ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»CBSE News: କରୋନା ଅବଧି ସମୟରେ ଅନାଥ ହୋଇଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆଉ ଫିସ୍ ନେବନି ସିବିଏସ୍‌ଇ

CBSE News: କରୋନା ଅବଧି ସମୟରେ ଅନାଥ ହୋଇଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆଉ ଫିସ୍ ନେବନି ସିବିଏସ୍‌ଇ

CBSE News: କରୋନା ଅବଧିରେ ପିତାମାତା ହରାଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଠାରୁ CBSE ପରୀକ୍ଷା ଓ ପଞ୍ଜୀକରଣ ଶୁଳ୍କ ଆଦାୟ କରିବ ନାହିଁ । ଏହି ପରିପ୍ରେକ୍ଷୀରେ, ସିବିଏସ୍ଇ ଏହାର ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ।

CBSE News: କରୋନା ଅବଧି ସମୟରେ ଅନାଥ ହୋଇଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆଉ ଫିସ୍ ନେବନି ସିବିଏସ୍‌ଇ
କରୋନା ଅବଧି ସମୟରେ ଅନାଥ ହୋଇଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆଉ ଫିସ୍ ନେବନି ସିବିଏସ୍‌ଇ
  • News18 Odia
  • Last Updated: September 22, 2021, 11:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଅବଧି ସମୟରେ ଅନାଥ ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍‌ଇ (CBSE) ଏକ ବଡ଼ ଘୋଷଣା କରିଛି । ସିବିଏସ୍ଇ ସେହି ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ପରୀକ୍ଷା ଫି ଆଦାୟ କରିବ ନାହିଁ ଯାହାଙ୍କର ପିତାମାତା କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହା ସହିତ ବୋର୍ଡ଼ ମଧ୍ୟ ଏହିପରି ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ପଞ୍ଜୀକରଣ ଶୁଳ୍କ ଆଦାୟ ନକରିବାକୁ ଘୋଷଣା କରିଛି ।

ସିବିଏସ୍ଇ ଏହାର ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ଯେ କରୋନା ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ପଞ୍ଜୀକରଣ ଫି ଓ ପରୀକ୍ଷା ଫି ଆଦାୟ କରାଯିବ ନାହିଁ । ସିବିଏସ୍‌ଇ ଏହାର ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କ ନାମ ତାଲିକା ପ୍ରସ୍ତୁତ କରିବାକୁ କହିଛି ଯାହାଙ୍କର ପିତାମାତା କରୋନାରେ ମୃତ୍ୟୁ ବରଣ କରିଛନ୍ତି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଦେଶ ପ୍ରତିକୂଳ ପ୍ରଭାବିତ ହୋଇଛି ବୋଲି ସିବିଏସ୍ଇର କଣ୍ଟ୍ରୋଲର୍ ଅଫ୍ ଏକ୍ସାମିନେସନ୍ ଏକ ବିବୃତ୍ତିରେ କହିଛି । ଏହା ଛାତ୍ରଛାତ୍ରୀମାନଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ଏଭଳି ପରିସ୍ଥିତିରେ ସେହି ଛାତ୍ରମାନଙ୍କ ଠାରୁ ପରୀକ୍ଷା ଫି ଓ ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି । ଯେଉଁମାନେ ମହାମାରୀରେ ପିତାମାତାଙ୍କୁ ହରାଇଛନ୍ତି।
Published by: Lipina Das
First published: September 22, 2021, 11:16 AM IST