H3N2କୁ ନେଇ ଆଲର୍ଟ ମୋଡ୍‌ରେ କେନ୍ଦ୍ର ସରକାର; ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

H3N2Virus: H3N2 ଭାଇରସକୁ ନେଇ ଆଲର୍ଟ ମୋଡ୍‌ରେ କେନ୍ଦ୍ର ସରକାର। ଇନ୍‌ଫ୍ଲୁଏନ୍‌ଜା ଭାଇରସକୁ ନେଇ ନୀତି ଆୟୋଗ ଅନ୍ତଃମନ୍ତ୍ରାଳୟ ସ୍ତରୀୟ ବୈଠକ କରିଛି।

H3N2 ଭାଇରସକୁ ନେଇ ଆଲର୍ଟ ମୋଡ୍‌ରେ କେନ୍ଦ୍ର ସରକାର

H3N2 ଭାଇରସକୁ ନେଇ ଆଲର୍ଟ ମୋଡ୍‌ରେ କେନ୍ଦ୍ର ସରକାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

H3N2Virus: H3N2 ଭାଇରସକୁ ନେଇ ଆଲର୍ଟ ମୋଡ୍‌ରେ କେନ୍ଦ୍ର ସରକାର। ଇନ୍‌ଫ୍ଲୁଏନ୍‌ଜା ଭାଇରସକୁ ନେଇ ନୀତି ଆୟୋଗ ଅନ୍ତଃମନ୍ତ୍ରାଳୟ ସ୍ତରୀୟ ବୈଠକ କରିଛି।

H3N2 ଭାଇରସକୁ ନେଇ ସତର୍କ କରାଇଲା କେନ୍ଦ୍ର। ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଚିଠିରେ ଲେଖାଯାଇଛି ଯେ, ଲୋକମାନଙ୍କୁ ପ୍ରଥମେ H3N2 ଇନଫ୍ଲୁଏନଜା ନେଇ ସଚେତନ କରାଇବା ଜରୁରୀ। ସାର୍ବଜନୀନ ସ୍ଥାନରେ ଛେପ ପକାଇବା ନିଷିଦ୍ଧ କରାଯିବା ସହ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ନିୟମ ପୁଣି ଥରେ ଲାଗୁ କରାଯାଉ।

କୋଭିଡ୍ ଭଳି ପ୍ରୋଟକଲ ପାଳନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ମାସ୍କ ପିନ୍ଧିବା ନିୟମ ପୁଣି ଥରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଚିଠିରେ ଏହା ବି ଉଲ୍ଲେଖ କରାଯାଇଛି, ରାଜ୍ୟଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ଜରୁରୀକାଳୀନ ଔଷଧ ଗଚ୍ଛିତ ରଖନ୍ତୁ। ନୂଆ ଭାଇରସ୍‌ର ସଂକ୍ରମଣ ସ୍ଥିତି ଉପରେ ନଜର ରଖିବା ସହ କେନ୍ଦ୍ର ସହ ନିରନ୍ତର ତଥ୍ୟ ବିନିମୟ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।

ଏଥିରେ ପୂର୍ବାନୁମାନ କରାଯାଇଛି, ମାର୍ଚ୍ଚ ଶେଷ ସୁଦ୍ଧା ସଂକ୍ରମଣ ମାମଲା କମିପାରେ। ପୂର୍ବରୁ ସ୍ଥିତିର ସମୀକ୍ଷା କରି ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

H3N2 ଇନଫ୍ଲୁଏଞ୍ଜାକୁ ନେଇ ଡର କାହିଁକି?

କରୋନା ଭଳି ଡରାଇଲାଣି H3N2 ଇନଫ୍ଲୁଏଞ୍ଜା । ଦେଶର ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ଚିନ୍ତାର ବିଷୟ ହେଉଛି, ଏହି H3N2 ଭୂତାଣୁ ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ଏଚ୩ଏନ୨ ଭୂତାଣୁ ଜନିତ ୯୦ଟି ମାମଲା ସାମ୍ନାକୁ ଆସିଛି।

ସେହିଭଳି ଏଚ୧ଏନ୧ର ୮ଟି ମାମଲା ସାମ୍ନାକୁ ଆସିଛି। ସାରା ଦେଶରେ ଇନଫ୍ଲ୍ୟୁଏଞ୍ଜାର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ଅଧିକ ମାମଲା ଏଚ୩ଏନ୨ର ଥିବା ଦେଖିବାକୁ ମିଳିଛି। ଏହି ରୋଗ ହେଲେ ସଂକ୍ରମିତ ବ୍ୟକ୍ତିଙ୍କୁ ୧୫ ଦିନ ଧରି ଜ୍ବର, କାଶ ଓ ଛିଙ୍କ ହେଉଛି। ବିଶେଷକରି ଛୋଟ ପିଲା ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମିତ ହେଉଛନ୍ତି।

H3N2 ଇନଫ୍ଲୁଏଞ୍ଜା କ’ଣ ?

H3N2 ଇନ୍‌ଫ୍ଲୁଏଞ୍ଜା ହେଉଛି ଏକ ଭୂତାଣୁ ଜନିତ ଫ୍ଲୁ ରୋଗ। ଏହା କାଶ, ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳ କଣିକା ଦ୍ବାରା ବ୍ୟାପିଥାଏ। ରୋଗୀର ଲାଳ, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମଣ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ସହ କଥା ହେଲା କିମ୍ବା ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ।

ଗର୍ଭବତୀ ମହିଳା, ଛୋଟ ପିଲା, ବୟସ୍କ ଏବଂ କ୍ରିଟିକାଲ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଏହି H3N2 ସଂକ୍ରମିତ ରୋଗୀଙ୍କ ଠାରୁ ଦୂରେଇ ରହିବା ଜରୁରୀ। ଏହି ଜୀବାଣୁ ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ମଧ୍ୟ ସଂକ୍ରମିତ କରିଥାଏ। ଏବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ।

H3N2 ରୋଗ ହେଲେ ରୋଗୀ ନିଶ୍ବାସ ନେବାରେ ସମସ୍ୟା ହେବା ସହ ଗଳା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥାଏ। ଏଥିସହ ଏହି ରୋଗର କିଛି ସାଧାରଣ ଲକ୍ଷଣ ହେଉଛି ଥଣ୍ଡା, କାଶ, ଛିଙ୍କ, ଜ୍ବର, ଝାଡା ବାନ୍ତି ହେବା ଏବଂ ମାଂସପେଶୀ ଓ ଶରୀରରେ ଯନ୍ତ୍ରଣା ଅନୁଭବ କରିବା।

ଏହିସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଜରୁରୀ। ସଂକ୍ରମିତ ଲୋକଙ୍କଠାରୁ ଏହି ଜୀବାଣୁ ଖୁବଶୀଘ୍ର ବିସ୍ତାର ଲାଭ କରିଥାଏ। ତେଣୁ, କିଛି ପ୍ରୋଟୋକଲ୍ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପଢ଼ନ୍ତୁ ଏହି ଖବର: ଇଡି ଟାର୍ଗେଟରେ ଲାଲୁଙ୍କ ପରିବାର; ପୁଅ ଓ ଝିଅ ଘରୁ ମିଳିଲା ୫୩ ଲକ୍ଷ ଟଙ୍କା ସହ ୨ କେଜି ସୁନା

ଯେପରିକି ନିୟମିତ ଭାବରେ ସାବୁନରେ ହାତ ଧୋଇ ହେବା, ମୁହଁରେ ମାସ୍କ ପିନ୍ଧିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବା ଉଚିତ୍। ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ। କାଶ ଏବଂ ଛିଙ୍କିବା ବେଳେ ନାକ ଓ ମୁହଁକୁ ଭଲଭାବେ ଘୋଡ଼ାଇ ନିଅନ୍ତୁ। ପ୍ରଚୁର ପରିମାଣର ପାଣି ଏବଂ ତରଳ ପଦାର୍ଥ ଖାଆନ୍ତୁ। ଡାକ୍ତରଙ୍କ ପରାମର୍ଶ କରି ଔଷଧ ସେବନ କରନ୍ତୁ।
Published by:Lipina Das
First published: