ଆଜି ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ; ଗିରଫଦାରୀ ନେଇ ରହିଛି ଆଶଙ୍କା

ଦିଲ୍ଲୀର ଏକ୍ସାଇଜ୍ ସ୍କାମ ମାମଲାରେ ଆଜି ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବ। ଘର ଆଗରେ କର୍ମୀଙ୍କ ଭିଡ଼ ଲାଗିବା ଆଶାଙ୍କାରେ ସିସୋଦିଆଙ୍କ ଘର ଆଗରେ ୧୪୪ ଧାରା ଲାଗୁ କରାଯାଇଛି ।

ମନୀଷ ସିସୋଦିଆ (ପ୍ରତୀକାତ୍ମକ ଛବି)

ମନୀଷ ସିସୋଦିଆ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ଏକ୍ସାଇଜ୍ ସ୍କାମ ମାମଲାରେ ଆଜି ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବ। ମନୀଷ ସିସୋଦିଆ ଏହି ମାମଲାରେ ଜଣେ ଅଭିଯୁକ୍ତ ଓ ସିବିଆଇ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛି।

ସିସୋଦିଆ ସୋମବାର ସକାଳ ୧୧ ଟାରେ ସିବିଆଇ ମୁଖ୍ୟାଳୟରେ ହାଜର ହେବାର ସମ୍ଭାବନା ରହିଛି। ଘରୁ ବାହାରିବା ଆଗରୁ ସେ ତାଙ୍କ ମାଙ୍କ ଆର୍ଶୀବାଦ ନେବାର ନଜର ଆସିଛି । ଏହା ପୂର୍ବରୁ ସିସୋଦିଆ ଟ୍ୱିଟ କରି କହିଛନ୍ତି ଯେ ମୋ ବିରୋଧରେ ମିଛ କେସ ଲଗାଯାଇଛି । ଗୁଜୁରାଟ ନିର୍ବାଚନ ସମୟରେ ପ୍ରଚାରକୁ ରୋକିବାକୁ ଏହା ଏକ ପ୍ଲାନ । ସିବିଆଇ ଅଫିସ ଯିବା ପୂର୍ବରୁ ସେ ପ୍ରଥମେ ରାଜଘାଟ ଯିବେ । ଘର ଆଗରେ କର୍ମୀଙ୍କ ଭିଡ଼ ଲାଗିବା ଆଶାଙ୍କାରେ ସିସୋଦିଆଙ୍କ ଘର ଆଗରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ସମୟରେ ମନୀଷ ସିସୋଦିଆଙ୍କ ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ମଧ୍ୟ ଆଶଙ୍କା ପ୍ରକାଶ କରିଛି। ଏହି ମାମଲାରେ ତିନି ଅଭିଯୁକ୍ତ ବିଜୟ ନାୟାର, ସମୀର ମହେନ୍ଦ୍ର ଓ ଅଭିଷେକ ବୋଇନପଲୀଙ୍କୁ ଗିରଫ କରାଯାଇଛି।

ରବିବାର AAP ନେତା ଅତିଶୀ ମାର୍ଲେନା ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ସିସୋଦିଆ ସୋମବାର ସିବିଆଇ ମୁଖ୍ୟାଳୟ ପରିଦର୍ଶନ କରିବା ସମୟରେ ଗିରଫ ହେବେ। ସିବିଆଇ ପଚରାଉଚରା ପାଇଁ ଡକାଯିବା ପରେ ଡେପୁଟି ସିଏମ ସିସୋଦିଆ ଟ୍ୱିଟ କରି କହିଛନ୍ତି ଯେ ମୋ ଘରେ ୧୪ ଘଣ୍ଟା ସିବିଆଇ ରେଡ଼ କରିଥିଲା, କିଛି ବାହାରି ନଥିଲା। ମୋ ବ୍ୟାଙ୍କ ଲକରକୁ ଖୋଜିଲେ, ସେଥିରେ କିଛି ବାହାରିଲା ନାହିଁ। ସେମାନେ ମୋ ଗାଁରେ କିଛି ପାଇଲେ ନାହିଁ। ବର୍ତ୍ତମାନ ସେମାନେ ମୋତେ ଆସନ୍ତାକାଲି ସକାଳ ୧୧ ଟାରେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି। ମୁଁ ଯାଇ ମୋର ସମ୍ପୂର୍ଣ୍ଣ ସହଯୋଗ ଦେବି। ସତ୍ୟମେବ ଜୟତେ। ''

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ଟ୍ୱିଟକୁ ରିଟ୍ୱିଟ କରି ତାଙ୍କୁ ଆଜି ଭାଗବତ ସିଂ ବୋଲି କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ଜେଲ କବାଟ ଓ ଫାଶୀ ଭଗତ ସିଂଙ୍କ ଉଚ୍ଚ ଉଦ୍ଦେଶ୍ୟକୁ ରୋକି ପାରିବ ନାହିଁ। ସ୍ୱାଧୀନତା ପାଇଁ ଏହା ହେଉଛି ଦ୍ୱିତୀୟ ସଂଗ୍ରାମ। ମନୀଷ ଓ ସତ୍ୟେନ୍ଦ୍ର ହେଉଛନ୍ତି ଆଜିର ଭଗତ ସିଂ। ୭୫ ବର୍ଷ ପରେ ଦେଶ ଜଣେ ଶିକ୍ଷା ମନ୍ତ୍ରୀ ପାଇଲା, ଯିଏ ଗରିବ ଲୋକଙ୍କୁ ଭଲ ଶିକ୍ଷା ଦେଇଥିଲା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା ଦେଇଥିଲା। କୋଟି କୋଟି ଗରିବଙ୍କ ପ୍ରାର୍ଥନା ଆପଣଙ୍କ ସହିତ ଅଛି।

ସିସୋଦିଆ ମଦ ଲାଇସେନ୍ସ ପ୍ରଦାନ ଓ ମଦ କଣ୍ଟ୍ରାକ୍ଟରମାନଙ୍କୁ ଅନ୍ୟାୟ ଭାବରେ ଉପକୃତ କରୁଥିବା ନିୟମକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ସେ GNCTD ଆକ୍ଟ 1991, ଟ୍ରାନଜାକସନ୍ ଅଫ୍ ବିଜିନେସ୍ ନିୟମ (TOBR) 1993, ଦିଲ୍ଲୀ ଏକ୍ସାଇଜ୍ ଆକ୍ଟ 2009, ଦିଲ୍ଲୀ ଏକ୍ସାଇଜ୍ ନିୟମ ୨୦୧୦ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ନୂଆ ଟେଣ୍ଡର ପରେ କେଜ୍ରିୱାଲ ସରକାର ୧୪୪ କୋଟି ଟଙ୍କା ମଦ କଣ୍ଟ୍ରାକ୍ଟରଙ୍କୁ ଭୁଲ ଭାବେ ଛାଡ଼ କରିଥିବା ଅଭିଯୋଗ କରିଥିଲା ବିଜେପି।
Published by:Soumya Das
First published: