ଗଣମାଧ୍ୟମ ନିୟାମକ ଆଇନରେ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହେବ ଡିଜିଟାଲ୍ ମିଡିଆ

ଗଣମାଧ୍ୟମ ନିୟାମକ ଆଇନରେ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହେବ ଡିଜିଟାଲ୍ ମିଡିଆ

ଗଣମାଧ୍ୟମ ନିୟାମକ ଆଇନରେ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହେବ ଡିଜିଟାଲ୍ ମିଡିଆ

  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଡିଜିଟାଲ ମିଡିଆକୁ ମଧ୍ୟ ଗଣମାଧ୍ୟମର ପଞ୍ଜୀକରଣର ନୂତନ ଆଇନରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି, ଯାହା ପୂର୍ବରୁ କୌଣସି ସରକାରୀ ନିୟମର ଅଂଶ ହୋଇନଥିଲା। ଯଦି ଏହି ବିଲ୍ ଅନୁମୋଦିତ ହୁଏ, ତେବେ ଡିଜିଟାଲ୍ ନ୍ୟୁଜ୍ ସାଇଟଗୁଡିକ “ଉଲ୍ଲଂଘନ” ପାଇଁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି, ଯେଉଁଥିରେ ପଞ୍ଜୀକରଣ ବାତିଲ ଏବଂ ଜରିମାନା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପ୍ରେସ ଏବଂ ପିରିୟଡିକାଲ୍ସ ବିଲ୍ ରେଜିଷ୍ଟ୍ରେସନରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏହାର ପରିପ୍ରେକ୍ଷୀରେ ଯେକୌଣସି ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ମାଧ୍ୟମ ଜରିଆରେ ଡିଜିଟାଲ୍ ମିଡିଆରେ ଖବର ପ୍ରସାରଣ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକମାନେ ପଞ୍ଜୀକରଣ ପାଇଁ ଆବେଦନ କରିବା ଆବଶ୍ୟକ ଏବଂ ଆଇନ କାର୍ଯ୍ୟକାରୀ ହେବାର ୯୦ ଦିନ ମଧ୍ୟରେ ଏହା କରିବାକୁ ପଡ଼ିବ । ଏହା ସହିତ ଡିଜିଟାଲ ପ୍ରକାଶକଙ୍କୁ ପ୍ରେସ ରେଜିଷ୍ଟର ଜେନେରାଲଙ୍କ ସହିତ ପଞ୍ଜିକରଣ କରିବାକୁ ପଡ଼ିବ, ଯାହାଙ୍କ ପାଖରେ ଉଲ୍ଲଂଘନ ମାମଲାରେ ବିଭିନ୍ନ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଥିବ। ସେମାନେ ପଞ୍ଜୀକରଣକୁ ସ୍ଥଗିତ କିମ୍ବା ବାତିଲ କରିପାରିବେ ଏବଂ ଜରିମାନା ମଧ୍ୟ ଲଗାଇ ପାରିବେ । ଅଧିକାରୀଙ୍କ ଅନୁଯାୟୀ, ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନଙ୍କ ସହ ଏକ ଅପିଲ ବୋର୍ଡ ଯୋଜନା କରାଯାଇଛି । ଡିଜିଟାଲ୍ ମିଡିଆ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିୟମ କିମ୍ବା କାହା ଅଧୀନରେ ପରିଚାଳିତ ହେଉ ନାହିଁ । ଏହି ସଂଶୋଧନଗୁଡ଼ିକ ଡିଜିଟାଲ୍ ମିଡିଆକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିୟନ୍ତ୍ରଣକୁ ଆଣିବ ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଏହି ବିଲ୍ 'ଅନୁମୋଦନ' ହୋଇନାହିଁ । ୨୦୧୯ ମସିହାରେ, କେନ୍ଦ୍ର ଏକ ଡ୍ରାଫ୍ଟ ବିଲ୍ ଉପସ୍ଥାପନ କରିବାବେଳେ ଡିଜିଟାଲ୍ ମିଡିଆରେ ସମ୍ବାଦକୁ ଡିଜିଟାଲ୍ ଫର୍ମାଟରେ ସମ୍ବାଦ ଭାବରେ ବ୍ୟାଖ୍ୟା କରିଥିଲା ​​। ଯାହା ଇଣ୍ଟରନେଟ୍, କମ୍ପ୍ୟୁଟର କିମ୍ବା ମୋବାଇଲ୍ ନେଟୱାର୍କରେ ପ୍ରସାରିତ ହୋଇପାରିବ । ଏଥିରେ ଭିଡିଓ, ପାଠ୍ୟ, ଅଡିଓ ଏବଂ ଗ୍ରାଫିକ୍ସ ଅନ୍ତର୍ଭୂକ୍ତ ହୋଇଥିଲା । ଯାହାକୁ ନେଇ ପ୍ରତିବାଦ ହୋଇଥିଲା ​​ଏବଂ ଏହାକୁ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାର ପ୍ରୟାସ ଭାବରେ ଦେଖାଯାଇଥିଲା । ବ୍ରିଟିଶ୍ ଯୁଗର ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ ଆକ୍ଟ ୧୮୬୭ ସ୍ଥାନରେ ରେଜିଷ୍ଟ୍ରେସନ୍ ଅଫ୍ ପ୍ରେସ୍ ଏବଂ ପିରିୟଡିକାଲ୍ ବିଲ୍ ଅଣାଯିବ, ଯାହା ଦେଶରେ ଖବରକାଗଜ ଏବଂ ପ୍ରିଣ୍ଟିଂ ପ୍ରେସକୁ ନିୟନ୍ତ୍ରଣ କରିଥାଏ ।
Published by:Soubhagya Mishra
First published: