ନାରୀ ଶକ୍ତି ଯୋଜନା ଅଧୀନରେ ମହିଳାଙ୍କ ଖାତାକୁ ଆସିବ ୫୨ହଜାର ଟଙ୍କା?

ମହିଳାମାନଙ୍କ ପାଇଁ ଖୁସି ଖବର! ଏହି ଯୋଜନା ଅଧୀନରେ ଖାତାକୁ ଆସିବ ୫୨ହଜାର ଟଙ୍କା ।

ଖାତାକୁ ଆସିବ ୫୨ହଜାର ଟଙ୍କା?

ଖାତାକୁ ଆସିବ ୫୨ହଜାର ଟଙ୍କା?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Fact Check: ଗରିବଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଚଳାଉଛନ୍ତି। ଯେଉଁଥିରୁ ସରକାର ସିଧାସଳଖ ଲୋକଙ୍କୁ ସହାୟତା ପ୍ରଦାନ କରନ୍ତି। କୃଷି ଠାରୁ ଆରମ୍ଭ କରି ବ୍ୟବସାୟ ଆରମ୍ଭ କରିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି। ଏହି ଯୋଜନାଗୁଡିକ ବିଷୟରେ ଅନେକ ପ୍ରକାରର ସୂଚନା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୁଏ। ଏହି ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦର୍ଶାଯାଇଛି ଯେ 'ପ୍ରଧାନ ମନ୍ତ୍ରୀ ନାରୀ ଶକ୍ତି ଯୋଜନା' ଅଧୀନରେ କେନ୍ଦ୍ର ସରକାର ମହିଳାମାନଙ୍କୁ ୫୨ ହଜାର ଟଙ୍କା ଦେବାକୁ ଯାଉଛନ୍ତି।


ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ ନାରୀ ଶକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ଯେଉଁଥିରେ ମହିଳାମାନେ ୫୨ହଜାର ଟଙ୍କା ପାଉଛନ୍ତି। ଏହି ପଦ୍ଧତିକୁ ମଧ୍ୟ ବ୍ୟାଖ୍ୟା କରାଯାଇଛି। ସୁନୋ ଦୁନିଆ ନାମକ ଏକ ୟୁଟ୍ୟୁବ ଚ୍ୟାନେଲର ଏକ ଭିଡିଓରେ ଦାବି କରାଯାଇଛି ଯେ ପ୍ରଧାନ ମନ୍ତ୍ର ନାରୀ ଶକ୍ତି ଯୋଜନା ଅଧୀନରେ ମହିଳାମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ନୂତନ ବ୍ୟବସାୟ ଓ ୫୨ ହଜାର ଟଙ୍କା ପାଉଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ୨୦୨୩ ମାର୍ଚ୍ଚ ୨୮ ରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଶହ ଶହ ଲୋକ ଦେଖିଛନ୍ତି ଏବଂ ଏହା କ୍ରମାଗତ ଭାବରେ ସେୟାର କରାଯାଉଛି।



ବାସ୍ତବରେ, ସୁନୋ ଦୁନିଆ ନାମକ ଏହି ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ଭିଡିଓରେ ଦିଆଯାଇଥିବା ସୂଚନା ସଂପୂର୍ଣ୍ଣ ଭୁଲ ଏବଂ ବିଭ୍ରାନ୍ତିକର। ପ୍ରକୃତ କଥା ହେଉଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ସେପରି କୌଣସି ଯୋଜନା ଚାଲୁ ନାହିଁ।  ଏହି ଦାବି ସଂପୂର୍ଣ୍ଣ ନକଲି। କୌଣସି ଯୋଜନା ଅନ୍ତର୍ଗତ ମହିଳା ବ୍ୟାଙ୍କ ଆକାଉଣ୍ଟକୁ ୫୨ ହଜାର ଟଙ୍କା ସ୍ଥାନାନ୍ତର କରିବାକୁ ସରକାର ଆଲୋଚନା କରିନାହାଁନ୍ତି।

CURRENCY NOTE: ୫୦୦ଟଙ୍କିଆ ନୋଟ୍ ଉପରେ ଏହି ଚିହ୍ନ ନଥିଲେ ଚାଲିବନି ଟଙ୍କା!

PIB ଦ୍ୱାରା ଏହାର ଫ୍ୟାକ୍ଟ ଯାଞ୍ଚ ମଧ୍ୟ କରାଯାଇଥିଲା।।ଯେଉଁଥିରେ କୁହାଯାଇଥିଲା ଯେ ସୁନୋ ଦୁନିଆ ନାମକ ୟୁଟ୍ୟୁବ୍ ଚ୍ୟାନେଲର ଏକ ଭିଡିଓରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର 'ପ୍ରଧାନ ମନ୍ତ୍ର ନାରୀ ଶକ୍ତି ଯୋଜନା' ଅଧୀନରେ ସମସ୍ତ ମହିଳାଙ୍କୁ, ୫୨,୦୦୦ ନଗଦ ରାଶି ପ୍ରଦାନ କରୁଛନ୍ତି। ଏହି ଭିଡିଓଟି ନକଲି ଅଟେ। ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି। ଯଦି ଆପଣ ମଧ୍ୟ ଏପରି ଭିଡିଓର ବାର୍ତ୍ତା ପାଇଛନ୍ତି, ତେବେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ ଓ ସରକାରଙ୍କ ୱେବସାଇଟକୁ ଯାଆନ୍ତୁ ଓ ସଠିକ ତଥ୍ୟ ସୂଚନା ପାଆନ୍ତୁ।
Published by:Soumya Das
First published: