁ ଅଲ୍ଟ୍ରା-ଲଗଜରୀ ରୋଲ୍ସ ରାୟସ୍ ଘୋଷ୍ଟ କାର୍ ଆମଦାନୀ ଉପରେ ପ୍ରବେଶ କର ଦେବାକୁ ଦୂରେଇ ରହୁଥିବାରୁ ନିନ୍ଦା କରିଥିଲେ ।

ଜଷ୍ଟିସ୍ ସୁବ୍ରମଣ୍ୟମ୍ ତାଙ୍କ ବିଚାରରେ କହିଥିଲେ ଯେ ଅଭିନେତା ଯେପରି ନିଜ ଚଳଚ୍ଚିତ୍ରରେ ସାମାଜିକ ନ୍ୟାୟ ବିଷୟରେ କଥାବାର୍ତ୍ତା କରନ୍ତି, ତାଙ୍କ ଠାରୁ ଟିକସ ଛାଡ଼ ଆଶା କରାଯାଇପାରିବ ନାହିଁ । ଚଳଚ୍ଚିତ୍ର ଅଭିନେତାଙ୍କୁ ପ୍ରକୃତ ହିରୋ ହେବାକୁ ପଡ଼ିବ । ଦୁଇ ସପ୍ତାହ ମଧ୍ୟରେ ଜୋରିମନା ଆଦାୟ କରିବା ସହିତ ଅଭିନେତାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ୍ କହିଥିଲେ ଯେ ଆବେଦନକାରୀ ବିଜୟ ତାଙ୍କ ଆଫିଡେଭିଟରେ ତାଙ୍କ ବୃତ୍ତି ବିଷୟରେ ଉଲ୍ଲେଖ କରିନଥିଲେ । ଯେତେବେଳେ ବିଜୟଙ୍କ ଓକିଲା ଏହା ଉଲ୍ଲେଖ କରିଥିଲେ, ସେହି ସମୟରେ ତାଙ୍କ ବୃତ୍ତି ବିଷୟରେ ସୂଚନା ମିଳିଥିଲା ।

ଏଭଳି ପରିସ୍ଥିତିରେ ଅଭିନେତା ବିଜୟ ହାଇକୋର୍ଟରେ ସିଙ୍ଗଲ୍ ବେଞ୍ଚର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟର ଡିଭିଜନାଲ ବେଞ୍ଚ ସିଙ୍ଗଲ ବେଞ୍ଚର ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ଅଭିନେତା ତୁରନ୍ତ ଏକ ସପ୍ତାହ ମଧ୍ୟରେ ଅବଶିଷ୍ଟ ୮୦ ପ୍ରତିଶତ ଏଣ୍ଟ୍ରି ଟ୍ୟାକ୍ସ ଜମା କରିବା ଉଚିତ୍।
Published by: Lipina Das
First published: July 27, 2021, 2:14 PM IST