ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ନିଲାମ କରିବା ପାଇଁ କେନ୍ଦ୍ର ସରକାର ଆବେଦନ ଆହ୍ବାନ କରିଛନ୍ତି

ସରକାରୀ ଏଭିଏଶନ କମ୍ପାନୀ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସେୟାର ବିକିବା ପାଇଁ ସରକାର ଆବେଦନ ଆହ୍ବାନ କରିଛନ୍ତି । ଏଥିପାଇଁ ଶେଷ ତାରିଖ ୧୭ ମାର୍ଚ୍ଚ ୨୦୨୦ ରଖାଯାଇଛି ।

ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ନିଲାମ କରିବା ପାଇଁ କେନ୍ଦ୍ର ସରକାର ଆବେଦନ ଆହ୍ବାନ କରିଛନ୍ତି
ଏୟାର ଇଣ୍ଡିଆର ବିମାନ
  • News18 Odia
  • Last Updated: January 27, 2020, 10:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଡ଼ କରଜରେ ବୁଡ଼ିଥିବା ସରକାରୀ ଏଭିଏଶନ କମ୍ପାନୀ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସେୟାରକୁ ବିକିବା ପାଇଁ କେନ୍ଦ୍ର ସରକାର ଆବେଦନ ଆହ୍ବାନ କରିଛନ୍ତି । ଏଥିପାଇଁ ଶେଷ ତାରିଖ ୧୭ ମାର୍ଚ୍ଚ ରଖାଯାଇଛି । ଏହା ସହିତ ସରକାର ଦୁଇଟି ସବସିଡାରୀ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାରପୋର୍ଟ ସର୍ଭିସ କମ୍ପାନୀ ଏଆଇଏସଏଟିଏସକୁ ମଧ୍ୟ ବିକିବା ପାଇଁ ଆବେଦନ ଆହ୍ବାନ କରିଛନ୍ତି । ଏୟାର ଇଣ୍ଡିଆକୁ ବିକିବା ପାଇଁ ଏକ ମନ୍ତ୍ରୀ ସମୁହ ନିକଟରେ ଡ୍ରାଫ୍ଟକୁ ମଞ୍ଜୁରୀ ଦେଇଥିଲେ । ସ୍ବରାଷ୍ଟ୍ରମନ୍ତ୍ରୀ  ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏମ୍ ବୈଠକରେ ଏହି ଫଇସଲା ନିଆଯାଇଥିଲା ।

ଗତ ବର୍ଷ ସରକାର ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକିବା ପାଇଁ ନିଲାମ ଆହ୍ବାନ କରିଥିଲେ ମଧ୍ୟ କୌଣସି ଖରିଦାର ମିଳିନଥିଲେ । ଏହାପରେ ଟ୍ରାଞ୍ଜାକସନ୍ ଆଡଭାଇଜର ଇଓ୍ବାଇ ପ୍ରକ୍ରିଆ କଣ ପାଇଁ ବିଫଳ ହେଲା ତା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ରିପୋର୍ଟ ଆଧାରରେ ଏଥର କେତେକ ଶର୍ତ୍ତରେ ପରିବର୍ତ୍ତନ କରାଯାଇଛି ।

ଏୟାର ଇଣ୍ଡିଆ ଲମ୍ବା ସମୟ ଧରି ଘଟାରେ ଚାଲୁଥିଲା । ୨୦୧୮-୧୯ରେ ୮,୫୫୬.୩୫ କୋଟିର କ୍ଷତି ସହିଥିବାବେଳେ ଏୟାରଲାଇନ ଉପରେ ୫୦,୦୦୦ କୋଟି ଟଙ୍କାରୁ ଅଧିକ କରଜ ରହିଛି । ଏଥିପାଇଁ ସରକାର ଏହାକୁ ବିକ୍ରି କରିବାକୁ ଯୋଜନା କରିଥିବାବେଳେ ମାର୍ଚ୍ଚ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଯୋଜନା କରିଛନ୍ତି । ସଂସଦର ଶୀତକାଳୀନ ଅଧିବେଶନରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବା ଏୟାରଇଣ୍ଡିଆକୁ କୌଣସି କ୍ରେତା ନମିଳିଲେ ଏହାକୁ ବନ୍ଦ କରିଦିଆଯାଇପାରେ । ଛୋଟ ଛୋଟ ପୁଞ୍ଜିଗତ ବ୍ୟବସ୍ଥା ଦ୍ବାରା ଏୟାର ଇଣ୍ଡିଆକୁ ଚଳାଇବା କଷ୍ଟକର ହୋଇପଡ଼ିଛି ।

 
First published: January 27, 2020, 10:54 AM IST
corona virus btn
corona virus btn
Loading