ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଲୁକଆଉଟ ନୋଟିସ ଜାରି କଲା CBI

ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ତୃଣମୂଳ କଂଗ୍ରେସ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ଲୁକଆଉଟ୍ ନୋଟିସ ଜାରି କରିଛି ସିବିଆଇ। ସିବିଆଇ ଅନୁଯାୟୀ,ମାଣିକ କୋଲକାତାର ଫ୍ଲାଟ, ଗାଁ ଘରେ କୌଣସି ସ୍ଥାନରେ ନାହାଁନ୍ତି।

ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ

ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ

  • Share this:
News 18 Odia Digital

ପଶ୍ଚିମବଙ୍ଗ: ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ତୃଣମୂଳ କଂଗ୍ରେସ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଲୁକ୍ଆଉଟ୍ ନୋଟିସ ଜାରି କରିଛି ସିବିଆଇ। ସିବିଆଇ ଅନୁଯାୟୀ, ମାଣିକ କୋଲକାତାର ଫ୍ଲାଟ, ଗାଁ ଘରେ କୌଣସି ସ୍ଥାନରେ ନାହାଁନ୍ତି। ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି।

ସିବିଆଇ ପ୍ରାଥମିକ ଶିକ୍ଷକ ନିଯୁକ୍ତି ସ୍କାମର ଅନୁସନ୍ଧାନ କରୁଛି ଓ ଅଭିଯୋଗ ପରେ ହାଇକୋର୍ଟ ତାଙ୍କୁ ପ୍ରାଥମିକ ଶିକ୍ଷକ ବୋର୍ଡର ଅଧ୍ୟକ୍ଷ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଅଧିକାରୀମାନେ ହାଇକୋର୍ଟ ଯାଇ ଓକିଲଙ୍କ ପରାମର୍ଶ ନେଇଥିଲେ ଯେ ଯଦି ସେ ନମିଳିଲେ ତେବେ କଣ କରାଯିବ।

ଶନିବାର ସକାଳେ ଯାଦବପୁରର ସେଣ୍ଟ୍ରାଲ ରୋଡରେ ଥିବା ଫ୍ଲାଟର ବାଲକୋନୀରେ କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳିଥିଲା। ମାଣିକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ବାରମ୍ବାର ଦାବି କରିଛନ୍ତି ଯେ ସେ କୌଣସି ସ୍ଥାନରୁ ପଳାଇ ନାହାଁନ୍ତି। ସେ ତଦନ୍ତରେ ସହଯୋଗ କରୁଛନ୍ତି। ସେ ସକାଳ ୯.୨୦ ରେ ହଠାତ୍ ବାହାରକୁ ଆସିଥିଲେ। ସେ ବାଲକୋନୀରେ ବାହାରକୁ ଆସି ଘରେ ଥିବା ଦାବି କରିଥିଲେ। ସେ କହିଥିଲେ, "ମୁଁ ଘରେ ଅଛି, ଆପଣ ବର୍ତ୍ତମାନ ନିଶ୍ଚିତ କି?" କିନ୍ତୁ ସେ ବିଚାରାଧୀନ କୋର୍ଟ ମାମଲା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି। ସେ କେବଳ କହିଥିଲେ, ଦୟାକରି ଆମକୁ ସାଧାରଣ ଜୀବନଯାପନ ବଞ୍ଚିବାକୁ ଦିଅନ୍ତୁ।
Published by:Soumyashree Mishra
First published: