Raid on Lalu Yadav: ଲାଲୁଙ୍କ ୧୭ଟି ଠିକଣାରେ ରେଡ଼ କଲା ସିବିଆଇ; ରାବିଡ଼ି ଦେବୀଙ୍କ ଘରେ ପହଞ୍ଚିଲା ଟିମ

ଲାଲୁ ଯାଦବଙ୍କ ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢ଼ାଉ କରିଛି । ରାବିଡ଼ି ଦେବୀଙ୍କ ବାସଭବନ ଚଢ଼ାଉ କରି ଟିମ କାଗଜପତ୍ର ଯାଞ୍ଚ କରୁଛି ।

ଲାଲୁଙ୍କ ଘରେ ଚଢ଼ାଉ କଲା ସିବିଆଇ (ପ୍ରତୀକାତ୍ମକ ଛବି)

ଲାଲୁଙ୍କ ଘରେ ଚଢ଼ାଉ କଲା ସିବିଆଇ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଚାରା ଦୁର୍ନୀତି ମାମଲାରେ ଜାମିନ ପାଇ ଜେଲରୁ ଆସିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡ଼ି)ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ପୁଣି ଅଡ଼ୁଆରେ। ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ଅନେକ ସ୍ଥାନରର ଚଢ଼ାଉ କରୁଛି।  ସିବିଆଇ ଟିମ୍ ପାଟନାରେ ପୂର୍ବତନ ସିଏମ୍ ଓ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ି ଦେବୀଙ୍କ ବାସଭବନରେ ମଧ୍ୟ ପହଞ୍ଚିଛି।

ଗୋଟିଏ ଟିମ ରାବିଡ଼ି ଦେବୀଙ୍କ ସରକାରୀ ଆବାସ ୧୦ ସର୍କୁଲାର ରୋଡ଼ରେ ମଧ୍ୟ ପହଞ୍ଚିଥିଲା । ସେଠାରେ ଟିମର ସମସ୍ୟ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି । ଏହି ସମୟରେ ଚଢ଼ାଉ ହେଉଥିବା ବିଭିନ୍ନ ଠିକଣାରେ କାହାରି ପ୍ରବେଶକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି ।
Published by:Soumya Das
First published: