ସଂସଦରେ ୧୫୦୦ରୁ ଅଧିକ ପୁରୁଣା ଆଇନ ରଦ୍ଦ କରିବେ ସରକାର

ସଂସଦର ଆଗାମୀ ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୫୦୦ରୁ ଅଧିକ ପୁରୁଣା ରଦ୍ଦ କରିବେ। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି।

କିରେନ ରିଜିଜୁ (ପ୍ରତୀକାତ୍ମକ ଛବି)

କିରେନ ରିଜିଜୁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ସଂସଦର ଆଗାମୀ ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୫୦୦ରୁ ଅଧିକ ପୁରୁଣା ରଦ୍ଦ କରିବେ। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହାଁନ୍ତି ଯେ ଲୋକଙ୍କ ଜୀବନରେ ସରକାରଙ୍କର ଭୂମିକା କମ୍‌ ରହୁ। ସେଥିପାଇଁ ଆଗାମୀ ସଂସଦ ଅଧିବେଶନରେ ୧୫୦୦ରୁ ଅଧିକ ଆଇନ ରଦ୍ଦ ହେବ। ସିଲଂରେ ‘‌ରୋଜଗାର ମେଳା’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରିଜିଜୁ କ‌ହିଛନ୍ତି, ଅପ୍ରଚଳିତ ଆଇନ ସାଧାରଣ ଲୋକଙ୍କ ସ୍ବାଭାବିକ ଜୀବନରେ ବାଧା ଉପୁଜାଉଛି। ବର୍ତ୍ତମାନ ସମୟରେ ପୁରୁଣା ଆଇନର ‌କୌଣସି ଗୁରୁତ୍ବ ମଧ୍ୟ ନାହିଁ। ତେଣୁ ୧୫୦୦ରୁ ଅଧିକ ଆଇନ ରଦ୍ଦ କରାଯିବ।

ଅନାବଶ୍ୟକ ଆଇନ ସାଧାରଣ ଲୋକଙ୍କ ପାଇଁ ଏକ ବୋଝ ହୋଇଥିବାରୁ କେନ୍ଦ୍ରରେ ଥିବା ଆମର ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସରକାର ସମସ୍ତ ପୁରୁଣା ପୁରାତନ ଆଇନକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଆମେ ୧୫୦୦ରୁ ଅଧିକ ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଆହୁରି ଅନେକ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ରିଜିଜୁ ମେଘାଳୟ ପିପୁଲ୍ସ ପାର୍ଟି ନେତୃତ୍ୱଧୀନ ସରକାରଙ୍କ ପ୍ରଶଂସା କରିଛନ୍ତି। ଇଚ୍ଛା ପ୍ରକାଶ କରି ଆଇନ ମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ଅଧିକ ସୁବିଧା ଯୋଗାଇଦେବା ପାଇଁ ବିଜେପିକୁ ସରକାରରେ ଅଧିକ ଭୂମିକା ମିଳିବା ଉଚିତ। ମେଘାଳୟ ବିଧାନସଭା ନିର୍ବାଚନ ପ୍ରାୟ ଚାରି ମାସ ବାକି ଅଛି । କେନ୍ଦ୍ର ପୂର୍ବୋତ୍ତର ଉପରେ ବିଶେଷ ଧ୍ଯାନ ଦେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
Published by:Soumya Das
First published: