News18 Odia Digital
ନୂଆ ଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) କରୋନା ଟିକା କୋଭୋଭାକ୍ସ ଓ କର୍ବେଭ୍ୟାକ୍ସ ଓ ଆଣ୍ଟି-ଭାଇରାଲ୍ ଡ୍ରଗ୍ ମେଲନପିରବୀର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏହି ସୂଚନା ଦେଇଛନ୍ତି। ଟ୍ବିଟ ମାଧ୍ୟମରେ ଦେଶକୁ ଅଭିନନ୍ଦନ ଜଣାଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ମେଲନପିରବୀର ଏକ ଆଣ୍ଟିଭାଇରାଲ୍ ଔଷଧ ଯାହାକି କରୋନାର ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଦେଶର ୧୩ଟି କମ୍ପାନୀ ଦ୍ୱାରା ଉତ୍ପାଦିତ ହେବ।
କର୍ବେଭାକ୍ସ ଭ୍ୟାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ଟିକା । ଏହା ହାଇଦ୍ରାବାଦ ଭିତ୍ତିକ ଫାର୍ମ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଭାରତରେ ବିକଶିତ ତୃତୀୟ ଟିକା । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ନାନୋପାର୍ଟିକଲ୍ ଟିକା କୋଭୋଭାକ୍ସ ପୁଣେ ସ୍ଥିତ ଫାର୍ମ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହେବ। ଅନୁମୋଦନ ପାଇଁ ଅକ୍ଟୋବରରେ ଡିସିଜିଏରେ ଏକ ଆବେଦନ କରାଯାଇଥିଲା।
ଉଲ୍ଲେଖନୀୟ ବିଷୟ ହେଉଛି, କୋଭିଡ ସଂକ୍ରମଣର ଓମିକ୍ରନ୍ ପ୍ରକାରରୁ ରକ୍ଷା କରିବା ପାଇଁ ଦେଶରେ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି। ଏହି ପର୍ଯ୍ୟାୟରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଭାରତର ୨୧ଟି ରାଜ୍ୟ ତଥା ୟୁନିଅନ ଅଞ୍ଚଳରେ ଓମିକ୍ରନର ୬୫୩ଟି ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇଯାଇଛନ୍ତି କିମ୍ବା ବିଦେଶ ଯାଇଛନ୍ତି।
ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ତଥ୍ୟରେ ଏହି ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ ଓମିକ୍ରନ୍ ସର୍ବାଧିକ ୧୬୭ ମାମଲା ରହିଛି। ଏହା ପରେ ଦିଲ୍ଲୀରେ ୧୬୫, କେରଳରେ ୫୭, ତେଲେଙ୍ଗାନାରେ ୫୫, ଗୁଜୁରାଟରେ ୪୯ ଓ ରାଜସ୍ଥାନରେ ୪୬ଟି ମାମଲା ଚିହ୍ନଟ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।