News18 Odia Digital
7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବେ ଖୁସି ଖବର ମିଳିବାକୁ ଯାଉଛି । କେନ୍ଦ୍ର ସରକାର ସେମାନଙ୍କୁ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଥମେ ସରକାର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ ଓ ପରେ ବାକି ପଡ଼ିଥିବା ଡିଏ ଫେରସ୍ତ କରିବେ । ମହଙ୍ଗା ଯୁଗରେ ଏହି ଖବର ବୁଷ୍ଟର ଭଳି କାମ କରିବ ।
ଡିଏ ବଢି଼ବା ପରେ କର୍ମଚାରୀଙ୍କ ବେସିକ ଦରମା ମଧ୍ଯ ରେକର୍ଡ଼ ଛୁଇଁବ । କୁହାଯାଉଛି ଯେ, ଯଦି ସରକାର କର୍ମଚାରୀଙ୍କ ଦାବି ମାନି ନିଅନ୍ତି ତେବେ, ଏହା କୌଣସି ବରଦାନଠୁ ବି କମ ହେବ ନାହିଁ । ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା ହୋଇନାହିଁ । କିନ୍ତୁ ଯଦି ଏଭଳି ହୁଏ ତେବେ କର୍ମଚାରୀଙ୍କ ଖୁସି କହିଲେ ନସରେ ।
ଦୀର୍ଘ ଦିନ ଧରି ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ଡିଏ ବକେୟା ମିଳିବ ବୋଲି ଚର୍ଚ୍ଚା ଲାଗି ରହିଛି । କିଛି ଦିନ ପୂର୍ବରୁ ଏନେଇ ସଂସଦରେ ଆଲୋଚନା କରିବାକୁ ସରକାର ମନା କରିଦେଇଥିଲେ । କିନ୍ତୁ କର୍ମଚାରୀମାନେ ଲଗାତାର ଦାବି କରିଆସୁଅଛନ୍ତି । ତେଣୁ ସରକାର ସେମାନଙ୍କ ଦାବି ମାନି ପାରନ୍ତି ବୋଲି ଆଶା କରାଯାଉଛି ।
ସରକାର ଡିଏ ପଠାଇବା ତାରିଖକୁ ନେଇ କୌଣସି ମୋହର ମାରି ନାହାଁନ୍ତି, କିନ୍ତୁ ଅନୁମାନ କରାଯାଉଛି ଯେ. ଜଲଦି ତାରିଖ ଘୋଷଣା ହୋଇପାରେ । କରୋନା ପରଠାରୁ କର୍ମଚାରୀଙ୍କ ଡ଼ିଏ ଖାତାକୁ ଆସିନାହିଁ । କର୍ମଚାରୀ ସଂଗଠନ ବାରମ୍ୱାର ଏନେଇ ଦାବି କରୁଛନ୍ତି । ଯଦି ବକେୟା ପଇସା ଖାତାକୁ ଆସିବ ତେବେ ଲେଭଲ ଏ କର୍ମଚାରୀମାନେ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇବେ ।
ଫ୍ଲିପକାର୍ଟରେ ଜବରଦସ୍ତ ଅଫର; ୫୦୦ଟଙ୍କାରେ ମିଳୁଛି ସାଇକେଲ,EMI ବି ଅଛିକେତେ ବଢିବ ଡିଏ?କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି ବୋଲି ବିଶ୍ୱାସ କରାଯାଉଛି । ଏହା ପରେ ଡିଏ ବଢ଼ି ୪୬ ପ୍ରତଶତ ହୋଇଯିବ । ବର୍ତ୍ତମାନ କର୍ମଚାରୀଙ୍କୁ ୪୨ ପ୍ରତିଶତ ଡିଏ ମିଳୁଛି । ଯଦି ଏଭଳି ହୁଏ ତେବେ କର୍ମଚାରୀଙ୍କୁ ମୋଟା ଅଙ୍କର ଦରମା ମିଳିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।