ସହିଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦର

ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ନାମରେ ଚଣ୍ଡିଗଡ଼ ବିମାନବନ୍ଦରର ନାମିତ ହେବ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ଚଣ୍ଡୀଗଡ ବିମାନ ବନ୍ଦର (ପ୍ରତୀକାତ୍ମକ ଛବି)

ଚଣ୍ଡୀଗଡ ବିମାନ ବନ୍ଦର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଚଣ୍ଡୀଗଡ: ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ନାମରେ ଚଣ୍ଡିଗଡ଼ ବିମାନବନ୍ଦରର ନାମିତ ହେବ। ଏହି ପ୍ରସଙ୍ଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମାନ ଟ୍ୱିଟ କରି କହିଛନ୍ତି ଏହି ସୂଚନା ଦେଇଛନ୍ତି।

ହରିୟାଣା ସରକାରଙ୍କ ବିବୃତ୍ତି ଅନୁଯାୟୀ ଚୌଟାଲା କହିଛନ୍ତି ଯେ ସହିଦ ଭଗତ ସିଂ ଜଣେ ସ୍ୱାଧୀନତା ସଂଗ୍ରାମୀ ଯିଏ ପ୍ରତ୍ୟେକ ପିଢ଼ିର ଯୁବକମାନଙ୍କୁ ପ୍ରେରଣା ଦେଇଥିଲେ। ବିମାନବନ୍ଦର ନିର୍ମାଣ ଓ ଆଧୁନିକୀକରଣରେ ଉଭୟ ରାଜ୍ୟ ଓ ଚଣ୍ଡିଗଡ଼ ପ୍ରଶାସନର ସାମୂହିକ ଅବଦାନ ରହିଛି ବୋଲି ସେ କହିଛନ୍ତି।

ହରିୟାଣାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଚୁଙ୍କିର ନାମ ମଧ୍ୟ ପଞ୍ଚକୁଲା ସହରର ନାମ ସହ ଯୋଡାଯିବା ଉଚିତ। ଚୌଟାଲା କହିଛନ୍ତି ଯେ ସେ ହରିୟାଣା ସରକାରଙ୍କ ତରଫରୁ ପଞ୍ଜାବ ସରକାରଙ୍କୁ ଏକ ସୁପାରିଶ ପଠାଇଛନ୍ତି। ଏ ସମ୍ପର୍କରେ ଏକ ଅନୁରୋଧ ମଧ୍ୟ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ସେ କହିଛନ୍ତି।
Published by:Soumya Das
First published: