କୃଷକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା ପେନସନ; ଜାଣନ୍ତୁ ଏହି ଯୋଜନାରେ କିପରି କରିବେ ପଞ୍ଜୀକୃତ

ବୃଦ୍ଧାବସ୍ଥାରେ କୃଷକମାନଙ୍କୁ ଆର୍ଥିକ ଅସୁବିଧାରୁ ରକ୍ଷା କରିବା ଲକ୍ଷ୍ୟରେ ପରିଚାଳିତ ଏହି ଯୋଜନାରେ ଲକ୍ଷ ଲକ୍ଷ କୃଷକ ଉପକୃତ ହେବେ ।

କୃଷକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା ପେନସନ; ଜାଣନ୍ତୁ ଏହି ଯୋଜନାରେ କିପରି କରିବେ ପଞ୍ଜୀକୃତ

କୃଷକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା ପେନସନ; ଜାଣନ୍ତୁ ଏହି ଯୋଜନାରେ କିପରି କରିବେ ପଞ୍ଜୀକୃତ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ: ଦେଶରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ମଧ୍ୟ ଏହିପରି ଏକ ଯୋଜନା । ବୃଦ୍ଧ ଚାଷୀଙ୍କ ପାଇଁ ଏହା ଏକ ପେନସନ ଯୋଜନା । ବୃଦ୍ଧାବସ୍ଥାରେ କୃଷକମାନଙ୍କୁ ଆର୍ଥିକ ଅସୁବିଧାରୁ ରକ୍ଷା କରିବା ଲକ୍ଷ୍ୟରେ ପରିଚାଳିତ ଏହି ଯୋଜନାରେ ଲକ୍ଷ ଲକ୍ଷ କୃଷକ ଉପକୃତ ହେବେ ।

ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ ଚାଷୀଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହାଦ୍ବାରା ବୃଦ୍ଧାବସ୍ଥାରେ କୃଷକମାନଙ୍କୁ ଆର୍ଥିକ ଶକ୍ତି ମିଳିବ । କାରଣ ସେମାନେ ୬୦ ବର୍ଷ ବୟସ ପରେ କୃଷି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିନଥାନ୍ତି।

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କ’ଣ?

ଦେଶର କ୍ଷୁଦ୍ର ଓ ସୀମାନ୍ତ କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ପେନସନ ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆରମ୍ଭ ହୋଇଛି । ଏହା ଅଧୀନରେ ଚାଷୀଙ୍କୁ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ହାରରେ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍ ଦିଆଯାଏ ।

ଏହି ଯୋଜନାର ଲାଭ କିପରି ପାଇବେ ?

ଏହି ଯୋଜନାର ଲାଭ ଉଠାଇବାକୁ କୃଷକମାନଙ୍କୁ ଏଥିରେ ପଞ୍ଜିକରଣ କରିବାକୁ ପଡିବ। ୧୮ ରୁ ୪୦ ବର୍ଷ ବୟସର କୃଷକମାନେ ଏଥିପାଇଁ ପଞ୍ଜୀକୃତ ହୋଇପାରିବେ । ପଞ୍ଜୀକରଣ ପରେ କୃଷକମାନଙ୍କୁ ସେମାନଙ୍କ ବୟସ ଅନୁଯାୟୀ ପ୍ରିମିୟମ ଭାବରେ ପ୍ରତିମାସରେ କିଛି ଟଙ୍କା ଦେବାକୁ ପଡିବ । ଏହି ପରିମାଣ କୃଷକଙ୍କ ବୟସ ଅନୁଯାୟୀ ସ୍ଥିର କରାଯାଇଛି । ଏଥିରେ କୃଷକମାନଙ୍କୁ ପ୍ରତି ମାସରେ ୫୫ ରୁ ୨୦୦ ଟଙ୍କା ଜମା କରିବାକୁ ପଡିବ ।



କିପରି ପଞ୍ଜିକରଣ କରିବେ?
PM Kisan Maandhan Yojanaରେ ପଞ୍ଜୀକରଣ ପାଇଁ ଆପଣଙ୍କୁ ନିକଟତମ CSC କେନ୍ଦ୍ର ଯିବାକୁ ପଡ଼ିବ । ସେଠାରେ ଆପଣଙ୍କୁ ବାର୍ଷିକ ଆୟ ଏବଂ ଆପଣଙ୍କ ଜମି ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ । ଏହା ସହିତ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ମଧ୍ୟ ଦେବାକୁ ପଡିବ ଯେଉଁଥିରେ ଆପଣ ଟଙ୍କା ଚାହୁଁଛନ୍ତି । ଏହି ସମସ୍ତ ସୂଚନା ଦେବା ପରେ, ଆପଣ ଏକ ଆବେଦନ ଫର୍ମ ପାଇବେ ଯାହାକୁ ଆପଣଙ୍କୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣଙ୍କୁ ପେନସନ ନମ୍ବର ଏବଂ ପେନସନ କାର୍ଡ ଦିଆଯିବ ।

ଆପଣ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ

ଏହି ଯୋଜନାରେ ଯୋଗଦେବା ପାଇଁ ଆପଣ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଏହି ସ୍କିମ୍ ପାଇଁ ପ୍ରସ୍ତୁତ ଅଫିସିଆଲ୍ ୱେବସାଇଟ୍ maandhan.in ପରିଦର୍ଶନ କରିବେ । ଏଠାରେ ଆପଣଙ୍କୁ ଏହି ଯୋଜନାର ଫର୍ମ ପୂରଣ କରିବାକୁ ପଡିବ ଏବଂ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ବିଷୟରେ ସୂଚନା ଦେବାକୁ ପଡିବ । ଏହା ପରେ ଫର୍ମ ଦାଖଲ କରିବେ । ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ଏକ ପେନସନ ନମ୍ବର ଏବଂ ପେନସନ କାର୍ଡ ପାଇବେ । ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଟୋଲ୍ ଫ୍ରି ନମ୍ବର 1800-267 6888 ରେ ଯୋଗାଯୋଗ କରିପାରିବେ ।
Published by:Soubhagya Mishra
First published: