News 18 Odia Digital
ମହାରାଷ୍ଟ୍ର : ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ରାଜ୍ୟର ବିଜେପି ସଭାପତି ଭାବରେ ନିଯୁକ୍ତି କରାଯାଇଛି। ନାଗପୁର ଅଞ୍ଚଳର ବିଜେପିର ନେତା ବାୱାନକୁଲେ ନୀତିନ ଗଡକରୀଙ୍କ ଅତି ଘନିଷ୍ଟ ଭାବରେ ଜଣାଶୁଣା । ମହାରାଷ୍ଟ୍ର ବିଧାନ ପରିଷଦର ବିଜେପି ବିଧାୟକ ମଧ୍ୟ ଅଛନ୍ତି।
ଏଥି ସହ ବିଧାୟକ ଆଶିଷ ସେଲାରଙ୍କୁ ମୁମ୍ବାଇ ବିଜେପିର ସଭାପତି ନିଯୁକ୍ତି କରାଯାଇଛି। ବାୱାନକୁଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଛନ୍ତି। ଆଶିଷ ସେଲାର ବାନ୍ଦ୍ରା ପଶ୍ଚିମରୁ ବିଜେପି ବିଧାୟକ ମଧ୍ୟ ଅଛନ୍ତି। ଏହା ସହିତ ସେ ମହାରାଷ୍ଟ୍ର ବିଧାନସଭାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଚେତକ ଅଛନ୍ତି।
ଦଳ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରର ରାଜ୍ୟ ସଭାପତି ଭାବେ ଚନ୍ଦ୍ରଶେଖର ବାୱାନକଲେଙ୍କୁ ନିଯୁକ୍ତ କରିଛନ୍ତି।
ଏହାପୂର୍ବରୁ ଚନ୍ଦ୍ରକାନ୍ତ ପାଟିଲ ବିଜେପିର ସଭାପତି ଥିଲେ। ନିକଟରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା। ଚନ୍ଦ୍ରକାନ୍ତ ପାଟିଲ ଦ୍ୱିତୀୟ ଥର ପାଇଁ ରାଜ୍ୟ ମନ୍ତ୍ରୀ ହୋଇଛନ୍ତି। ଏଥି ସହିତ ମଙ୍ଗଳ ପ୍ରଭାତ ଲୋଧା ମୁମ୍ବାଇର ବିଜେପିର ସଭାପତି ଥିଲେ। କ୍ୟାବିନେଟ ବିସ୍ତାରରେ ତାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ଦୁଇ ନେତାଙ୍କୁ ମନ୍ତ୍ରୀ କରାଯିବା ପରେ ନୂଆ ସଭାପତିଙ୍କ ନାମ ଉପରେ ଆଲୋଚନା ଆରମ୍ଭ ହୋଇଥିଲା ଏବେ ସବୁ କଳ୍ପନାର ଅନ୍ତ ଘଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।