ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Punjab crisis: ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂଆ CM; ସେ ଅମରିନ୍ଦର ସିଂଙ୍କ ଘୋର ବିରୋଧୀ

Punjab crisis: ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂଆ CM; ସେ ଅମରିନ୍ଦର ସିଂଙ୍କ ଘୋର ବିରୋଧୀ

Charanjit Singh Channi is new Punjab CM | ବିଧାୟକମାନଙ୍କ ବୈଠକରେ ସୁଖଜିନ୍ଦର ସିଂ ରଣଧାୱାଙ୍କ ନାମ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ସେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ବୋଲି କହି କେତେକ ବିଧାୟକ ତାଙ୍କୁ ବିରୋଧ କରିଥିଲେ । ତା’ ପରେ ଚନ୍ନୀଙ୍କ ନାମ ଉପରେ ସମ୍ମତି ହୋଇଥିଲା ।

Punjab crisis: ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂଆ CM; ସେ ଅମରିନ୍ଦର ସିଂଙ୍କ ଘୋର ବିରୋଧୀ
ଚରଣଜିତ ସିଂ ଚନ୍ନୀ
  • News18 Odia
  • Last Updated: September 19, 2021, 6:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ଦଳ ଭିତରେ ୨୪ ଘଣ୍ଟାର ଗରମାଗରମ ବିମର୍ଶ ପରେ ସ୍ଥିର ହୋଇଛି ଯେ ଚରଣଜିତ ସିଂ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟ ମନ୍ତ୍ରୀ ହେବେ। କଂଗ୍ରେସ ହାଇକମାଣ୍ଡ ବିଧାୟକମାନଙ୍କ ସର୍ବସମ୍ମତି କ୍ରମେ ନିଆଯାଇଥିବା ଏହି ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲ ସୂଚନା ଦେଇଛନ୍ତି ଯେ ବିଧାୟକମାନଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଚରଣଜିତ ସିଂ ଚନ୍ନୀ ରବିବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି । ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଚରଣଜିତ ସିଂ ଚନ୍ନୀ ନୂଆ ମୁଖ୍ୟ ମନ୍ତ୍ରୀ ହେବେ । ଏହି ଘୋଷଣାର କିଛି ସମୟ ପୂର୍ବରୁ ସୁଖଜିନ୍ଦର ସିଂ ରଣଧାୱାଙ୍କ ନାମ ଉପରେ ଚର୍ଚ୍ଚା ଚାଲିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଚନ୍ନୀଙ୍କ ନାମ ଆଧିକାରିକ ରୂପେ ଘୋଷଣା କରାଯାଇଥିଲା । ଚନ୍ନିଙ୍କୁ ମୁଖ୍ୟ ମନ୍ତ୍ରୀ କରିବା ନିଷ୍ପତ୍ତି ପରେ ଏହି ପଦବୀ ପାଇଁ ଦୌଡ଼ରେ ଥିବା ସୁଖଜିନ୍ଦର ରଣଧାୱା କହିଛନ୍ତି ଯେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ସେ ଖୁସି ଅଛନ୍ତି । ସେ କହିଛନ୍ତି, ‘‘ମୋତେ ସମର୍ଥନ କରିଥିବା ସବୁ ବିଧାୟକଙ୍କ ପ୍ରତି ମୁଁ କୃତଜ୍ଞ । ଚନ୍ନୀ ମୋ’ର ଭାଇ ।’’

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ତଥ୍ୟ ଲିକ୍: କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପରିସରକୁ ଆସିଲେ ମୁଖ୍ୟ ସୁରକ୍ଷା ଅଧିକାରୀ

ସୂତ୍ରଙ୍କ ଅନୁସାରେ ଯେତେବେଳେ ବିଧାୟକମାନଙ୍କ ବୈଠକରେ ରଣଧାୱାଙ୍କ ନାମ ଉପରେ ଚର୍ଚ୍ଚା ଚାଲିଥିଲା, ସେତେବେଳେ କେତେକ ବିଧାୟକ ସେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ବୋଲି କହି ତାଙ୍କର ବିରୋଧ କରିଥିଲେ । ତା’ ପରେ ଚନ୍ନୀଙ୍କ ନାମ ଉପରେ ଆଲୋଚନା ହୋଇଥି୍ଲା ଓ ସମସ୍ତେ ସେଥିରେ ସମ୍ମତି ଜଣାଇଥିଲେ ।

ରାହୁଳ ଗାନ୍ଧିଙ୍କ ସହ ଚରଣଜିତ ସିଂ ଚନ୍ନୀ


ଚରଣଜିତ ସିଂ ଚନ୍ନୀ କିଏ?
ରାମଦାସୀ ଶିଖ ସମ୍ପ୍ରଦାୟରୁ ଆସୁଥିବା ଚନ୍ନୀ ପଞ୍ଜାବର ଚମକୌର ସାହିବ ବିଧାନ ସଭା କ୍ଷେତ୍ରରୁ ବିଧାୟକ । କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ (Captain Amarinder Singh) କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ଓ ଶିଳ୍ପ ତାଲିମ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କୁ ମୁଖ୍ୟ ମନ୍ତ୍ରୀ କରିବା ପାଇଁ ବିଧାୟକ ତଥା ପର୍ଯ୍ୟବେକ୍ଷକଙ୍କ ଦିନିକିଆ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?

ଚନ୍ନୀ ତୃତୀୟ ଥର ପାଇଁ ଚମକୌରରୁ ବିଧାୟକ ନିରିବାଚିତ ହୋଇଛନ୍ତି । ସେ ୨୦୧୫ ଓ ୨୦୧୬ରେ ପଞ୍ଜାବ ବିଧାନ ସଭାରେ ବିରୋଧୀ ଦଳର ନେତା ଥିଲେ । ରାହୁଳ ଗାନ୍ଧୀଙ୍କ ନିକଟତର ଭାବେ ବିବେଚିତ ଚନ୍ନୀ ୨୦୦୭ରେ ପ୍ରଥମ ଥର ପାଇଁ ଚାମକୌର ବିଧାନ ସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଚରଣଜିତ ସିଂ ଚନ୍ନୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଜଣେ ଘୋର ବିରୋଧୀ ରହିଆସିଛନ୍ତି ।

ଏହା ବି ପଢ଼ନ୍ତୁ | Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍ପ୍ରଚାରକ ତାଲିକା

ଶନିବାର ଦିନ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ତାଙ୍କ ଘୋର ବିରୋଧୀ ତଥା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ (Navjot Singh Sidhu) ଉପରେ ଆକ୍ରମଣାତ୍ମକ ଢଙ୍ଗରେ ବିବୃତି ଦେଇଥିଲେ । ଅମରିନ୍ଦର ସିଂ କହିଥିଲେ ଯେ ପାକିସ୍ତାନ (Pakistan) ସହ ନବଜୋତ ସିଂ ସିଦ୍ଧୁଙ୍କର ଗଭୀର ସମ୍ପର୍କ ରହିଛି ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ଅଭିଯୁକ୍ତ

ଅମରିନ୍ଦର ସିଂ କହିଥିଲେ ଯେ ନବଜୋତ ସିଂ ସିଦ୍ଧୁଙ୍କର ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ଓ ସେଠାକାର ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହ ଭଲ ବନ୍ଧୁତା ଅଛି । ଅମରିନ୍ଦର କହିଛନ୍ତି ଯଏ ଯଦି ଏଭଳି ପରିସ୍ଥିତିରେ ସିଦ୍ଧୁଙ୍କୁ ପଞ୍ଜାବର ମୁଖ୍ୟ ମନ୍ତ୍ରୀ କରାଯାଏ ତେବେ ସେ ପଞ୍ଜାବକୁ ନଷ୍ଟ କରିଦେବେ । ‘‘ନବଜୋତ ସିଂ ସିଦ୍ଧୁ କିଛି ସମ୍ଭାଳି ପାରିବେ ନାହିଁ । ମୁଁ ତାଙ୍କୁ ବହୁତ ଭଲ ଭାବେ ଜାଣେ । ପଞ୍ଜାବ ପାଇଁ ସେ ଭୟଙ୍କର ହେବେ,’’ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ (Amarinder Singh resign as Punjab CM) କହିଥିଲେ କ୍ୟାପଟେନ ଅମରିନ୍ଦର ସିଂ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

‘‘ସେ (ସିଦ୍ଧୁ) ଗୋଟିଏ ମନ୍ତ୍ରଣାଳୟ ତ ଚଳାଇ ପାରିଲେ ନାହିଁ, ସେ ରାଜ୍ୟ କ’ଣ ଚଳାଇବେ? ସେ ସବୁ କିଛି ନଷ୍ଟ କରିଦେବେ । ତାଙ୍କର ପ୍ରତିଭା ନାହିଁ,’’ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛନ୍ତି ଅମରିନ୍ଦର । କେବଳ ଏତିକି ନୁହେଁ, ଅମରିନ୍ଦର ନିଜ ସମର୍ଥକମାନଙ୍କୁ ସିଦ୍ଧୁଙ୍କୁ ଖୋଲାଖୋଲି ବିରୋଧ କରିବାକୁ ବି କହିଛନ୍ତି । ସେ କହିଛନ୍ତି ଯେ ଏବେ କଂଗ୍ରେସ ଦଳକୁ ନିଷ୍ପତ୍ତି ନେବାକୁ ହେବ । ‘‘ଯଦି ସେମାନେ (କଂଗ୍ରେସ ଶୀର୍ଷ ନେତାମାନେ) ତାଙ୍କୁ (ନବଜୋତ ସିଂ ସିଦ୍ଧୁଙ୍କୁ) ପଞ୍ଜାବର ମୁଖ୍ୟ ମନ୍ତ୍ରୀ ନିଯୁକ୍ତ କରନ୍ତି, ତେବେ ମୁଁ ଏହାକୁ ବିରୋଧ କରିବି କାରଣ ଏହା ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ,’’ କହିଥିଲେ ଅମରେନ୍ଦ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

ପଞ୍ଜାବର ପୂର୍ବତନ ମୁଖ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଚଣ୍ଡିଗଡ଼ରେ କଂଗ୍ରେସ ବିଧାନ ସଭା ପାର୍ଟିର ଏକ ବୈଠକ ଚାଲିଥିବା ସମୟରେ ଆସିଛି । ବିଶେଷ କଥା ହେଉଛି ନବଜୋତ ସିଂ ସିଦ୍ଧୁ ଏହି ସଭାର ଆୟୋଜନ କରୁଛନ୍ତି । ପଞ୍ଜାବର ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ କିଏ ହେବେ ତାହା ସିଦ୍ଧୁ କ୍ୟାମ୍ପ୍‌ ସ୍ଥିର କରିବ ବୋଲି କଳ୍ପନାଜଳ୍ପନା ଜୋର୍‌ ଧରିଛି ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ଗୁପ୍ତଚର: ୭-ଦିନିଆ ରିମାଣ୍ଡରେ ୫ ଅଭିଯୁକ୍ତଙ୍କୁ କଟକ ଆଣିଲା କ୍ରାଇମ୍‌ ବ୍ରାଞ୍ଚ୍‌

ଶନିବାର ଦିନ ଅମରିନ୍ଦର ସିଂ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଚଣ୍ଡିଗଡ଼ରେ ସାକ୍ଷାତ କରି ନିଜ ଇସ୍ତଫା ପତ୍ର ଦାଖଲ କରିଥିଲେ । ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅମରିନ୍ଦର ସିଂ କହିଥିଲେ, ‘‘ମୁଁ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଯାହା ଉପରେ ତାଙ୍କର (କଂଗ୍ରେସ ସଭାପତି) ବିଶ୍ୱାସ ଅଛି ତାଙ୍କୁ ମୁଖ୍ୟ ମନ୍ତ୍ରୀ କରାଯିବା ଉଚିତ ।’’
Published by: Anand S.T. Das
First published: September 19, 2021, 6:42 PM IST