ପୁଣି ମନୀଷ ସିସୋଦିଆଙ୍କ ଅଫିସରେ CBIର ଚଢ଼ାଇ
- News18 Odia
- Last Updated :
- Cuttack, India
News18 Odia Digital
CBI Raid: ଶନିବାର ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ କରିଛି। ସେ ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଦାବି କରିଛନ୍ତି ଯେ ସିବିଆଇ ପୂର୍ବରୁ କିଛି ପାଇନାହିଁ ଏବଂ ବର୍ତ୍ତମାନ ସୁଦ୍ଧା କିଛି ପାଇବ ନାହିଁ।
ସିବିଆଇ ଚଢ଼ାଉ ସମ୍ପର୍କରେ ସିସୋଦିଆ ଟ୍ୱିଟ୍ କରିଛନ୍ତି, ‘‘ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନେ ସ୍ୱାଗତଯୋଗ୍ୟ। ସେମାନେ ମୋ ଘର ଉପରେ ଚଢ଼ାଉ କରିଥିଲେ, ମୋ ଅଫିସରେ ଚଢ଼ାଉ କରିଥିଲେ, ମୋ ଲକରରେ ଖୋଜିଥିଲେ, ମୋ ଗାଁର ଯାଞ୍ଚ କରିଥିଲେ। ମୋ ବିରୁଦ୍ଧରେ କିଛି ମିଳିଲା ନାହିଁ ଏବଂ ମିଳିବ ନାହିଁ କାରଣ ମୁଁ କିଛି ଭୁଲ କରି ନାହିଁ। ଦିଲ୍ଲୀର ପିଲାମାନଙ୍କ ଶିକ୍ଷା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିଛି।’’
ପ୍ରକାଶ ଥାଉକି ଦିଲ୍ଲୀରେ ୧୦ ହଜାର କୋଟି ଟଙ୍କାର ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଆଗରୁ ଥରେ ଜେରା କରିଛି। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।