ଜାଣନ୍ତୁ ଓଜନ କମାଇବା ଟିପ୍ସ ବିଷୟରେ
News18 Odia Digital
Weight Loss Diet: ଆଜିକାଲି ଆପଣ ଏପରି ଅନେକ ଯୁବ ପିଢ଼ିଙ୍କୁ ପାଇବେ ଯେଉଁମାନେ ଖୁବ୍ ଶୀଘ୍ର ସେମାନଙ୍କର ଓଜନ ହ୍ରାସ କରିବାକୁ ଚାହାଁନ୍ତି, କିନ୍ତୁ ସେମାନେ ଏଥିପାଇଁ ସଠିକ୍ ସମାଧାନ ପାଆନ୍ତି ନାହିଁ। ପେଟ ଓ ଅଣ୍ଟାରେ ଥିବା ଚର୍ବିକୁ ହ୍ରାସ କରିବାକୁ ଆମକୁ ଆମର ଦୈନନ୍ଦିନ ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ,
ତେବେ ଆମେ କେବଳ ଭଲ ଫଳାଫଳ ଆଶା କରିପାରିବା। ଜିଏମ୍ଏସ୍ ହସ୍ପିଟାଲ୍, ଗ୍ରେଟର ନୋଏଡାରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡକ୍ଟର ଆୟୁଷୀ ଯାଦବ କହିଛନ୍ତି ଯେ ଓଜନ ହ୍ରାସ କରିବାକୁ ହେଲେ ଆମକୁ ପ୍ରତିଦିନ ଖାଇବା ପିଇବାର ଅଭ୍ୟାସ ବଦଳାଇବା ଉଚିତ୍।
ଏହି ଅଭ୍ୟାସଗୁଡ଼ିକ ଗ୍ରହଣ କରିବା ଦ୍ବାରା ଓଜନ ହ୍ରାସ ପାଇବ
୧. ଜଳଖିଆ ପାଇଁ ଏକ ସୁସ୍ଥ ଖାଦ୍ୟ ଖାଆନ୍ତୁ
ଆପଣ ସକାଳୁ ଉଠିବା ମାତ୍ରେ ଓଜନ ହ୍ରାସ ଆରମ୍ଭ ହେବା ଉଚିତ୍ କାରଣ ଏହାର ପ୍ରଭାବ ଦିନସାରା ଦେଖାଯିବ। ସକାଳୁ ଯେଉଁମାନେ ପୁରୀ ତରକାରୀ, ପରଟା କିମ୍ବା ଅନ୍ୟ କୌଣସି ତେଲିଆ ଖାଦ୍ୟ ଖାଇବାର ଅଭ୍ୟାସ ଅଛି, ତେବେ ଆଜି ଏହାକୁ ପରିବର୍ତ୍ତନ କରନ୍ତୁ। ଏହା ପରିବର୍ତ୍ତେ, ତାଜା ଫଳ କିମ୍ବା ଅନ୍ୟ କୌଣସି ସୁସ୍ଥ ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। ଏହା ଶରୀରରେ ଥିବା ଚର୍ବିକୁ ହ୍ରାସ କରିବ ଓ ଆପଣ ଏହାର ପ୍ରଭାବ ଏକ ମାସ ମଧ୍ୟରେ ଦେଖିପାରିବେ।
୨. ଗ୍ରୀନ୍ ଟି ପିଅନ୍ତୁ
ଭାରତର ଅଧିକାଂଶ ଲୋକ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ଥର କ୍ଷୀର ଓ ଚିନି ଚା' ପିଇବାକୁ ପସନ୍ଦ କରନ୍ତି, କିନ୍ତୁ ଏହା ଓଜନ ବଢ଼ାଇଥାଏ, ଏପରି ପରିସ୍ଥିତିରେ, ଯଦି ଆପଣ ଗ୍ରୀନ୍ ଟି ପିଅନ୍ତି ତେବେ ଶରୀରର ଓଜନ ହ୍ରାସ ହେବ।
୩. ଫଳ ସେକ୍ ପିଅନ୍ତୁ ନାହିଁ
ଫଳ ଖାଇବା ପାଇଁ ଅନେକ ଉପାୟ ହୋଇପାରେ, ଆପଣ ଏହାକୁ ପୂରା ଖାଇପାରିବେ, କିମ୍ବା ଆପଣ ଏହାକୁ ଜୁସ୍ କରି ପିଇପାରିବେ। ଯଦି ଆପଣ ଏହାର ସେକ୍ ପିଅ, ତେବେ ଶରୀରକୁ କ୍ଷତି ସହିବାକୁ ପଡ଼ିପାରେ, କାରଣ ଫଳ ଓ କ୍ଷୀରର ପ୍ରଭାବ ଅଲଗା, ଯାହା ପେଟରେ ବ୍ୟାଘାତ ସୃଷ୍ଟି କରେ ଓ ଏହା ଓଜନ ବଢ଼ାଇ।
୪. ମିଠା ଜିନିଷରୁ ଦୂରେଇ ରୁହନ୍ତୁ
ମିଠା ନେଇ ଆଇସକ୍ରିମ୍ ଖାଇବାକୁ କେହି ଅବା ପସନ୍ଦ ନ କରନ୍ତି, କିନ୍ତୁ ଯଦି ଆପଣ ଅଧିକ ଚିନି କିମ୍ବା ଏଥିରୁ ପ୍ରସ୍ତୁତ ଜିନିଷ ଖାଉଛନ୍ତି, ତେବେ ଏହା ଓଜନ ବୃଦ୍ଧିରେ ବିଳମ୍ବ କରିବ ନାହିଁ, ତେଣୁ ସୀମିତ ପରିମାଣରେ ମିଠା ଖାଆନ୍ତୁ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।