ନଭେମ୍ବର ୮ ରେ ଲାଗିବ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସୂତାକ କାଳ ସମୟ ଓ କେଉଁ କାମ କରିବେନି

ତିରୁପତିର ଜ୍ୟୋତିଷ, ଡ.କୃଷ୍ଣ କୁମାର ଭାର୍ଗବ କହିଛନ୍ତି, ଚନ୍ଦ୍ରଗ୍ରହଣର ସୂତାକ ଅବଧି ଚନ୍ଦ୍ରଗ୍ରହଣ ସମୟର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ । ଯେଉଁ ସ୍ଥାନରେ ଚନ୍ଦ୍ରଗ୍ରହଣର ଆରମ୍ଭ ସମୟ ଯାହା ରହିବ, ସେହି ସ୍ଥାନରେ ୯ ଘଣ୍ଟା ପୂର୍ବରୁ ସୂତାକ କାଳ ଗଣନା କରାଯିବା ଉଚିତ୍ ।

ନଭେମ୍ବର ୮ ରେ ଲାଗିବ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସୂତାକ କାଳ ସମୟ ଓ କେଉଁ କାମ କରିବେନି

ନଭେମ୍ବର ୮ ରେ ଲାଗିବ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସୂତାକ କାଳ ସମୟ ଓ କେଉଁ କାମ କରିବେନି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

Chandra Grahan 2022: ନଭେମ୍ବର ୮ ମଙ୍ଗଳବାର ଦିନ, ଚନ୍ଦ୍ରଗ୍ରହଣ ଲାଗିବ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହା ହେବାକୁ ଯାଉଛି । ଏହା ହେଉଛି ୨୦୨୨ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଦେଶର ଅନେକ ସ୍ଥାନରେ ଆଂଶିକ ଦୃଶ୍ୟମାନ ହେବ ଓ ପୂର୍ବ ଭାଗରେ ଏହା ସ୍ପଷ୍ଟ ଦେଖାଯିବ । ସ୍ଥାନ ଓ କାଳ ଆଧାରରେ ଚନ୍ଦ୍ରଗ୍ରହଣର ଆରମ୍ଭ ସମୟରେ ପାର୍ଥକ୍ୟ ଦେଖା ଦେଇପାରେ, କିନ୍ତୁ ଏହା ସବୁ ସ୍ଥାନରେ ଏକ ସମୟରେ ଶେଷ ହେବ । ତିରୁପତିର ଜ୍ୟୋତିଷ, ଡ.କୃଷ୍ଣ କୁମାର ଭାର୍ଗବ କହିଛନ୍ତି, ଚନ୍ଦ୍ରଗ୍ରହଣର ସୂତାକ ଅବଧି ଚନ୍ଦ୍ରଗ୍ରହଣ ସମୟର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ । ଯେଉଁ ସ୍ଥାନରେ ଚନ୍ଦ୍ରଗ୍ରହଣର ଆରମ୍ଭ ସମୟ ଯାହା ରହିବ, ସେହି ସ୍ଥାନରେ ୯ ଘଣ୍ଟା ପୂର୍ବରୁ ସୂତାକ କାଳ ଗଣନା କରାଯିବା ଉଚିତ୍ ।

ଚନ୍ଦ୍ରଗ୍ରହଣ ୨୦୨୨ ସମୟ

ନଭେମ୍ବର ୮ ରେ ଦିଲ୍ଲୀରେ ଚନ୍ଦ୍ରଗ୍ରହଣ ସମୟ ସନ୍ଧ୍ୟା ୦୫.୩୨ ରେ ହେବ। ଏହି ସମୟରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଓ ସନ୍ଧ୍ୟା ୦୬.୧୮ରେ ଶେଷ ହେବ । ଚନ୍ଦ୍ରଗ୍ରହଣ ଆରମ୍ଭରୁ ମୋକ୍ଷ ପର୍ଯ୍ୟନ୍ତ ସମୟକୁ ଚନ୍ଦ୍ରଗ୍ରହଣ କାଳ କୁହାଯାଏ ।

ଚନ୍ଦ୍ରଗ୍ରହଣ ୨୦୨୨ ସୁତାକ୍ ଅବଧି ସମୟ

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚନ୍ଦ୍ରଗ୍ରହଣର ସୂତାକ ଅବଧି ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ । ଏଭଳି ପରିସ୍ଥିତିରେ, ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣର ସୁତାକ୍ ଅବଧି ସକାଳ ୦୯.୨୧ ରୁ ଆରମ୍ଭ ହେବ । ସ୍ଥାନ ଆଧାରରେ ସୂତାକ କାଳର ଆରମ୍ଭ ସମୟରେ ଅନ୍ତର ରହିବ ।

କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି । କାର୍ତ୍ତିକ ପୂର୍ଣ୍ଣିମା ୭ ନଭେମ୍ବରରୁ ସନ୍ଧ୍ୟା ୪.୧ ରୁ ୮ ନଭେମ୍ବର ସନ୍ଧ୍ୟା ୪.୩୧ ପର୍ଯ୍ୟନ୍ତ ।

ସୁତାକ୍ ଅବଧି ସମୟରେ କଣ କରିବେ ନାହିଁ

୧. ସୂତାକ ଅବଧି ସମୟରେ ସମସ୍ତ ପ୍ରକାରର ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ । ଏଗୁଡିକ ନିଷେଧ ରହିଛି । ଏଗୁଡିକ କରିବା ଦ୍ୱାରା ଶୁଭ ଫଳାଫଳ ପ୍ରାପ୍ତ ହୁଏ ନାହିଁ ।

୨ . ଏହି ସମୟ ମଧ୍ୟରେ ପୂଜା ଓ ଧାର୍ମିକ କାର୍ଯ୍ୟ ବନ୍ଦ କରାଯାଏ । ସୁତାକ କାଳରେ ମନ୍ଦିରର କବାଟ ମଧ୍ୟ ବନ୍ଦ ରୁହେ ।

୩. ସୂତାକ ଅବଧି ସମୟରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ଏହି ସମୟର ଖାଦ୍ୟ ଦୂଷିତ ହୋଇଯାଏ

୪. ଏହି ସମୟ ମଧ୍ୟରେ ଶୋଇବା ମଧ୍ୟ ନିଷେଧ । କିନ୍ତୁ ରୋଗୀ, ଶିଶୁ ଏବଂ ବୃଦ୍ଧମାନେ ଏଥିରୁ ମୁକ୍ତ ଅଟନ୍ତି ।

୫. ଗର୍ଭବତୀ ମହିଳାମାନଙ୍କୁ ଚନ୍ଦ୍ରଗ୍ରହଣ ଏବଂ ସୁତାକ୍ ସମୟରେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି ।
Published by:Soubhagya Mishra
First published: