ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଜାଲିଆନାୱାଲା ବାଗରେ ହୋଇଥିବା ପରିବର୍ତ୍ତନକୁ ନେଇ ସୋସିଆଲ ମିଡ଼ିଆରେ ସମାଲୋଚନା

ଜାଲିଆନାୱାଲା ବାଗରେ ହୋଇଥିବା ପରିବର୍ତ୍ତନକୁ ନେଇ ସୋସିଆଲ ମିଡ଼ିଆରେ ସମାଲୋଚନା

ଜାଲିଆନାୱାଲା ବାଗର ନବୀକରଣ ହୋଇଥିବା କମ୍ପ୍ଲେକ୍ସକୁ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା କରାଯାଇଛି। କେତେକ ଐତିହାସିକ, ବାମପନ୍ଥୀ ଦଳ ଓ କଂଗ୍ରେସ ନେତା ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଜାଲିଆନାୱାଲା ବାଗରେ ହୋଇଥିବା ପରିବର୍ତ୍ତନକୁ ନେଇ ସୋସିଆଲ ମିଡ଼ିଆରେ ସମାଲୋଚନା
ଜାଲିଆନାୱାଲା ବାଗରେ ହୋଇଥିବା ପରିବର୍ତ୍ତନକୁ ନେଇ ସୋସିଆଲ ମିଡ଼ିଆରେ ସମାଲୋଚନା
  • News18 Odia
  • Last Updated: August 31, 2021, 10:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଦିନ ଜାଲିଆନାୱାଲା ବାଗର ନବୀକରଣ ହୋଇଥିବା କମ୍ପ୍ଲେକ୍ସର ଭିଡିଓ ସମ୍ମିଳନୀ ମାଧ୍ୟମରେ ଉଦଘାଟନ କରିଥିଲେ । ଏହା ସହିତ ସେ ଅମୃତସରର ଜାଲିଆନାୱାଲା ବାଗ ସ୍ମୃତି ସ୍ଥାନରେ ବିକଶିତ ହୋଇଥିବା କିଛି ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିଥିଲେ । ଦୀର୍ଘ ଦିନ ଧରି ଅବ୍ୟବହୃତ ଅଟ୍ଟାଳିକାର ସର୍ବୋଚ୍ଚ ପୁନଃ ବ୍ୟବହାର ନିଶ୍ଚିତ କରିବାକୁ ଚାରୋଟି ସଂଗ୍ରହାଳୟ ଗ୍ୟାଲେରୀ ସୃଷ୍ଟି କରାଯାଇଛି ।

ହେଲେ ସରକାରଙ୍କ ଏହି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା କରାଯାଉଛି। କେତେକ ଐତିହାସିକ, ବାମପନ୍ଥୀ ଦଳ ଓ କଂଗ୍ରେସ ନେତା ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବା ସହ ଐତିହାସିକ ଐତିହ୍ୟକୁ ବଦଳାଯାଉଛି ବୋଲି ଅଭିଯୋଗ କରିଛନ୍ତି।

ଐତିହାସିକ ଇରଫାନ୍ ହବିବ କହିଛନ୍ତି, ‘‘ଏହା ହେଉଛି ସ୍ମାରକୀଗୁଡ଼ିକର କର୍ପୋରେଟାଇଜେସନ୍ । ଆଧୁନିକ ସଂରଚନା ନାମରେ, ଏହା ଏହାର ପ୍ରକୃତ ମୂଲ୍ୟ ହରାଉଛି ।’’ ବାମ ଦଳର ନେତା ସୀତାରାମ ୟେଚୁରୀ କହିଛନ୍ତି, ‘‘ଏହା ଆମର ସହିଦମାନଙ୍କ ପ୍ରତି ଅପମାନ । ହିନ୍ଦୁ, ମୁସଲମାନ, ଶିଖଙ୍କ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଆମ ସ୍ୱାଧୀନତା ସଂଗ୍ରାମକୁ ଉତ୍ସାହିତ କରିଥିଲା । ସ୍ୱାଧୀନତା ସଂଗ୍ରାମରୁ ଦୂରରେ ରହିଥିବା ବ୍ୟକ୍ତିମାନେ ହିଁ ଏପରି କାର୍ଯ୍ୟ କରିପାରିବେ ।’’

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ହସିବା ଲେଖିଛନ୍ତି, ‘‘ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରେ ଉତ୍ସବ କ’ଣ, ଯେଉଁଠାରେ ଆଲୋକ ଓ ଧ୍ୱନି ଆବଶ୍ୟକ? କିନ୍ତୁ ମୁଁ ବିଶ୍ୱାସ କରେ ଯେଉଁମାନେ ବ୍ରିଟିଶମାନଙ୍କ ସହ ମିଶିଛନ୍ତି, ସେମାନେ ଏହି ଦିନର ଭୟାବହତାକୁ କିପରି ବୁଝିବେ।’’

ପରିବର୍ତ୍ତନଗୁଡିକ କ’ଣ ଥିଲା?

ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏହି ଗ୍ୟାଲେରୀଗୁଡ଼ିକ ସେହି ସମୟରେ ପଞ୍ଜାବରେ ଘଟିଥିବା ବିଭିନ୍ନ ଘଟଣାର ବିଶେଷ ଐତିହାସିକ ମହତ୍ତ୍ୱ ଦର୍ଶାଏ । ଅଡିଓ-ଭିଜୁଆଲ୍ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପିଂ ଓ ୩ଡି ଚିତ୍ରନାଟ୍ୟ, କଳା ଓ ଭାସ୍କର୍ଯ୍ୟ ସ୍ଥାପନ ସହିତ ଏହି ଇଭେଣ୍ଟଗୁଡ଼ିକ ପ୍ରଦର୍ଶନ କରିବାକୁ ଉପସ୍ଥାପନା ବ୍ୟବସ୍ଥା କରାଯାଇଛି | ପିଏମଓ ଅନୁଯାୟୀ, ୧୯୧୯ ଏପ୍ରିଲ ୧୩ରେ ଘଟିଥିବା ବିଭିନ୍ନ ଘଟଣା ଦେଖାଇବା ପାଇଁ ଜାଲିଆନାୱାଲା ବାଗରେ ଏକ ସାଉଣ୍ଡ ଓ ଲାଇଟ୍ ଶୋର ଆୟୋଜନ କରାଯାଇଛି।

ଏହି କମ୍ପ୍ଲେକ୍ସରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବର ସ୍ଥାନୀୟ ସ୍ଥାପତ୍ୟ ଶୈଳୀ ଅନୁଯାୟୀ ଐତିହ୍ୟ ସହ ଜଡ଼ିତ ବିସ୍ତୃତ ପୁନଃ ନିର୍ମାଣ କାର୍ଯ୍ୟ କରାଯାଇଛି । ନୂତନ ବିକଶିତ ସୂକ୍ଷ୍ମ ଢ଼ାଞ୍ଚା ସହିତ ଶହିଦ କୂଅକୁ ମରାମତି ଓ ପୁନଃ ନିର୍ମାଣ କରାଯାଇଛି ।

ପିଏମଓ ଅନୁଯାୟୀ, ଏହି ଉଦ୍ୟାନର କେନ୍ଦ୍ରୀୟ ସ୍ଥାନ ଭାବରେ ପରିଗଣିତ ହୋଇଥିବା 'ଜୱାଲା ସ୍ମାରକ' ମରାମତି ହେବା ସହିତ ସେଠାରେ ଅବସ୍ଥିତ ପୋଖରୀକୁ 'ଲିଲି ପୋଖରୀ' ଭାବରେ ପୁନଃ ବିକଶିତ କରାଯାଇଛି । ଲୋକଙ୍କୁ ଆସିବାକୁ ଓ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଯିବା ଆସିବା ସୁବିଧା ପାଇଁ ଏଠାରେ ଅବସ୍ଥିତ ରାସ୍ତାକୁ ପ୍ରଶସ୍ତ କରାଯାଇଛି ।

ପିଏମଓ ଅନୁଯାୟୀ, ଏହି କମ୍ପ୍ଲେକ୍ସରେ ଅନେକ ନୂଆ ଓ ଆଧୁନିକ ସୁବିଧା ଯୋଗ କରାଯାଇଛି ଯେଉଁଥିରେ ଲୋକଙ୍କ ଚଳପ୍ରଚଳ ପାଇଁ ଉପଯୁକ୍ତ ଚିହ୍ନ ଥିବା ନୂତନ ବିକଶିତ ରାସ୍ତା, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ଆଲୋକ, ଦେଶୀ ବୃକ୍ଷରୋପଣ ଓ ପଥର ଗଠନ କାର୍ଯ୍ୟ ସହିତ ଉନ୍ନତ ଦୃଶ୍ୟ ଇତ୍ୟାଦି ସମଗ୍ର ବଗିଚା ଅନ୍ତର୍ଭୁକ୍ତ । ପୁରା ସ୍ଥାନରେ ଅଡିଓ ନୋଡସ୍ ଲଗାଯାଇଛି ।
Published by: Lipina Das
First published: August 31, 2021, 10:29 AM IST