VIDEO: ‘ଚଲି ଚଲି…’ ପୂରା ଗୀତ ରିଲିଜ୍ ହେଲା; ଜୟଲଳିତାଙ୍କ ରୂପରେ କଙ୍ଗନାଙ୍କ ଅଭିନୟ ଦେଖନ୍ତୁ

ପାଣିରେ ଖେଳୁଥିବା କଙ୍ଗନାଙ୍କ ମସ୍ତି ଓ ଜୟଲଳିତାଙ୍କ କ୍ଲାସିକାଲ୍ ଯୁଗକୁ ଷ୍ଟୁଡିଓ ଭିତରେ ଚମତ୍କାର ଢଙ୍ଗରେ ଶୁଟିଂ କରାଯାଇଛି । ଏହି ଫିଲ୍ମର ସବୁ ଦୃଶ୍ୟ ଜୟଲଳିତାଙ୍କ ପ୍ରାରମ୍ଭିକ ପର୍ଯ୍ୟାୟର କାହାଣୀ କହୁଛି ।

‘ଚଲି ଚଲି…’ ଗୀତର ଏକ ଦୃଶ୍ୟ

‘ଚଲି ଚଲି…’ ଗୀତର ଏକ ଦୃଶ୍ୟ

  • Share this:
News18 Odia Digital

ମୁମ୍ବାଇ: ଶେଷରେ ଅପେକ୍ଷା ଶେଷ ହୋଇଛି । ଯେଉଁ ଗୀତକୁ ଦେଖିବାକୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣୌତଙ୍କ (Kangana Ranaut) ଫ୍ୟାନମାନେ ଓ ତାମିଲ ନାଡ଼ୁର ପୂର୍ବ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତା ଜୟଲଳିତାଙ୍କ (Jayalalitha) ସମର୍ଥକମାନେ ଚାହିଁ ରହିଥିଲେ, ସେମାନେ ଏବେ ଗୀତଟିକୁ ଦେଖୁଛନ୍ତି ଓ ଶୁଣୁଛନ୍ତି ।

ଫିଲ୍ମ ‘ଥଲାଇଭି’ର ('Thalaivi') ପ୍ରଥମ ଗୀତ ‘ଚଲି ଚଲି…’ (Chali Chali Song) ମୁକ୍ତିଲାଭ କରିଛି । ବିଶେଷ କଥା ହେଉଛି ଯେ ଏହି ଗୀତଟିକୁ ଦକ୍ଷିଣ ଭାରତର ସୁପରଷ୍ଟାର୍‌ ଅଭିନେତ୍ରୀ ସମାନ୍ଥା ଅକିନେନୀ ସୋସିଆଲ୍‌ ମିଡି଼ଆରେ ତିନୋଟି ଭାଷାରେ – ହିନ୍ଦୀ, ତାମିଲ୍‌ ଓ ତେଲୁଗୁ – ରିଲିଜ୍‌ କରାଇ ଖୁସି ବ୍ୟକ୍ତ କରି କହିଛନ୍ତି, ‘‘ଅମ୍ମାଙ୍କ (ଜୟଲଳିତାଙ୍କ) ଅପୂର୍ବ ଦୟା ଓ ପରଦାରେ ତାଙ୍କର ଚମତ୍କାର ଉପସ୍ଥିତି କଥା ସମସ୍ତେ ଜାଣନ୍ତି । ସିନେମା ଠାରୁ ସିଏମ୍ ହେବା ପର୍ଯ୍ୟନ୍ତ ତାଙ୍କର ଅନନ୍ୟ ଯାତ୍ରା ବିଷୟରେ ଆପଣମାନେ ଦେଖନ୍ତୁ ।’’

ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର; କାରଣ ବେକାବୁ କରୋନା

ଏହି ଗୀତଟିକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଏହି ଫିଲ୍ମରେ ସୁବର୍ଣ୍ଣ ଯୁଗର ଜୟଲଳିତାଙ୍କ ନୀରିହତା ଓ ତାଙ୍କ ଚମତ୍କାର ସୌନ୍ଦର୍ଯ୍ୟକୁ କଙ୍ଗନା ରଣୌତ କ୍ୟାମେରା ସାମ୍ନାରେ ଫୁଟେଇବାକୁ ଉତ୍ତମ ଚେଷ୍ଟା କରିଛନ୍ତି । ପାଣିରେ ଖେଳୁଥିବା କଙ୍ଗନାଙ୍କ ମସ୍ତି ଓ ଜୟଲଳିତାଙ୍କ କ୍ଲାସିକାଲ୍‌ ଯୁଗକୁ ଷ୍ଟୁଡିଓ ଭିତରେ ଚମତ୍କାର ଢଙ୍ଗରେ ଶୁଟିଂ କରାଯାଇଛି । ଏହି ଫିଲ୍ମର ସବୁ ଦୃଶ୍ୟ ଜୟଲଳିତାଙ୍କ ପ୍ରାରମ୍ଭିକ ପର୍ଯ୍ୟାୟର କାହାଣୀ କହୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

ଏଇଠି ଦେଖନ୍ତୁ ‘ଚଲି ଚଲି’ ଗୀତ:



ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ଜି.ଭି. ପ୍ରକାଶ କୁମାର । ‘ଚଲି ଚଲି’ ଗୀତଟିରେ ସ୍ୱର ଦେଇଛନ୍ତି ସୈନ୍ଧବୀ । ଗୀତଟିର ଲିରିକ୍ସ ଲେଖିଛନ୍ତି ଇରଶାଦ୍‌ କାମିଲ୍‌ । ଏହି ଗୀତଟି ଦର୍ଶକମାନଙ୍କୁ ୧୯୯୫ ମସିହାରେ ରିଲିଜ୍‌ ହୋଇଥିବା ସ୍ୱର୍ଗତା ଜୟଲଳିତାଙ୍କ ପ୍ରଥମ ଚଳଚ୍ଚିତ୍ର 'ବେଣିରା ଅଡ଼ାଇ'କୁ ମନେ ପକାଇଦେବ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ତାଙ୍କ ସ୍ୱାମୀ

କଙ୍ଗନା ରଣୌତଙ୍କ 'ଥଲାଇଭି' ଫିଲ୍ମ ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ବି ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର 'ଚଲି ଚଲି ଗୀତ' ସୋସିଆଲ୍‌ ମିଡି଼ଆରେ ଭାଇରାଲ ହେଉଛି । ନେଟିଜେନ୍ସ ଏହି ଗୀତର ଶୁଟିଂକୁ ଉପଭୋଗ କରୁଛନ୍ତି । ଜୟଲଳିତାଙ୍କ ଉପରେ ଆଧାରିତ ଏହି ଫିଲ୍ମର ଗୀତରେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି କଙ୍ଗନା ଜୟଲଳିତାଙ୍କୁ ମନେ ପକାଇଦେଉଛନ୍ତି । ସେହି ସମୟରେ ଜୟଲଳିତା କେମିତି ନୃତ୍ୟ କରୁଥିଲେ ଓ ପୋଷାକ ପିନ୍ଧୁଥିଲେ ତାହା ଲୋକେ ଜାଣୁଛନ୍ତି । ପାଣିରେ ଭିଜି ଜୟଲଳିତା ଗୀତ ପାଇଁ ନାଚୁଥିଲେ ଓ ଶୁଟିଂ କରୁଥିଲେ ।

ଏହା ବି ପଢ଼ନ୍ତୁ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ

‘ଚଲି ଚଲି’ ଗୀତ ଦେଖିବା ପରେ ଜୟଲଳିତାଙ୍କ ଅନେକ ସମର୍ଥକ ତାଙ୍କର ମୂଳ ଗୀତଟିକୁ ବି ଖୋଜୁଛନ୍ତି ଓ ଦେଖୁଛନ୍ତି ।

ମୂଳ ତାମିଲ୍‌ ଗୀତରେ ଜୟଲଳିତାଙ୍କୁ ଏଇଠି ଦେଖନ୍ତୁ:



ଫିଲ୍ମ 'ଥାଲାଇଭି' ବିଗତ ସମୟର କିମ୍ବଦନ୍ତୀ ଅଭିନେତ୍ରୀ ତଥା ତତ୍କାଳୀନ ରାଜନେତା ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ।



'ଥାଲାଇଭି' ଫିଲ୍ମ ୨୩ ଏପ୍ରିଲ୍‌ ୨୦୨୦୧ରେ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ଜି ଷ୍ଟୁଡିଓ ଦ୍ୱାରା ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ ।
Published by:Anand S.T. Das
First published: