CBSE ରେଜଲ୍ଟ (ପ୍ରତୀକାତ୍ମକ ଛବି)
News18 Odia Digital
ଆଜି ପ୍ରକାଶ ପାଇବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ସାଢ଼େ ୯ ଟାରେ ଦ୍ୱାଦଶ ଓ ଦିନ ୨ ଟାରେ ଦଶମ ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇ ଅଫିସିଆଲ ୱେବସାଇଟ୍ cbse.nic.in, www.cbseresults.nic.inରେ ଫଳ ଉପଲବ୍ଧ ହେବ ।
CBSEର ଅଫିସିଆଲ ୱେବସାଇଟରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । cbse.nic.in websiteରେ ପ୍ରକାଶ ପାଇବ ରେଜଲ୍ଟ ।
ପରେ ସିବିଏସଇ ଦ୍ୱାଦଶ ଓ ଦଶମ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ ଉପରେ କ୍ଲିକ୍ କରିବାକୁ ପଡିବ । ଲିଙ୍କ୍ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍ ନମ୍ବର ଦେବାକୁ ପଡିବ । ଦେବା ପରେ ପରୀକ୍ଷା ଫଳ ବା ମାର୍କ ସିଟ୍ ଡାଉନଲୋଡ୍ କରି ଏହାର ପ୍ରିଣ୍ଟ୍ ଆଉଟ୍ ବାହାର କରିପାରିବେ ।
ଚଳିତବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବା ବିଏସଇର ଦଶମ ପରୀକ୍ଷା ଫଳ ଓ ଆଇସିଏସଇର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ଚଳିତ ବର୍ଷ ଦେଶରେ ୨୧ ଲକ୍ଷ ୧୬ ହଜର ୨୯୦ ଜଣ ଦଶମ ଓ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଦ୍ବାଦଶ ପରୀକ୍ଷା ଦେଇଥିଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।