Chanakya Niti: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅମାନେ; ଆପଣଙ୍କ ପାଖରେ ଅଛି କି ଏହି ଗୁଣ?

Chanakya Niti: ବିବାହ ବିଷୟରେ ଆଲୋଚନା କରି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ଏହା ପୁଅ ଏବଂ ଝିଅ ମଧ୍ୟରେ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ସମ୍ପର୍କ।

ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ

ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Chanakya Niti: ବହୁ ବର୍ଷ ପୂର୍ବରୁ ଆଚାର୍ଯ୍ୟ ଚାଣକ୍ୟଙ୍କ (Chanakya Niti) ଦ୍ୱାରା କୁହାଯାଇଥିବା ନୀତି (Chanakya Niti) କେବଳ ଶାସନ ପାଇଁ ନୁହେଁ ବରଂ ମାନବ ଜୀବନରେ ମଧ୍ୟ ସହାୟକ ହେଉଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ (Chanakya Niti) ମାନବ ଜୀବନ ସହ ଜଡିତ ସମସ୍ତ ବିଷୟ ଖୋଲାଖୋଲି ଭାବରେ ରଖାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସାଥୀ ବାଛିବା ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି।

ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ (Husband and Wife Relation) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ର ଅନୁସାରେ ଏହି ସମ୍ପର୍କଗୁଡିକ (Relationship) ପୂର୍ବରୁ ଗଠିତ ହୋଇଥାଏ। ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ଭାଗ୍ୟକୁ ମଧ୍ୟ ଉଜ୍ଜ୍ୱଳ କରିଦିଅନ୍ତି। ଯାହାଫଳରେ ସ୍ୱାମୀଙ୍କ ଭାଗ୍ୟରେ ଏଭଳି ଏକ ପରିବର୍ତ୍ତନ ଦେଖାଯାଏ ଯାହା ବିବାହ ପୂର୍ବରୁ ଘଟି ନଥାଏ।

ସେଥିପାଇଁ କୁହାଯାଏ ଯେ ପତ୍ନୀମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ହେବାର ପ୍ରମାଣ ଦେଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି ଯେ, ପତ୍ନୀଙ୍କର କିଛି ବିଶେଷ ଗୁଣ ରହିଛି ଯାହା ସ୍ୱାମୀଙ୍କୁ ଭାଗ୍ୟବାନ କରିବାରେ ସାହାଯ୍ୟ କରିଥାଏ। ଏହାସହ ଶାଶୂ ଘରକୁ ମଧ୍ୟ ସ୍ବର୍ଗ କରିଦିଅନ୍ତି ଏହି ମହିଳାମାନେ। ତେବେ ଆସନ୍ତୁ ଜାଣିବା ସେହି ବିଶେଷ ଗୁଣଗୁଡ଼ିକ କଣ...

ୱରୟେତ୍‌ କୁଲଜାଂ ପ୍ରାଜ୍ଞୋ ୱିରୁପାମପି କନ୍ୟକାମ୍‌।
ଋପଶୀଲାଂ ନ ନୀଚସ୍ୟ ବିବାପଃ ସଦୃଶେ କୁଲେ । ।

୧. ଉପରୋକ୍ତ ପଦ ଅନୁଯାୟୀ, ଚାଣକ୍ୟଙ୍କ ନୀତି ଅନୁଯାୟୀ ଏହି ପଦରେ କୁହାଯାଇଛି ଯେ, ବିବାହ ପୂର୍ବରୁ ସାଥୀ ବାଛିବାବେଳେ ଜଣେ ବ୍ୟକ୍ତି ନିଜ ଶରୀର ପରିବର୍ତ୍ତେ ଗୁଣଗୁଡ଼ିକୁ ଦେଖିବା ଉଚିତ୍।

୨. ପୁରୁଷମାନେ ସୁନ୍ଦର ନାରୀମାନଙ୍କ ପଛରେ ନ ଦୌଡି ଗୁଣବାନ ପତ୍ନୀ ଯେପରିକି ବିପର୍ଯ୍ୟୟ ସମୟରେ ସେ ପରିବାରର ଯତ୍ନ ନେଇପାରିବ ସେଭଳି ପତ୍ନୀ ବାଛିବା ଉଚିତ୍‌।

୩. ଜଣେ ମହିଳାର ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ଦେଖିବା ସହ ତାଙ୍କର ଧୈର୍ଯ୍ୟ ଶକ୍ତି ଦେଖିବା ଉଚିତ୍।

୪. ଚାଣକ୍ୟଙ୍କ ନୀତି ଅନୁସାରେ ଧାର୍ମିକ କାର୍ଯରେ ବିଶ୍ୱାସ ରଖୁଥିବା ଲୋକ ମର୍ଯ୍ୟାଦିତ ହୋଇଥାନ୍ତି। ତେବେ ବିବାହ ଆଗରୁ ସାଥିର ଧାର୍ମିକ କାର୍ଯ୍ୟରେ କେତେ ଭରସା ଅଛି ଜାଣି ନେବା ଉଚିତ୍‌।

୫. କ୍ରୋଧ ହେଉଛି ଆଚାର୍ଯ୍ୟ ଚାଣକ୍ୟଙ୍କର ସବୁଠାରୁ ବଡ଼ ଶତ୍ରୁ। ଚାଣକ୍ୟଙ୍କ କହିବା ଅନୁସାରେ ଜଣେ ମହିଳା ଯିଏ ଅତ୍ୟଧିକ କ୍ରୋଧିତ ହୁଏ ସେ ପରିବାରକୁ କେବେ ଖୁସି କରିପାରେ ନାହିଁ।

୬. ଆଚାର୍ଯ୍ୟଙ୍କ ନୀତି ଅନୁଯାୟୀ ଏପରି ମହିଳାଙ୍କୁ କେବେବି ବିବାହ କରିବା ଉଚିତ୍ ନୁହେଁ, ଯିଏ ନିଜ ଇଚ୍ଛାରେ ବିବାହ କରେ ନାହିଁ। ଯାହା ଫଳରେ ଏପରି ମହିଳା କେବେ ଆପଣଙ୍କୁ ଖୁସି ରଖିପାରିବେ ନାହିଁ କିମ୍ବା ସମ୍ମାନ ମଧ୍ୟ ଦେଇ ପାରିବେ ନାହିଁ।

ପଢ଼ନ୍ତୁ ଏହି ଖବର:  Chanakya Niti: ଏହି କାମ କରିବାକୁ କରନ୍ତୁନି ଲଜ୍ଜା; ନଚେତ୍ ଭୋଗିବେ ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ପରିବାର ବିକାଶରେ ପତ୍ନୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। କାରଣ ଯଦି ଜଣେ ଶିକ୍ଷିତ ଏବଂ ସଂସ୍କାରୀ ମହିଳା ଜଣେ ବୋହୂ ଭାବରେ ଘରକୁ ଆସନ୍ତି, ତେବେ ସେ ପରିବାରରେ ସମନ୍ୱୟ ବୃଦ୍ଧି କରି ଘରକୁ ସୁନ୍ଦର ଭାବେ ଗଢ଼ି ତୋଳନ୍ତି। ଯେଉଁଥିପାଇଁ ପରିବାର ସଦସ୍ୟଙ୍କ ଅଗ୍ରଗତି ହୋଇଥାନ୍ତି।
Published by:Lipina Das
First published: