ଅନ୍ୟ ସହ ସମ୍ପର୍କ ଥିଲେ ଛାଡପତ୍ର ପରେ ରକ୍ଷଣାବେକ୍ଷଣ ପାଇଁ ହକଦାର ନୁହଁନ୍ତି ମହିଳା; ପଞ୍ଜାବ ଏସସି

ଯଦି ଜଣେ ମହିଳାଙ୍କ ଛାଡପତ୍ର ପୂର୍ବରୁ କେହି ପର ପୁରୁଷ ସହିତ ତାଙ୍କର ସମ୍ପର୍କ ପ୍ରମାଣିତ ହୁଏ, ତେବେ ସେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ସ୍ଥାୟୀ ରକ୍ଷଣାବେକ୍ଷଣର ଅଧିକାର ପାଇବେ ନାହିଁ ।

ଅନ୍ୟ ସହ ସମ୍ପର୍କ ଥିଲେ ଛାଡପତ୍ର ପରେ ରକ୍ଷଣାବେକ୍ଷଣ ପାଇଁ ହକଦାର ନୁହଁନ୍ତି ମହିଳା; ପଞ୍ଜାବ ଏସସି

ଅନ୍ୟ ସହ ସମ୍ପର୍କ ଥିଲେ ଛାଡପତ୍ର ପରେ ରକ୍ଷଣାବେକ୍ଷଣ ପାଇଁ ହକଦାର ନୁହଁନ୍ତି ମହିଳା; ପଞ୍ଜାବ ଏସସି

  • News18 Odia
  • Last Updated :
  • Chandigarh, India
  • Share this:
News 18 Odia Digital

ଚଣ୍ଡିଗଡ଼ : ଯଦି ଜଣେ ମହିଳାଙ୍କ ଛାଡପତ୍ର ପୂର୍ବରୁ କେହି ପର ପୁରୁଷ ସହିତ ତାଙ୍କର ସମ୍ପର୍କ ପ୍ରମାଣିତ ହୁଏ, ତେବେ ସେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ସ୍ଥାୟୀ ରକ୍ଷଣାବେକ୍ଷଣର ଅଧିକାର ପାଇବେ ନାହିଁ । ଏକ ମାମଲାର ଶୁଣାଣି ସମୟରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଯଦି ଛାଡପତ୍ରର କାରଣ ହେଉଛି ପର ପୁରୁଷ ସହ ସମ୍ପର୍କ ରହିବା ଓ ଯଦି ଜଣେ ପର ପୁରୁଷ ସହ ମହିଳାଙ୍କ ସମ୍ପର୍କ ପ୍ରମାଣିତ ହୁଏ, ତେବେ ଏପରି ସ୍ଥିତିରେ ମହିଳାଙ୍କୁ ସ୍ଥାୟୀ ରକ୍ଷଣାବେକ୍ଷଣ ଦିଆଯାଇପାରିବ ନାହିଁ ।

ଏହା ହେଉଛି ପୁରା ମାମଲା

ଏହି ମାମଲା ଏକ ଦମ୍ପତିଙ୍କର ଥିଲା , ଯିଏକି ୮ ମେ ୧୯୮୯ ରେ ବିବାହ କରିଥିଲେ । ବିବାହ ପରେ ଏହି ଦମ୍ପତି ସନ୍ତାନ ପ୍ରସବ କରିବାରେ ସକ୍ଷମ ହୋଇନଥିଲେ । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡ଼ା ଏତେ ବଢ଼ିଗଲା ଯେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଅଣପୁରୁଷ ବୋଲି କହିବା ଆରମ୍ଭ କଲେ । କେବଳ ଏତିକି ନୁହେଁ, ମହିଳା ଜଣକ ଜଣେ ପର ପୁରୁଷ ସହ ନିଜର ସମ୍ପର୍କ ରଖିଲେ ।

ମହିଳା ଜଣକ ପଡୋଶୀ ଜେଲ ଅଧିକାରୀଙ୍କ ସହ ମିଳାମିଶା କରୁଥିଲେ ଓ ଉଭୟ ଆପତ୍ତିଜନକ ଅବସ୍ଥାରେ ଧରାପଡିଥିଲେ । ବିରକ୍ତ ହୋଇ ମହିଳାଙ୍କ ସ୍ୱାମୀ ତାଙ୍କୁ ବିବାହର ୧୭ ବର୍ଷ ପରେ ଛାଡ଼ି ଦେଇଥିଲେ ଓ କୋର୍ଟରୁ ଛାଡପତ୍ର ଦାବି କରିଥିଲେ । ଏହା ପରେ ମହିଳା ସ୍ଥାୟୀ ରକ୍ଷଣାବେକ୍ଷଣ ପାଇଁ କୋର୍ଟରେ ଆବେଦନ କରିଥିଲେ, ଯାହାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି ।
Published by:Soubhagya Mishra
First published: