ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା ବିଷୟରେ ସବୁ ସନ୍ଦେହ ଦୂର କଲେ ସରକାର

ନାଗରିକତା ଆଇନ ୧୯୫୫ ଉପରେ ଭିତ୍ତି କରି ତିଆରି ହୋଇଥିବା ନାଗରିକତା ନିୟମାବଳୀ ୧୯୯୯ ଅନୁସାରେ ହିଁ ପୂର୍ବ ପରି ଯେ କୌଣସି ବ୍ୟକ୍ତିର ନାଗରିକତା ସ୍ଥିର ହେବ । ଏଇ ନିୟମ ସବୁ ସର୍ବସାଧାରଣଙ୍କ ଅବଗତିରେ ଅନେକ ବର୍ଷ ହେଲା ଅଛି ।

ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା ବିଷୟରେ ସବୁ ସନ୍ଦେହ ଦୂର କଲେ ସରକାର
ଏନ୍ଆର୍‌ସି ବିରୋଧରେ ଦିଲ୍ଲୀରେ ଆନ୍ଦୋଳନର ଏକ ଦୃଶ୍ୟ
  • News18 Odia
  • Last Updated: December 19, 2019, 2:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍‌ସି) ବିରୁଦ୍ଧରେ ଦେଶର ବିଭିନ୍ନ ସ୍ଥାନରେ ଜନ ଆନ୍ଦୋଳନ ଚ଼ାଲିଥିବା ବେଳେ କେନ୍ଦ୍ର ସରକାର ଏହି ଦୁଇଟି ମାମଲା ବିଷୟରେ ସବୁ ସନ୍ଦେହ ଦୂର କରିଛନ୍ତି ଓ କହିଛନ୍ତି ଯେ ଦେଶର କୌଣସି ନାଗରିକ ଆଦୌ ଚ଼ିନ୍ତିତ ହେବା ଉଚ଼ିତ ନୁହେଁ ।

ଉଭୟ କେନ୍ଦ୍ର ସରକାର ଓ ବିଜେପି ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଓ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଉଦ୍ଦେଶ୍ୟମୂଳକଭାବେ ସିଏଏ ଓ ଏନ୍‌ଆର୍‌ସି ବିଷୟରେ ଲୋକଙ୍କୁ ଭୁଲ୍‌ ଧାରଣା ଦେଉଛନ୍ତି ।

ସରକାରଙ୍କ ଅନୁସାରେ ଏହି ଦୁଇ ମାମଲାର ପ୍ରକୃତ ଛବି ନିମ୍ନ ପ୍ରଶ୍ନୋତ୍ତରୀରୁ ସ୍ପଷ୍ଟ ହୋଇଯିବ ।

ଭାରତୀୟ ମୁସଲମାନଙ୍କୁ ସିଏଏ ଓ ଏନ୍‌ଆର୍‌ସିରୁ କୌଣସି ଚ଼ିନ୍ତାର କାରଣ ଅଛି କି?

କୌଣସି ଧର୍ମର ଭାରତୀୟ ନାଗରିକଙ୍କୁ ସିଏଏରୁ ବା ଏନ୍‌ଆର୍‌ସିରୁ କୌଣସି ପ୍ରକାର ଚ଼ିନ୍ତାର ଅବକାଶ ନାହିଁ ।

ଧର୍ମ ଆଧାରରେ ଲୋକଙ୍କୁ ଏନ୍‌ଆର୍‌ସି ତାଲିକାରୁ ବାହାର କରି ଦିଆଯିବ କି?

ନା । ଏନ୍‌ଆର୍‌ସିର ଆଧାର ଧର୍ମ ନୁହେଁ । ଯେବେ ବି ଏନ୍‌ଆର୍‌ସି ଲାଗୁ କରାଯିବ, ତାହା ଧର୍ମ ଆଧାରରେ ହେବ ନାହିଁ ।

ତାହେଲେ ନାଗରିକତା କେମିତି ସ୍ଥିର କରାଯିବ? ତାହା କଣ ସରକାରଙ୍କ ଉପରେ ନିର୍ଭର କରିବ?

ନାଗରିକତା ଆଇନ ୧୯୫୫ ଉପରେ ଭିତ୍ତି କରି ତିଆରି ହୋଇଥିବା ନାଗରିକତା ନିୟମାବଳୀ ୧୯୯୯ ଅନୁସାରେ ହିଁ ପୂର୍ବ ପରି ଯେ କୌଣସି ବ୍ୟକ୍ତିର ନାଗରିକତା ସ୍ଥିର ହେବ । ଏଇ ନିୟମ ସବୁ ସର୍ବସାଧାରଣଙ୍କ ଅବଗତିରେ ଅନେକ ବର୍ଷ ହେଲା ଅଛି ।
First published: December 19, 2019, 2:43 PM IST
corona virus btn
corona virus btn
Loading