ବିହାରରେ ଫ୍ଲୋର ଟେଷ୍ଟ ପୂର୍ବରୁ CBI ଏଣ୍ଟ୍ରି; RJDର ୨ ନେତାଙ୍କ ଘରେ ରେଡ଼

ଆଜି ସକାଳେ ରାଷ୍ଟ୍ରୀୟ ଜନତା ଦଳର ଜଣେ ସାଂସଦ ଓ ଜଣେ ଏମଏଲସିଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ନୀତିଶ କୁମାରଙ୍କ ମହା ଗଠବନ୍ଧନ ସରକାରକୁ ଫ୍ଲୋର ଟେଷ୍ଟ ଦେବାକୁ ପଡିବ।

RJDର ୨ ନେତାଙ୍କ ଘରେ ରେଡ଼ (ପ୍ରତୀକାତ୍ମକ ଛବି)

RJDର ୨ ନେତାଙ୍କ ଘରେ ରେଡ଼ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପାଟନା: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ସକାଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ଜଣେ ସାଂସଦ ଅଶଫାକ କରିମ ଓ ଜଣେ ଏମଏଲସି ସୁନୀଲ ସିଂଙ୍କ ଘରେ ଚଢ଼ାଉ କରିଛି।

ସୂଚନା ଅନୁଯାୟୀ, ଜମି ବଦଳରେ ଚାକିରି ଦେବା ସମ୍ପର୍କିତ ମାମଲାରେ ଆଜି ସିବିଆଇ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି। ଏହାର କୌଣସି ଅର୍ଥ ନାହିଁ। ସେମାନେ ଏହି ଚିନ୍ତାଧାରା କରୁଛନ୍ତି ଯେ ଭୟରୁ ବିଧାୟକମାନେ ସେମାନଙ୍କ (ବିଜେପି) ସପକ୍ଷରେ ଆସିବେ ବୋଲି କହିଛନ୍ତି ଆରଜେଡି ନେତା ।

ମଙ୍ଗଳବାର ରାତିରେ ଆରଜେଡି ମୁଖପାତ୍ର ଟ୍ୱିଟ କରି କହିଥିଲେ ଯେ ବିହାରରେ କ୍ଷମତା ହରାଇଥିବାରୁ ବିଜେପି ସିବିଆଇ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିମାନେ ଚଢାଉ ପାଇଁ ପ୍ରସ୍ତୁତ ହେଉଛନ୍ତି।

ସିବିଆଇ ଦ୍ୱାରା ପଞ୍ଜୀକୃତ ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ଓ ଝିଅଙ୍କ ନାମ ରହିଛି। UPA-1 ସରକାରରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟର ଏହି ଘୋଟାଲା ହୋଇଥିଲା।

ଅନ୍ଯପକ୍ଷେ ଆଜି ନୀତିଶ କୁମାରଙ୍କ ମହା ଗଠବନ୍ଧନ ସରକାରକୁ ଫ୍ଲୋର ଟେଷ୍ଟ ଦେବାକୁ ପଡିବ। ବିଜେପି ସହ ମିଳିତ ମେଣ୍ଟ ଭାଙ୍ଗି ନୀତିଶ କୁମାର ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳ ସହ ଏକ ନୂତନ ସରକାର ଗଠନ କରିଛନ୍ତି। ଏହି ଚଢ଼ାଉର କଣ ପ୍ରଭାବ ରହିବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।
Published by:Soumya Das
First published: