News18 Odia Digital
ଚେନ୍ନାଇ: ତାମିଲନାଡୁର ଚେନ୍ନାଇର ଏକ ଔଷଧ ଗୋଦାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଗୋଦାମ ଉତ୍ତର ଚେନ୍ନାଇର ଅଶୋକ ନଗର ଅଞ୍ଚଳରେ ବୋଲି କୁହାଯାଉଛି। ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ନିଆଁ ଲିଭାଇବା ଆରମ୍ଭ କରିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ସମଗ୍ର ଗୋଦାମ ଚାରିପଟେ ଧୂଆଁ ଭରିଯାଇଥିଲା। କେବଳ ଏତିକି ନୁହେଁ, ଏହାର ଚାରିପାଖରେ ପାର୍କିଂ ହୋଇଥିବା ଅନେକ ଗାଡି ଜଳି ଯାଇଛି।
ତେବେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଏହି ବିଷୟରେ ଆଲୋଚନା କରି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଏଜେନ୍ସି ANI କୁ କହିଛନ୍ତି ଯେ ସକାଳ ପ୍ରାୟ ୮.୧୫ ରେ ଏହି ଘଟଣା ଘଟିଥଲା। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି କିନ୍ତୁ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।
ଏହାପୂର୍ବରୁ ମୁମ୍ବାଇର ଅନ୍ୟ ଏକ ଘଟଣାରେ ରବିବାର ଲୋୟର ପାରେଲର ଏ ଟୁ ଜେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଅଗ୍ନିକାଣ୍ଡ ଘଟିଥିଲା। ବିଏମସି ଏହି ସୂଚନା ଦେଇଛି। ରାତି ୧୧ଟା ସମୟରେ ମୁମ୍ବାଇର ଲୋୟର ପାରେଲର ଏ ଟୁ ଜେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ରେ ଲେଭଲ୍ -୧ ରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନି ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥି ସହ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହା ବ୍ୟତୀତ ମଧ୍ୟପ୍ରଦେଶର ଇନ୍ଦୋରର ଏକ ହୋଟେଲରେ ଅଗ୍ନିକାଣ୍ଡରେ ରବିବାର ସନ୍ଧ୍ୟାରେ ନିଆଁ ଲାଗିଯାଇଥିଲା। ଏହା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।