ବାବା ବାଗେଶ୍ୱରଙ୍କ ଧାମରେ ଚୋର ଆତଙ୍କ: ଗୋଟେ ଦିନରେ ୩୬ ମହିଳାଙ୍କ ଚେନ୍ ଚୋରି

ବାବା ବାଗେଶ୍ୱରଙ୍କୁ ଦେଖାକରି ସମସ୍ୟା ଜଣାଇବାକୁ ଅପେକ୍ଷା କରିଥିଲେ ଲକ୍ଷାଧିକ ଭକ୍ତ । ଭିଡର ସୁଯୋଗ ନେଇ ୩୬ଜଣ ମହିଳାଙ୍କ ବେକରୁ ସୁନା ଚେନ୍ ଚୋରି କଲା ଚୋର ।

ବାବା ବାଗେଶ୍ୱରଙ୍କ ଧାମରେ ଚୋର ଆତଙ୍କ: ଗୋଟେ ଦିନରେ ୩୬ ମହିଳାଙ୍କ ଚେନ୍ ଚୋରି

ବାବା ବାଗେଶ୍ୱରଙ୍କ ଧାମରେ ଚୋର ଆତଙ୍କ: ଗୋଟେ ଦିନରେ ୩୬ ମହିଳାଙ୍କ ଚେନ୍ ଚୋରି

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

ମୁମ୍ବାଇ: ବାବା ବାଗେଶ୍ୱରଙ୍କ (baba bageswar) ସଭାରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦେଖି ବାବା ଖୁବ୍ ଖୁସି ହୋଇଥିଲେ । ମୀରା ରୋଡରେ ଭିଡ ନିୟନ୍ତ୍ରଣ ପାଇଁ ମଧ୍ୟ ଅନେକ ବ୍ୟବସ୍ଥା ହୋଇଥିଲା । ପୋଲିସ (police) ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏତେପରେ ମଧ୍ୟ ଗୋଟିଏ ଦିନରେ ସଭା ନିକଟରୁ ଅନେକ ଚୋରି ହୋଇଥିବା ଅଭିଯୋଗ ଆସିଛି ।

ମୀରା ରୋଡରେ ବାଗେଶ୍ୱର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦ୍ୱିତୀୟଦିନ କାର୍ଯ୍ୟକ୍ରମରେ ଭୋର (morning) ସମୟରୁ ଭକ୍ତମାନେ ଏକାଠି ହୋଇଥିଲେ । ସେଣ୍ଟ୍ରାଲ ପାର୍କ (central park) ନିକଟରେ ଲକ୍ଷଲକ୍ଷ ଭକ୍ତମାନେ ବାବାଙ୍କ ଅଲୌକିକ ଦର୍ଶନ ପାଇବାକୁ ଅପେକ୍ଷାରେ ଥିଲେ । ଲୋକଙ୍କ ଭିଡ ଏତେମାତ୍ରାରେ ଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲା । ଏପରି ସ୍ଥିତିରେ ଚୋରମାନେ ସୁଯୋଗକୁ ହାତଛଡା କରିନଥିଲେ । ପ୍ରବଳ ଭିଡର ଫାଇଦା ନେଇ ଚୋରମାନେ ଉପସ୍ଥିତ ମହିଳା ଭକ୍ତଙ୍କଠାରୁ ଚୋରି କରିଥିଲେ । ସୂଚନା ମୁତାବକ ପ୍ରାୟ ୩୬ଜଣ ମହିଳାଙ୍କ ବେକରୁ ସୁନା ଚେନ (gold chain) ଛିଡାଇନେଇଥିଲେ ଚୋର । କେବଳ ସେତିକି ନୁହେଁ କିଛି ବ୍ୟକ୍ତିଙ୍କର ମୋବାଇଲ (mobile) ଏବଂ ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରିର ଶିକାର ହୋଇଥିବା ମହିଳାମାନେ ନିକଟସ୍ଥ ଥାନାରେ ଚୋରି ସମ୍ପର୍କରେ ଏତଲା ମଧ୍ୟ ଦେଇଛନ୍ତି ।

ଆଜି ମଧ୍ୟ ବାଗେଶ୍ୱର ବାବାଙ୍କ ଏକ କାର୍ଯ୍ୟକ୍ରମ ଦିବସ ଥିଲା । ବାବାଙ୍କୁ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଛନ୍ତି । ଯେଉଁ ଭକ୍ତମାନେ ବାବାଙ୍କ ଦର୍ଶନ ପାଇନାହାନ୍ତି ସେମାନଙ୍କୁ ହୁଏତ ଆଜି ଦର୍ଶନର ସୁଯୋଗ ମିଳିପାରେ ବୋଲି ବିଶ୍ୱାସ ରହିଥିବାରୁ ଭକ୍ତମାନେ ଭିଡ ଲଗାଇଛନ୍ତି । ବାବା ବାଗେଶ୍ୱର ରହୁଥିବା ସ୍ଥାନ ମହେଶ୍ୱରୀ ଭବନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ସକାଳେ ଭକ୍ତମାନେ ଏକତ୍ରିତ ହୋଇ ପ୍ରଭୁ ଶ୍ରୀରାମଙ୍କ ନାମ ଉଚ୍ଚାରଣ କରିଥିବା ଶୁଣିବାକୁ ମିଳିଥିଲା ।

ଏହି ଖବର ପଢ଼ନ୍ତୁ - http://ଆଦିବାସୀଙ୍କ କାନ୍ଧରେ କାନ୍ଧ ମିଳାଇ ନାଚିଲେ ଦୀପାଳି: ଭିଡିଓ ଭାଇରାଲ୍
Published by:Soubhagya Mishra
First published: