EPF ନିୟମ ବଦଳିଲା; PF କଣ୍ଟ୍ରିବ୍ୟୁସନ ଉପରେ ଟ୍ୟାକ୍ସ ଲାଗିବ, ଜାଣନ୍ତୁ କ'ଣ ଏହି ପ୍ଲାନ?

ସାଧାରଣ ବଜେଟ୍ ୨୦୨୧ ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଇପିଏଫରେ ବାର୍ଷିକ ୨.୫୦ ଲକ୍ଷରୁ ଅଧିକ ଟଙ୍କା ଜମା କରିବା ଟିକସଯୋଗ୍ୟ କରିଥିଲେ । ଅର୍ଥାତ ଗୋଟିଏ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ପ୍ରୋଭିଡେଣ୍ଟ ଫଣ୍ଡ କଣ୍ଟ୍ରିବ୍ୟୁସନ ଉପରେ ମିଳିଥିବା ସୁଧ ଉପରେ ସାଧାରଣ ଟିକସରୁ ଆୟକର ଆଦାୟ କରାଯିବ ।

EPF ନିୟମ ବଦଳିଲା; PF କଣ୍ଟ୍ରିବ୍ୟୁସନ ଉପରେ ଟ୍ୟାକ୍ସ ଲାଗିବ, ଜାଣନ୍ତୁ କ'ଣ ଏହି ପ୍ଲାନ?
PF କଣ୍ଟ୍ରିବ୍ୟୁସନ ଉପରେ ଟ୍ୟାକ୍ସ ଲାଗିବ
  • News18 Odia
  • Last Updated: April 5, 2021, 10:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏପ୍ରିଲ୍ ୨୦୨୧ ଠାରୁ ପିଏଫ ନିୟମ (PF Rules) ସହିତ ଜଡିତ ନିୟମରେ ଏକ ବଡ ପରିବର୍ତ୍ତନ ହୋଇଛି । ସାଧାରଣ ବଜେଟ୍ ୨୦୨୧ ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଇପିଏଫରେ ବାର୍ଷିକ ୨.୫୦ ଲକ୍ଷରୁ ଅଧିକ ଟଙ୍କା ଜମା କରିବା ନେଇ ଟିକସଯୋଗ୍ୟ କରିଥିଲେ । ଅର୍ଥାତ୍ ଏକ ବର୍ଷରେ ୨.୫ ଲକ୍ଷରୁ ଅଧିକ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅବଦାନ ଉପରେ ମିଳିଥିବା ସୁଧ ଉପରେ ସାଧାରଣ ହାରରୁ ଆୟକର ଆଦାୟ କରାଯିବ । ଯଦିଓ ଏହା କେବଳ କର୍ମଚାରୀଙ୍କ କଣ୍ଟ୍ରିବ୍ୟୁସନ ପାଇଁ ପ୍ରଯୁଜ୍ୟ ହେବ । ଏହା ନିଯୁକ୍ତିଦାତାର (କମ୍ପାନୀ) ଅବଦାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଓ ସ୍ବେଚ୍ଛାସେବୀ ପ୍ରୋଭିଡେଣ୍ଟ ଫଣ୍ଡ (ଭିପିଏଫ) ଉପରେ ସୁଧ ପାଇଁ ଏକ ବର୍ଷରେ ୨.୫ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନକାରୀଙ୍କ ସୁଧ ଉପରେ ଟିକସ ଛାଡ ସୀମା ସ୍ଥିର କରାଯାଇଛି । ବର୍ତ୍ତମାନ ଟିକସ ସଂଗ୍ରହ କରାଯିବ ।

ପୂର୍ବରୁ ନିୟମ କ’ଣ ଥିଲା
ପୂର୍ବ ନିୟମ ଅନୁଯାୟୀ EPF, VPF ଓ Exempted Provident Fund Trusts ସୁଧ ଉପରେ ଆୟକରରୁ ରିହାତି ମିଳିଥାଏ । PF ଅବଦାନ ଯେତେ ଅଧିକ ହେଉନା କାହିଁକି ।

କେନ୍ଦ୍ର ସରକାରଙ୍କ ଏହି ନୂତନ ନିୟମ ଅଧିକ ବେତନ ପ୍ରାପ୍ତ ବ୍ୟକ୍ତିଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ଯେଉଁମାନେ ଟିକସମୁକ୍ତ ସୁଧ ପାଇଁ ଭିପିଏଫ୍ ବ୍ୟବହାର କରନ୍ତି । ପିଏଫ୍ ନିୟମ ଅନୁଯାୟୀ କମ୍ପାନୀର ଅବଦାନ ମୌଳିକ ବେତନର ୧୨ ପ୍ରତିଶତରେ ସ୍ଥିର କରାଯାଇଛି । ଯଦି କୌଣସି କର୍ମଚାରୀ ଇଚ୍ଛା କରନ୍ତି ତେବେ ସେ ନିଜର କଣ୍ଟ୍ରିବ୍ୟୁସନ ବୃଦ୍ଧି କରିପାରିବେ ।

କେତେ କର୍ମଚାରୀ ପ୍ରଭାବିତ ହୋଇଛନ୍ତି?
ସରକାରଙ୍କ ଏହି ନିଷ୍ପତ୍ତି ଏକ ପ୍ରତିଶତରୁ କମ୍ କର୍ମଚାରୀଙ୍କୁ ପ୍ରଭାବିତ କରିବ । ସରକାର କହିଛନ୍ତି ଯେ ଯେଉଁମାନେ ଇପିଏଫରେ ବାର୍ଷିକ ୨.୫ ଲକ୍ଷରୁ ଅଧିକ କଣ୍ଟ୍ରିବ୍ୟୁସନ କରୁଛନ୍ତି ସେମାନଙ୍କ ସଂଖ୍ୟା ୧% ରୁ କମ୍ ଅଟେ ।
Published by: Jagdish Barik
First published: April 5, 2021, 10:39 AM IST