ସିଡିଏସ୍ ବିପିନ ରାୱତଙ୍କୁ ମିଳିଲା ନିଜର ଟିମ୍; ଆଗାମୀ ୬ ମାସରେ ପୂରଣ କରିବାକୁ ପଡ଼ିବ ଏହି ଟାର୍ଗେଟ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଭାରତର ଏୟାର ଡିଫେନ୍ସ ଶକ୍ତିକୁ ବୃଦ୍ଧି କରିବାକୁ ଏକ ଏୟାର ଡିଫେନ୍ସ କମାଣ୍ଡ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ସିଡିଏସ୍ ବିପିନ ରାୱତଙ୍କୁ ମିଳିଲା ନିଜର ଟିମ୍; ଆଗାମୀ ୬ ମାସରେ ପୂରଣ କରିବାକୁ ପଡ଼ିବ ଏହି ଟାର୍ଗେଟ
ସିଡିଏସ୍ ବିପିନ ରାଓ୍ବତ
  • News18 Odia
  • Last Updated: January 12, 2020, 5:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରଓ୍ବତଙ୍କ ଅଫିସର ରୂପରେଖା ପ୍ରସ୍ତୁତ କରାଯାଇଛି । ରାଓ୍ବତଙ୍କ ଅଫିସରେ ଦୁଇଜଣ ସଂଯୁକ୍ତ ସଚିବ, ୧୩ଜଣ ଡେପୁଟି ସେକ୍ରେଟାରୀ ଏବଂ ୨୫ଜଣ ସଚିବ ସ୍ତରର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହା ସହ ଆକାଶ ମାର୍ଗରେ ଭାରତକୁ ମଜବୁତ କରିବା ଲାଗି ମଧ୍ୟ ଏଥିରେ ଟାର୍ଗେଟ ପ୍ରସ୍ତୁତ କରାଯାଇଛି ।

ଆଧିକାରୀକ ସୂତ୍ରରୁ ଜଣାପଡୁଛି କି ତିନି ସେନା ମଧ୍ୟରେ ତାଳମେଳ ରଖିବା  ସହ ପ୍ରମୁଖ ରକ୍ଷା ଅଧ୍ୟକ୍ଷଙ୍କ ଲାଗି ଅନୁକୂଳ ବ୍ୟବସ୍ଥା ତିଆରି କରିବା ଲକ୍ଷ୍ୟରେ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଜେନେରାଲ ରାଓ୍ବତ ୧ ଜାନୁଆରୀରେ ଦେଶର ସ୍ଥଳସେନା ପଦବୀରୁ ଅବସର ନେବା ପରେ ସିଡିଏସ୍ ପଦଭାର ସମ୍ଭାଳିଥିଲେ । ଏହି ପଦବୀ  ଦ୍ବାରା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରଭାବୀ ହେବା ସହ ତିନି ସେନା ମଧ୍ୟରେ ଠିକ୍ ଭାବେ ତାଳମେଳ ରକ୍ଷା କରାଯାଇ ପାରିବ ।

ଏହା ହେଉଛି ପ୍ରଥମ ଲକ୍ଷ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ ପ୍ରଥମେ ଭାରତର ଆକାା ମାର୍ଗର ସୁରକ୍ଷା ବଢ଼ାଇବା ଲାଗି ଏକ ଏୟାର ଡିଫେନ୍ସ କମାଣ୍ଡ ପ୍ରସ୍ତୁତ କରିବେ । ଜେନେରାଲ ରାଓ୍ବତ ଭାରତର ବାୟୁ ମାର୍ଗଲାଗି ପ୍ରସ୍ତୁତ କରିଥିବା ସ୍ବତନ୍ତ୍ର ପ୍ଲାନରେ କିପରି ଏୟାରଫୋର୍ସକୁ ଅଧିକ ମଜବୁତ କରାଯାଇ ପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ଜେନେରାଲ ରଓ୍ବତଙ୍କ ପ୍ଲାନ ଅନୁଯାୟୀ ଏହି କାର୍ଯ୍ୟ ହେବାକୁ ଥିବାବେଳେ ୩୦ ଜୁନକୁ ଏହାର ଡେଡଲାଇନ ଭାବେ ରଖାଯାଇଛି ।
Published by: Durgamadhab Rath
First published: January 12, 2020, 5:34 PM IST
corona virus btn
corona virus btn
Loading