ସିଏଏକୁ ନେଇ ଚ଼ାଲିଥିବା ବିରୋଧ ଓ ସମର୍ଥନ ଭିତରେ କେନ୍ଦ୍ର ସରକାର ଫିଲ୍ମଷ୍ଟାରମାନଙ୍କୁ ଚର୍ଚ୍ଚା ପାଇଁ ଡାକିଲେ

ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ବଲିଉଡ଼ କଳାକାରମାନଙ୍କ ସହ ବିଜେପିର ଦୁଇ ନେତା - କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା - କଥାବାର୍ତ୍ତା କରିବା ସହ ରାତ୍ରି ଭୋଜନ ମଧ୍ୟ କରିବେ ।

ବଲିଉଡ଼ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଏକ କାର୍ଯ୍ୟକ୍ରମ ଅବସରରେ

ବଲିଉଡ଼ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଏକ କାର୍ଯ୍ୟକ୍ରମ ଅବସରରେ

  • Share this:
News18 Odia Digital

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଲଗାତାର ପ୍ରଦର୍ଶନ ଜାରିରହିଥିବାବେଳେ ଦେଶ ଦୁଇ ଭାଗରେ ବିଭକ୍ତ ହୋଇଛି । ଗୋଟିଏ ବର୍ଗ ଏହାକୁ ସମର୍ଥନ କରୁଥିବାବେଳେ ଅନ୍ୟ ବର୍ଗ ଏହାକୁ ବିରୋଧ କରୁଛନ୍ତି । ଏବେ ଏହି ଆଇନକୁ ନେଇ ଥିବା ଭ୍ରମ ଏବଂ ସତ କ’ଣ ଜଣେଇବା ପାଇଁ ମୋଦି ସରକାର ବଲିଉଡ କଳାକାରାମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ଏହି କଳାକାରମାନଙ୍କୁ ଭେଟିବାନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଆଜି ସନ୍ଧ୍ୟାରେ ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ବଲିଉଡ଼ କଳାକାରମାନଙ୍କ ସହ ବିଜେପିର ଏହି ଦୁଇ ନେତା କଥାବାର୍ତ୍ତା କରିବା ସହ ରାତ୍ରି ଭୋଜନ ମଧ୍ୟ କରିବେ । ଏ ସମ୍ପର୍କରେ ବଲିଉଡ଼ର ଜଣେ ଜଣାଶୁଣା ନିର୍ଦ୍ଦେଶକ ନିଜ ନାମ ଗୋପନ ରଖି ତାଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ସେ ଏଥିରେ ଯୋଗଦେବେ ନାହିଁ  । ତେବେ ଏଥିରେ ଯୋଗଦେଉଥିବା କଳାକାରମାନଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।

ନାଗରିକତା ଆଇନକୁ ନେଇ ବଲିଉଡ଼ର ଅନେକ କଳାକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ବ୍ୟକ୍ତିଗତ  ଭାବେ ଖୋଲାଖୋଲି ମତ ରଖିସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଜକୁମାର ରାଓ, କୋଙ୍କଣା ସେନ ଶର୍ମା, ସୁଧୀର ମିଶ୍ରା, ଶବାନା ଆଜମୀ, ଫରହାନ ଅଖତର, ପରିଣିତି ଚୋପ୍ରା, ସେଫ ଅଲୀ ଖାନ, ହ୍ରିତିକ ରୋଶନ ପ୍ରମୁଖ ଅଟନ୍ତି । ସୁପରଷ୍ଟାର ଅକ୍ଷୟ କୁମାର ଏବଂ କଙ୍ଗନା ରାନାଓ୍ବତ ସରକାରଙ୍କ ନୀତିକୁ ସମର୍ଥନ କରିଆସୁଛନ୍ତି । ସେହିପରି ଅନୁରାଗ କଶ୍ୟପ, ସ୍ବରା ଭାସ୍କର, ଅନୁଭବ ସିହ୍ନା, ମହମ୍ମଦ ଜିଶାନ ଆୟୁବ ଏବଂ ସିଦ୍ଧାର୍ଥଙ୍କ ପରି ବ୍ୟକ୍ତିତ୍ବ ଏହାର ବିରୋଧ କରୁଛନ୍ତି ।

ବିଜେପି ନାଗରିକତା ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ଅଭିଯାନ ଚାଳାଇଛି । ଗତବର୍ଷ ଡିସେମ୍ବରରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ୩କୋଟି ପରିବାରଙ୍କ ସହ ସମ୍ପର୍କ କରାଯିବା ନେଇ ଘୋଷଣା କରାଯାଇଥିଲା । ଏହି କ୍ରମରେ ବିଜେପି ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଆସାମର ଗୁଆହାଟୀରେ ଏକ ରାଲି କରିଥିଲେ । କୁହାଯାଉଛି କି ଏଥିରେ ଏକ ଲକ୍ଷରୁ ଅଧିକ ଜନସମାଗମ ହୋଇଥିଲା ।
Published by:Durgamadhab Rath
First published: