ସାମ୍ନାକୁ ଆସିଲା ନୂଆ ସିସିଟିଭି (ପ୍ରତୀକାତ୍ମକ ଛବି)
News 18 Digital
ମୁମ୍ୱାଇ: ଉମେଶ କୋଲହେ ହତ୍ୟା ମାମଲାରେ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ଅଭିଯୁକ୍ତମାନେ ଉମେଶ କୋଲହେଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛନ୍ତି। ଏଥିରେ ସେ ଆଣ୍ଠୁ ମାଡି ବସିଛନ୍ତି। ଏହି ଭିଡିଓରେ ଅଭିଯୁକ୍ତମାନେ ବାଇକ୍ ଯୋଗେ ଆସି ୟୁ ଟର୍ନ୍ ମାରରୁଥିବାର ଦେଖା ଯାଉଛି।
ଉମେଶ କୋଲହେ ହତ୍ୟା ମାମଲାରେ ଅଭିଯୁକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କୁ ସୋମବାର ଦିନ ଅମରାବତୀର ଏକ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତମାନେ ଜୁଲାଇ ୮ ପୂର୍ବରୁ ମୁମ୍ବାଇର ଏନଆଇଏ କୋର୍ଟରେ ହାଜର ହେବାର ସମ୍ଭାବନା ରହିଛି।
ଏହି ଘଟଣାକୁ ନେଇ ପୋଲିସ କମିଶନର ଆରତୀ ସିଂ ମୁଁହ ଖୋଲିଛନ୍ତି। ସେ କହିଛନ୍ତି,"ତଦନ୍ତ ସମୟରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ଓ ଉମେଶଙ୍କ ହତ୍ୟାକୁ ସମର୍ଥନ କରୁଥିବା ସୋସିଆଲ ମିଡ଼ିଆ ପୋଷ୍ଟ ମଧ୍ୟରେ ଅମରାବତୀ ପୋଲିସ ଲିଙ୍କ ପାଇଥିଲା ଓ ଅଭିଯୋଗ ଅନୁଯାୟୀ ମାମଲାକୁ ଶେଷ କରିନଥିଲା।
ଅଭିଯୁକ୍ତ ସାତଜଣ ହେଉଛନ୍ତି ମୁଦସର ଅହମ୍ମଦ (୨୨), ଶାହାରୁଖ ପଠାନ (୨୫), ଅବଦୁଲ (୨୪), ଶୋଏବ ଖାନ (୨୨), ଆତିବ ରସିଦ (୨୨) ଏବଂ ୟୁସୁଫ ଖାନ (୩୨) ଓ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଶେଖ ଇରଫାନ ଶେଖ ରହୀମ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।