News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର (Second Wave) ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ କରୋନାର ନୂତନ ମାମଲା ଭୟଭୀତ କରାଉଛି । କରୋନାର ଏହି ଯୁଦ୍ଧରେ ଟିକାକୁ ସବୁଠାରୁ ବଡ ଅସ୍ତ୍ର ଭାବରେ ଦେଖାଯାଉଛି । ନିକଟରେ କରୋନା ଟିକା ଉପରେ ହୋଇଥିବା ଏକ ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ଟିକାକରଣ କରାଯାଇଥିବା ୯୭.୩୮ ପ୍ରତିଶତ ଲୋକ ସଂକ୍ରମଣରୁ ସୁରକ୍ଷିତ ରହିଛନ୍ତି । ଏଥିସହ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୦.୦୬ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଟିକା ପରେ ସଂକ୍ରମିତ ଲୋକଙ୍କ ଉପରେ କରାଯାଇଥିବା ଏକ ଗବେଷଣାର ଫଳାଫଳକୁ ଶନିବାର ଇନ୍ଦ୍ରପ୍ରଥା ଆପୋଲୋ ହସ୍ପିଟାଲ ପ୍ରକାଶ କରିଛି । ଗବେଷଣାରେ କୁହାଯାଇଛି ଯେ କରୋନା ଦ୍ୱାରା ଟିକା ଦିଆଯାଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍ ଥିଲା ଓ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନେ ଆଇସିୟୁରେ ଭର୍ତ୍ତି ହୋଇନଥିଲେ କିମ୍ବା ମୃତ୍ୟୁବରଣ କରିନଥିଲେ । ଇନ୍ଦ୍ରପ୍ରଥା ଆପୋଲୋ ହସ୍ପିଟାଲ ନୂଆଦିଲ୍ଲୀର ସେହି ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଏହି ଗବେଷଣା କରିଛି, ଯେଉଁମାନଙ୍କ ଠାରେ କୋଭିଶିଲ୍ଡ ଟିକା ନେବାର ପ୍ରଥମ ୧୦୦ ଦିନ ମଧ୍ୟରେ କୋଭିଡର ଲକ୍ଷଣ ଦେଖିବାକୁ ମିଳିଥିଲା ।
ଆପୋଲୋ ହସ୍ପିଟାଲ୍ ଗ୍ରୁପର ଗ୍ରୁପ୍ ମେଡିକାଲ୍ ଡାଇରେକ୍ଟର ଡକ୍ଟର ଅନୁପମ ସିବଲ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, 'ଭାରତରେ ଟିକାକରଣ ଅଭିଯାନ ମଧ୍ୟରେ କୋଭିଡ୍-୧୯ ର ଦ୍ୱିତୀୟ ଲହର ମାମଲାରେ ବହୁତ ବୃଦ୍ଧି ପାଇଛି । ଟିକାକରଣ ପରେ ମଧ୍ୟ କିଛି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକୁ ବ୍ରେକ୍ଥ୍ରୁ ସଂକ୍ରମଣ କୁହାଯାଏ । ଆଂଶିକ ଓ ସଂପୂର୍ଣ୍ଣ ଟିକାକରଣ ପରେ ଏହି ସଂକ୍ରମଣ କେତେକ ବ୍ୟକ୍ତିଙ୍କଠାରେ ହୋଇପାରେ ।'
ଏହି ଗବେଷଣା ୩୨୩୫ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ କରାଯାଇଥିଲା । ଗବେଷଣା ସମୟରେ ଏହା ଜଣାପଡିଛି ଯେ ଏଥିରୁ ୮୫ ଜଣ ମେଡିକାଲ କର୍ମଚାରୀଙ୍କ କରୋନା ସଂକ୍ରମିତ ହୋଇଥିଲେ । ଏଥିମଧ୍ୟରୁ ୬୫ କର୍ମଚାରୀଙ୍କୁ (୨.୬୨%) ଉଭୟ ଡୋଜ ଟିକା ଦିଆଯାଇଥିବାବେଳେ ୨୦ (୨.୬୫%) କେବଳ ଗୋଟିଏ ଡୋଜ ଟିକା ପାଇଛନ୍ତି । ଏହି ସମୟ ମଧ୍ୟରେ ଏହି ଭୂତାଣୁ ମହିଳାମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲେ । ବିଶେଷ କଥା ହେଉଛି ବୟସ୍କ କିମ୍ବା ସାନ ବୟସରୁ ସଂକ୍ରମଣରେ କୌଣସି ପାର୍ଥକ୍ୟ ନଥିଲା
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।