ସେଲିବ୍ରେଟିଙ୍କଠାରୁ ସାଧାରଣ ଲୋକେ ଛୁଟି ବିତାଇବା ପାଇଁ ଯାଇଥାନ୍ତି ମାଲଦୀପ

ମାଲଦୀପରେ ଭାରତମହାସାଗରର ଅନେକ ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ । ସେଠାରେ ଚାରି ପାଖରେ ନୀଳ ଜଳରାଶି ଏବଂ ନୀଳ ଆକାଶ ଦେଖିବାକୁ ମିଳିଥାଏ ।

ସେଲିବ୍ରେଟିଙ୍କଠାରୁ ସାଧାରଣ ଲୋକେ ଛୁଟି ବିତାଇବା ପାଇଁ ଯାଇଥାନ୍ତି ମାଲଦୀପ
ମାଲଦୀପରେ ଭାରତମହାସାଗରର ଅନେକ ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ । ସେଠାରେ ଚାରି ପାଖରେ ନୀଳ ଜଳରାଶି ଏବଂ ନୀଳ ଆକାଶ ଦେଖିବାକୁ ମିଳିଥାଏ ।
  • News18 Odia
  • Last Updated: January 3, 2020, 9:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ ମହାସାଗରରେ ଥିବା ବହୁତ ସୁନ୍ଦର ଦେଶ ମାଲଦୀପକୁ ଚାରି ପାଖରୁ ପାଣି ଘେରି ରହିଥିବାରୁ ଛୁଟି କଟାଇବା ପାଇଁ ଏହି ସ୍ଥାନ ଅତ୍ୟନ୍ତ ପ୍ରକୃଷ୍ଟ ଅଟେ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ବର୍ଷ ସାରା ସେଠାରେ ଲୋକଙ୍କ ଭିଡ଼ ଲାଗିରହିଥାଏ । ଅଧିକାଂଶ ନବି ବିବାହିତଙ୍କ ପାଇଁ ଏହା ହନିମୁନ ଡେଷ୍ଟିନେସନ ହୋଇଯାଇଛି । ସେଠାରେ ଏପରି କ’ଣ ଅଛି ଯେ ଯାହାକୁ ଦେଖିବା ପାଇଁ ଲୋକମାନେ ସେଠାକୁ ଛୁଟି ଯାଇଥାନ୍ତି ।  ନିକଟରେ ବଲିଉଡ ଷ୍ଟାର ସାରା ଅଲୀ ଖାନ ନିଜ ଭାଇ ଇବ୍ରାହିମଙ୍କ ସହ ସେଠାକୁ ଛୁଟି କଟାଇବା ପାଇଁ ଯାଇଛନ୍ତି । ଏ ନେଇ ସାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେତେକ ଫଟୋ ପୋଷ୍ଟ କରିଛନ୍ତି ।

ଭାରତ ମହାସାଗରର ଅଭୁତପୂର୍ବ ଦୃଶ୍ୟ

ମାଳଦୀପର ନୀଳ ଜଳରାଶି ମଧ୍ୟରେ ଥିବା ଏକ ରିସୋର୍ଟ


ମାଲଦୀପରେ ଭାରତ ମହାସାଗରର ଅଭୁତପୂର୍ବ ଦୃଶ୍ୟ ଭାବେ ଚାରି ପାଖରୁ ନୀଳ ଜଳରାଶି ନୀଳ ଆକାଶ ଦେଖିବାକୁ ମିଳିଥାଏ । ସେଠାରେ ଅନେକ ପ୍ରକାର ଜଳକ୍ରୀଡ଼ା ଉପଲବ୍ଧ ଥିବାବେଳେ ପର୍ଯ୍ୟଟକମାନେ ଏସବୁରେ ଭାଗ ନେଇଥାନ୍ତି । ସବୁଠୁ ବଡ଼ କଥା ଏହା ହେଉଛି କି ସେଠାରେ ଶହରର ଭୀଡ଼, ଧୂଆଁ ଏବଂ ପ୍ରଦୂଷଣ ନଥିବାବେଳେ ଆକାଶ ତଳେ କେବଳ ଶୁଦ୍ଧ ପବନର ଆନନ୍ଦ ମିଳିଥାଏ । ସବୁଠାରୁ ବଡ଼ କଥା ହେଲା ସେଠାରେ ମିଳୁଥିବା ଶାନ୍ତି ଅନ୍ୟ କୌଣସିଠାରେ ମିଳି ନ ଥାଏ ।

୧୧୯୦ ଦୀପମାଳାକୁ ନେଇ ମାଲଦୀପ ତିଆରି ହୋଇଥିବାବେଳେ ଏହାର ୯୯ ଭାଗ ଅଞ୍ଚଳ ପାଣି ଭିତରେ ରହିଛି ଏବଂ କେବଳ ଏକ ପ୍ରତିଶତ ଅଞ୍ଚଳ ବାହାରେ ରହିଛି । ଯେଉଁଠି ଭୂଭାଗ ନଜର ଆସିଥାଏ । କେବଳ ୨୦୦ ଦୀପରେ ହିଁ ଲୋକ ରହିଥିବାବେଳେ ୮୦ଭାଗ ଦୀପ କେବଳ ପର୍ଯ୍ୟଟକମାନଙ୍କ ଧ୍ୟାନରେ ରଖି ମେଣ୍ଟେନ କରାଯାଉଛି । ସେଠାରେ ୫ଷ୍ଟାର ରିସୋର୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ଯେଉଁଠିକୁ ପରିବାର କିମ୍ବା ସାଥୀଙ୍କ ସହ କିଛି ଭଲ ସମୟ ବିତାଇବା ପାଇଁ ଯାଇପାରିବେ । ସେହି ରିସୋର୍ଟରେ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳିପାରିବ ।

ଯଦି କେବେ ମାଲଦୀପ ଛୁଟି କଟାଇବାକୁ ଯାଉଥାନ୍ତି ତେବେ କେତେକ ନିୟମ ଉପରେ ଧ୍ୟାନ ରଖିବାକୁ ପଡ଼ିବ । ମାଲଦୀପରେ ମଦ୍ୟପାନ ଉପରେ ରୋକ ନଥିବାବେଳେ ଯେକୌଣସି ସମୟରେ ମଦ୍ୟପାନ କରିପାରିବେ ନାହିଁ । ଏହା ଏକ ମୁସଲିମ ଦେଶ ହୋଇଥିବାବେଳେ ନିୟମ ଅନୁସାରେ କେବଳ ରିସୋର୍ଟ ଭିତରେ ମଦ୍ୟପାନ କରିପାରିବେ । ଯଦି ଆପଣ ନିଜ ପାଇଁ ଏକ ପ୍ରାଇଭେଟ ବିଚ୍ ବୁକ କରୁଛନ୍ତି ତାହାଲେ ରାତି ହେବା ପୂର୍ବରୁ ମଦ୍ୟପାନ କରିପାରିବେ ନାହିଁ । ମହିଳାମାନଙ୍କ ସୁରକ୍ଷା କାରଣରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।

 
First published: January 3, 2020, 9:09 PM IST
corona virus btn
corona virus btn
Loading