News18 Odia Digital
ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ୧୦ତାରିଖରେ ସାରା ଦେଶରେ ଲାଗୁ ହୋଇଗଲା । କେନ୍ଦ୍ର ସରକାର ଏନେଇ ଏକ ଅଧିସୂଚନା ଜାରି କରିଦେଇଛନ୍ତି । ସ୍ବାରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏହି ଅଧିସୂଚନା ଅନ୍ତର୍ଗତ ୧୦ ଜାନୁଆରୀ ୨୦୨୦ରୁ ଏହି ନିୟମ ଲାଗୁ କରାଯାଇଥିବା ନେଇ ଘୋଷଣା କରାଯାଇଛି ।

ସ୍ବରାଷ୍ଟ୍ରମନ୍ତ୍ରଣାଳ ପକ୍ଷରୁ ଜାରି କରାଯାଇଥିବା ଅଧିସୂଚନା
ସ୍ବାରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ଅଧିସୂଚନାରେ ‘‘ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ୨୦୧୯(୨୦୧୯ର ୪୭) ଧାରା ୧ର ଉପଧାରା(୨) ଦ୍ବାରା ଦିଆଯାଇଥିବା ଶକ୍ତିର ପ୍ରୟୋଗ କରି ୧୦ ଜାନୁଆରୀ ୨୦୨୦ରୁ ଲାଗୁ କରାଯାଉଛି ଯାହା ଉକ୍ତ ଅଧିନିୟମର ଉପବନ୍ଧ ପ୍ରବୃତ ହେବ’’ ।
ସାରା ଦେଶରେ ଏହି ଆଇନକୁ ନେଇ ବିରୋଧ ଏବଂ ସମର୍ଥନରେ ପ୍ରଦର୍ଶନ ଜାରି ରହିଛି । କେତେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ସମୟରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମଳିଛି । ବିରୋଧୀମଧ୍ୟ ଏହି ଆଇନକୁ ବିରୋଧ କରି ସରକାରଙ୍କୁ ଲଗାତାର ଘେରାଉ କରୁଛନ୍ତି । ସେହିପରି ଦେଶର କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରମାନେ ଏହି ଆଇନକୁ ଦେଶରେ ଲାଗୁ ନ କରି ଫେରାଇନେବାକୁ ଦାବି କରିଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଥିବାରୁ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ବାରା ହିଁ ଏହାକୁ ରଦ୍ଦ କରାଯାଇପାରିବ ଅଥବା କେନ୍ଦ୍ର ସରକାର ଏହି ଆଇନରେ ପରିବର୍ତ୍ତନ କରିବେ ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।