କେନ୍ଦ୍ର ତରଫରୁ ବଡ ନିଷ୍ପତ୍ତି; ଖୁବ୍ ଶୀଘ୍ର ଆସିବ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କ ପାଇଁ ଗାଇଡଲାଇନ

ଇନ‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଥିବା ଲୋକମାନେ କଂପାନିଗୁଡ଼ିକଠାରୁ ଟଙ୍କା ନେଇ ପ୍ରତିବଦଳରେ ସେମାନଙ୍କ ଉତ୍ପାଦର ପ୍ରଚାର କରୁଛନ୍ତି । ଏହାକୁ ରୋକିବା ପାଇଁ ପ୍ରତ୍ୟେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଜର ବ୍ରାଣ୍ଡ ସମ୍ବନ୍ଧରେ ସୂଚନା ଦେବେ ।

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କ ପାଇଁ ଗାଇଡ୍‌ଲାଇନ୍‌

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କ ପାଇଁ ଗାଇଡ୍‌ଲାଇନ୍‌

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ ମିଡିଆ ପାଇଁ ଆସୁଛି ନିର୍ଦ୍ଦେଶନାମା। ଏହି ଗାଇଡଲାଇନ୍ ସମସ୍ତଙ୍କୁ ଅନୁସରଣ କରିବାକୁ ପଡ଼ିବ। ଯଦି ଇନଫ୍ଲୁଏନ୍ସରମାନେ ଏହି ଗାଇଡଲାଇନକୁ ଅନୁସରଣ କରନ୍ତି ନାହିଁ ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁଯାୟୀ, ଇନ‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଥିବା ଲୋକମାନେ କଂପାନିଗୁଡ଼ିକଠାରୁ ଟଙ୍କା ନେଇ ପ୍ରତିବଦଳରେ ସେମାନଙ୍କ ଉତ୍ପାଦର ପ୍ରଚାର କରୁଛନ୍ତି। ଏହାକୁ ରୋକିବା ପାଇଁ ପ୍ରତ୍ୟେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଜର ବ୍ରାଣ୍ଡ ସମ୍ବନ୍ଧରେ ସୂଚନା ଦେବେ । ଏହାବ୍ୟତୀତ ଯଦି କେହି ଇନଫ୍ଲୁଏନ୍ସର କୌଣସି କଣ୍ଟେଣ୍ଟକୁ ନେଇ ପେଡ୍ ପ୍ରମୋସନ କରନ୍ତି, ତେବେ ଏହାର ଡିସକ୍ଲାଇମର ଦେବାକୁ ସେ ବାଧ୍ୟ ହେବେ । କିନ୍ତୁ ଯଦି କେହି ଏସବୁ ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯିବ । ସେହିପରି କେହି ଯଦି ସମାନ ଭୁଲକୁ ବାରମ୍ବାର କରନ୍ତି, ତାଙ୍କୁ ୫୦ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ହେବ।

ନିୟମ ଅନୁସାରେ ଇନଫ୍ଲୁଏନ୍ସରମାନଙ୍କୁ ବିଭିନ୍ନ ପ୍ରଡକ୍ଟନେବା ପାଇଁ ୧୦ ପ୍ରତିଶତ ଡିଡିଏସ ଦେବାକୁ ପଡିବ। ସୂଚନା ଅନୁଯାୟୀ, ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ମଧ୍ୟ ମେ ମାସରେ ହିତାଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରି ଅନଲାଇନ୍ ଗ୍ରାହକଙ୍କ ଉପରେ ନକଲି ତଥା ବିଭ୍ରାନ୍ତିକର ସମୀକ୍ଷାର ପ୍ରଭାବ ଉପରେ ଆଲୋଚନା କରିଥିଲେ ଏବଂ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ।
Published by:Soumyashree Mishra
First published: