News18 Odia Digital
ଯଦି ଆପଣଙ୍କର ପ୍ରତିଦିନ ନୂଆ ନୂଆ ଡ୍ରେସ ପିନ୍ଧିବାର ସଉକ ଅଛି , ତେବେ ଆପଣ ଏହାର ଦର ନିହାତି ଜାଣିଥିବେ । ପ୍ରାୟତଃ ଗୋଟେ ଗୋଟେ ଭଲ ଡ୍ରେସର ମୂଲ୍ୟ ପାଖାପାଖି ୮୦୦ ରୁ ୧୨୦୦ ମଧ୍ୟରେ ରହିଥିବ । ଆଜି ଆମେ ଆପଣଙ୍କୁ ଭାରତର ଏଭଳି ଏକ ଲୁଗା ବଜାର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରୁ ଆପଣ ଡ୍ରେସ ମାତ୍ର ୧୦୦ ରୁ ୪୦୦୦ ଟଙ୍କା ଭିତରେ ପାଇପାରିବେ।
ଜାମନଗର ସହରର ମଧ୍ୟଭାଗରେ ଥିବା ତିନବତୀ ଅଞ୍ଚଳର ପୋଷାକ ବଜାର ଅନ୍ୟ ନିକଟ ସହରରେ ମଧ୍ୟ ପ୍ରସିଦ୍ଧ। ଯେଉଁଠାରେ ୮୦୦ରୁ ଆରମ୍ଭ କରି ୪୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ପୋଷାକ ମଧ୍ୟ ଉପଲବ୍ଧ। ଏହି ବଜାର ରେଡିମେଟ ପୋଷାକ ପାଇଁ ଜଣାଶୁଣା। ଗୋଟିଏ ଭବନରେ ପ୍ରାୟ ୩୦ ଟି ପୋଷାକ ଅଛି। ଦୋକାନ ବଜାର, ସପିଂ ମଲ୍ ସବୁ ପାଖରେ ଥିବାରୁ ବହୁ ସଂଖ୍ୟକ ଲୋକ ଏଠାକୁ ଆସିଥାନ୍ତି। ବିବାହ ଋତୁରେ ବହୁ ସଂଖ୍ୟକ ଲୋକ ଏଠାକୁ ଆସନ୍ତି। କମ ମୂଲ୍ୟ ପୋଷାକ ହେତୁ ଲୋକମାନେ ମନ ଇଚ୍ଛା ସପିଂ କରନ୍ତି ଓ ଅଧିକାଂଶ ନିୟମିତ ଗ୍ରାହକ ଏଠାକୁ ଆସନ୍ତି।
ଏଭଳି ଆଉ ଏକ ମାର୍କେଟ ଦିଲ୍ଲୀର ଗାନ୍ଧିନଗରରେ ରହିଛି। ଏହି ମାର୍କେଟରେ ରହିଛି ୧୫ ହଜାର ଦୋକାନ। ଏଠାରେ ବ୍ରାଣ୍ଡେଡ୍ ପୋଷାକ ମଧ୍ୟ ଖୁବ୍ କମ୍ ଟଙ୍କାରେ ଉପଲବ୍ଧ ହୋଇଥାଏ । ଥୋକ୍ ମାର୍କେଟ୍ ନାଁରେ ଖ୍ୟାତ। ଏହି ମାର୍କେଟ୍ ରେ ପିଲାଙ୍କ ପାଇଁ ମାତ୍ର ୫୦ ଟଙ୍କାରେ ଆପଣ ଡ୍ରେସ୍ ପାଇପାରିବେ, ଏହାର ଗୁଣବତ୍ତା ମଧ୍ୟ ଖୁବ୍ ଭଲ । ବଡ ମାନଙ୍କ ପାଇଁ ଜ୍ୟାକେଟ୍, ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୦୦ ଟଙ୍କା ଏବଂ ପୁରୁଷଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୨୦ ଟଙ୍କାରେ କିଣିପାରିବେ । ଏଠାରେ ୪ଟି ବଜାର ରହିଛି ସରୋଜିନୀ ମାର୍କେଟ୍ , ଚାନ୍ଦିନୀ ଚୌକ , କରୋଲ ବାଗ ଏବଂ ଶାହଦରାରେ ମଧ୍ୟ ଖୁବ୍ କମ୍ ଟଙ୍କାରେ ଡ୍ରେସ୍ ମିଳିଯାଏ ।
ଏହି ରେଡିମେଟ ପୋଷାକର ବ୍ୟବସାୟୀଙ୍କ ଅନୁଯାୟୀ, ଦୀର୍ଘ ବର୍ଷ ଧରି ସମଗ୍ର ଅଞ୍ଚଳ ପୋଷାକ ପାଇଁ ଜଣାଶୁଣା। ବାହାରୁ ବହୁ ସଂଖ୍ୟକ ଗ୍ରାହକ ମଧ୍ୟ କେବଳ ପୋଷାକ କିଣିବାକୁ ଏଠାକୁ ଆସନ୍ତି। ସୁରତ, ଅହମ୍ମଦାବାଦ ଓ ମୁମ୍ବାଇରୁ କପଡା ଓ ପୋଷାକ କିଣି ଲୋକମାନେ ବିକ୍ରି କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।