ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ଏହି ଭିଡିଓ ଯେଉଁ ଦିନର, ସେ ଦିନ ସ୍ୱାମୀ ଅଫିସରେ କାମ ଅଛି ବୋଲି ବାହାନା କରି ଘରୁ ବାହାରକୁ ଯାଇଥିଲେ । ସ୍ୱାମୀ ଚାଲିଯିବା ମାତ୍ରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲେ । ଉଭୟ ରୋଷେଇ ଘରେ ରୋମାନ୍ସ କରୁଥିଲେ ।

ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା
ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଶ୍ୱାସ ଉପରେ ନିର୍ଭର କରେ । ଏହି ସମ୍ପର୍କରେ ଉଭୟ ପକ୍ଷରୁ ବିଶ୍ୱସ୍ତତା (loyalty) ଆଶା କରାଯାଇଥାଏ । ଯଦି ଗୋଟିଏ ପଟୁ ପ୍ରତାରଣା ଆରମ୍ଭ ହୁଏ, ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଧୀରେ ଧୀରେ ଭାଙ୍ଗିବା ଆରମ୍ଭ ହୁଏ ଓ ଶେଷରେ ଭାଙ୍ଗିଯାଏ । ଅଧିକାଂଶ ସମୟରେ ତ ଜଣକ ପ୍ରତାରଣା ବିଷୟରେ ଅନ୍ୟ ଜଣେ ଜାଣି ପାରନ୍ତି ନାହିଁ । ହେଲେ ଏବେ ତାହା ଜାଣିବା ସେତେଟା କଷ୍ଟ ନୁହେଁ ।

କିଛି ଦିନ ଧରି ସୋସିଆଲ୍‌ ମିଡି଼ଆରେ ଏକ ଭିଡିଓ ଭାଇରାଲ (viral video) ହେଉଛି । ଏଥିରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହ କରିଚାଲିଥିବା ପ୍ରତାରଣାର ନିଚ୍ଛକ ଛବି ରହିଛି । ତେବେ ଏହି ଭିଡିଓଟି କେଉଁଠୁ ଆସିଛି ତାହା ଜଣା ପଡି଼ନାହିଁ । କିନ୍ତୁ ଭିଡିଓଟିକୁ ଦେଖି ଲୋକେ ପ୍ରତାରଣା କରୁଥିବା ପତ୍ନୀଙ୍କ ଉପରେ କ୍ରୋଧ ବ୍ୟକ୍ତ କରୁଛନ୍ତି । ସ୍ୱାମୀ ଘରୁ ଚାଲିଯିବା ମାତ୍ରେ ଏହି ସ୍ତ୍ରୀ ନିଜ ପ୍ରେମିକକୁ ଘରକୁ ଡାକିଆଣୁଥିଲେ ।

ଏହା ବି ପଢ଼ନ୍ତୁ | PM ମୋଦି ଓଡ଼ିଶାରେ ବାତ୍ୟାର କ୍ଷତି ଦେଖିଲେ; ରାଜ୍ୟ ସରକାର କେନ୍ଦ୍ର ଠାରୁ ସହାୟତା ମାଗିଲେ ନାହିଁ

ଏହି ଭିଡିଓ ଟ୍ୱିଟରରେ ଜୋନାଥନ୍‌ ଟି. ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖା ଅଛି: ‘‘ପ୍ରତାରିକା ପତ୍ନୀ ଠିକ୍‌ ସମୟରେ ଧରା ପଡ଼ିଲା ।’’ (Cheating wife, caught in the act) ଏହି ପ୍ରତାରିକା ପତ୍ନୀ ନିଜ ସ୍ୱାମୀ ଘରୁ ବାହାରକୁ ଯିବା ମାତ୍ରେ ନିଜ ପ୍ରେମିକକୁ ଘରକୁ ଡାକିଆଣନ୍ତି । କିନ୍ତୁ ତାଙ୍କ ସ୍ୱାମୀ ଏହା ବିଷୟରେ ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ । ସେହି କାରଣରୁ ସ୍ୱାମୀ ପ୍ରମାଣ ପାଇଁ ତାଙ୍କ ଘରେ ଅନେକ ଲୁଚା କ୍ୟାମେରା (hidden camera) ଲଗେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସାମ୍ନାରେ ଜଗନ୍ନାଥଙ୍କ ବିଗ୍ରହ, ପରଦାରେ ବାତ୍ୟାର ଗତି ପଥ: ‘ୟାସ୍ବିଷୟରେ ଖବର ରଖୁଥିଲେ CM ନବୀନ ପଟ୍ଟନାୟକ

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଏହି ଭିଡିଓ ଯେଉଁ ଦିନର, ସେ ଦିନ ସ୍ୱାମୀ ଅଫିସରେ କାମ ଅଛି ବୋଲି ବାହାନା କରି ଘରୁ ବାହାରକୁ ଯାଇଥିଲେ । ସ୍ୱାମୀ ଚାଲିଯିବା ମାତ୍ରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲେ । ଉଭୟ ରୋଷେଇ ଘରେ ରୋମାନ୍ସ କରୁଥିଲେ । କିନ୍ତୁ ସେତିକି ବେଳେ ହିଁ ମହିଳାଙ୍କ ସ୍ୱାମୀ ଘରକୁ ଫେରି ଆସିଥିଲେ ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଏହା ପରେ ସ୍ତ୍ରୀ ସବୁ ଯତ୍ନ ନେଇଥିଲେ ନିଜ ସ୍ୱାମୀଙ୍କ ଠାରୁ ଏହି କୁକୃତ୍ୟ ଲୁଚାଇ ରଖିବା ପାଇଁ । ଏହି ସମୟରେ ତାଙ୍କ ପ୍ରେମିକ ରୋଷେଇ ଘରେ ଲୁଚି ରହିଥିଲେ । ପତ୍ନୀ ସ୍ୱାମୀଙ୍କୁ ଅନ୍ୟ କୋଠରୀକୁ ନେବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।



ରୋଷେଇ ଘରର ଏହି ପୂରା ମାମଲା ଲୁକ୍କାୟିତ କ୍ୟାମେରାରେ କଏଦ ହୋଇଥିଲା (adultery video)।
Published by: Anand ST Das
First published: April 28, 2021, 7:57 PM IST