News18 Odia Digital
ଚେନ୍ନାଇ: ଚେନ୍ନାଇର ଜଣେ ବ୍ୟବସାୟୀ ଦୀପାବଳି ଅବସରରେ ତାଙ୍କ କର୍ମଚାରୀମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଉପହାର ପାଇବା ପରେ ବି କିଛି କର୍ମଚାରୀ ଏହାକୁ ବିଶ୍ୱାସ କରିପାରୁ ନାହାଁନ୍ତି। ସେମାନେ କେବଳ ମୋର କର୍ମଚାରୀ ନୁହଁନ୍ତି ବରଂ ମୋ ପରିବାରର ଏକ ଅଂଶ ବୋଲି କହିଛନ୍ତି ବ୍ୟବସାୟୀ ଜଣଙ୍କ।
ସୂଚନାନୁସାରେ, ଚଲାନି ଜୁଏଲେରୀର ମାଲିକ ଜୟନ୍ତୀ ଲାଲ ତାଙ୍କ କର୍ମଚାରୀଙ୍କୁ ଦୀପାବଳି ଉପହାର ସ୍ୱରୂପ ୧.୨କୋଟି ଟଙ୍କା ମୂଲ୍ୟର କାର ଓ ବାଇକ୍ ଦେଇଛନ୍ତି। କୁହାଯାଉଛି ଯେ ବ୍ୟବସାୟୀ ତାଙ୍କର ଆଠ ଜଣ କର୍ମଚାରୀଙ୍କୁ ଏକ କାର ଓ ୧୮ ଜଣଙ୍କୁ ଏକ ବାଇକ୍ ଦେଇଛନ୍ତି।
ନ୍ୟୁଜ୍ ଏଜେନ୍ସି ANIକୁ ପ୍ରତିକ୍ରିୟା ଦେଇ ଜୟନ୍ତୀ ଲାଲ କହିଛନ୍ତି ଯେ ତାଙ୍କ କର୍ମଚାରୀ ତାଙ୍କ ପରିବାର ପରି ଓ ସେ ତାଙ୍କ ସହ ପ୍ରତ୍ୟେକ ସୁଖ ଦୁଃଖରେ ସେମାନେ କାମ କରିଛନ୍ତି। ସେ କହିଛନ୍ତି ଯେ ଏହି ଉପହାରଗୁଡ଼ିକ ତାଙ୍କ କାର୍ଯ୍ୟକୁ ଉତ୍ସାହିତ କରିବା ଓ ତାଙ୍କ ଜୀବନରେ କିଛି ବିଶେଷ କରିବା ପାଇଁ ଦେଇଛି। ସେମାନେ ମୋ ବ୍ୟବସାୟରେ ଥିବା ସମସ୍ତ ଉତ୍ଥାନ-ପତନ ସତ୍ତ୍ୱେ ମୋ ସହ କାମ କରିଛନ୍ତି ଓ ମୋତେ ଲାଭ କରିବାରେ ସାହାଯ୍ୟ କରିଛନ୍ତି।
ଆହୁରି ମଧ୍ୟ ବ୍ୟବସାୟୀ ଜଣଙ୍କ କହିଛନ୍ତି ଯେ ସେମାନେ କେବଳ କର୍ମଚାରୀ ନୁହଁନ୍ତି ମୋର ପରିବାର। ତେଣୁ, ମୁଁ ସେମାନଙ୍କୁ ଏପରି ସରପ୍ରାଇଜ ଦେଇ ମୋ ପରିବାର ସଦସ୍ୟଙ୍କ ପରି ଖୁସି କରିବାକୁ ଚାହୁଁଥିଲି। ଏହା ପରେ ମୁଁ ବହୁତ ଖୁସି ଅଟେ। ପ୍ରତ୍ୟେକ ବସ୍ ତାଙ୍କ କର୍ମଚାରୀ ଓ ସହକର୍ମୀମାନଙ୍କୁ ଉପହାର ଦେଇ ସମ୍ମାନ ଦେବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।