News18 Odia Digital
ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସିବିଆଇ ସୋମବାର ପଚରାଉଚରା ଜାରି ରଖିଛି। ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଡକାଇଥିଲା। ସିବିଆଇ ତାଙ୍କୁ ଡକାଇବା ପରେ ଆମ୍ ଆଦମୀ ପାର୍ଟି (ଆପ) ସମଗ୍ର ମାମଲାକୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି କହିଛି ଓ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯିବା ଅଭିଯୋଗ କରିଛି।
ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଗୌରବ ଭାଟିଆ ରବିବାର କହିଥଲେ ଯେ ମନୀଷ ସିସୋଦିଆ ହେଉଛନ୍ତି ଦୁର୍ନୀତିର ଏଜେଣ୍ଟ ଯିଏ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ରେଜେରୀ ଭରୁଛନ୍ତି।
ଦିଲ୍ଲୀ ପୋଲିସ ଆପ୍ ନେତା ସଞ୍ଜୟ ସିଂଙ୍କୁ ଅଟକ ରଖିଛିବରିଷ୍ଠ ଆମ୍ ଆଦମୀ ଦଳର ନେତା ତଥା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଯେଉଁ ସମୟରେ ତାଙ୍କୁ ଗିରଫ କରାଗଲା ସେହି ସମୟରେ ସେ ବିରୋଧ ପ୍ରଦର୍ଶନ କରୁଥିଲେ। ଦିଲ୍ଲୀ ପୋଲିସ ଆପ ନେତାମାନଙ୍କୁ ବିରୋଧ ପ୍ରଦର୍ଶନ ସ୍ଥାନ ଖାଲି କରିବାକୁ କହିଥିଲା, କିନ୍ତୁ ସଞ୍ଜୟ ସିଂ କହିଥିଲେ ଯେ ମନୀଷ ସିସୋଦିଆ ଯେପର୍ଯ୍ୟନ୍ତ ଭିତରେ ଅଛନ୍ତି ଆମେ ସେ ପର୍ଯ୍ୟନ୍ତ ଏଠାରୁ ହଟିବୁ ନାହିଁ।
ଆମ୍ ଆଦମୀ ପାର୍ଟିର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ମନୀଷ ସିସୋଦିଆ ଗିରଫ ହେବା ପରେ ଗୁଜରାଟରେ ଆପର ଅଭିଯାନ ମଜବୁତ ହେବ। ସ୍ୱାଧୀନତାର ଗୀତ ଗାନ କରାଯାଉଛି। ଇଡି କିମ୍ବା ସିବିଆଇ ସହିତ ଆମର କୌଣସି ଅଭିଯୋଗ ନାହିଁ କାରଣ ସେମାନେ ଯାହା କରୁଛନ୍ତି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କରୁଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ମନୀଷ ସିସୋଦିଆ ଏକ ମିଥ୍ୟା ମାମଲାରେ ଜଡିତ ଅଛନ୍ତି ଓ ଗୁଜୁରାଟ ଫଳାଫଳ ନ ଆସିବା ପର୍ଯ୍ୟନ୍ତ ସେ ଜେଲରେ ରହିବେ ତେଣୁ ସେ ଗୁଜରାଟ ନିର୍ବାଚନରେ ପ୍ରଚାର କରିବାକୁ ଯିବେ ନାହିଁ।
ସିବିଆଇ କାର୍ଯ୍ୟାଳୟ ବାହାରେ ନିୟୋଜିତ ହେଭି ପୋଲିସ ଫୋର୍ସମନୀଷ ସିସୋଦିଆ ପଚରାଉଚରା କରିବା ମାତ୍ରେ ସିବିଆଇ କାର୍ଯ୍ୟାଳୟ ବାହାରେ ଭାରି ପୋଲିସ ଫୋର୍ସ ମୁତୟନ କରାଯାଇଛି।
ପ୍ରକାଶ ଥାଉକି ଅଗଷ୍ଟ ମାସରେ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା। ଯାହା ଉପରେ ମନୀଷ କହିଥିଲେ, ‘‘ଅନୁସନ୍ଧାନରେ ପୂର୍ଣ୍ଣ ସହଯୋଗ ଦେବ ଯାହା ଦ୍ବାରା ଶୀଘ୍ର ସତ୍ୟ ପ୍ରକାଶ ପାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ମୋ ବିରୋଧରେ ଅନେକ ମାମଲା ଦାୟର କରାଯାଇଛି କିନ୍ତୁ କିଛି ବାହାରି ନାହିଁ। ଏଥିରୁ କିଛି ମଧ୍ୟ ବାହାରକୁ ଆସିବ ନାହିଁ। ଦେଶରେ ଭଲ ଶିକ୍ଷା ପାଇଁ ମୋର କାମ ବନ୍ଦ ହୋଇପାରିବ ନାହିଁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।