News18 Odia Digital
ସିବିଆଇ ଟିମ୍ ରାଜସ୍ଥାନର ସିଏମ୍ ଅଶୋକ ଗେହଲୋଟଙ୍କ ବଡ଼ଭାଇ ଅଗ୍ରସେନ୍ ଗେହଲୋଟଙ୍କ ଯୋଧପୁର ବାସଭବନରେ ପହଞ୍ଚିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ପାଇଁ ଦିଲ୍ଲୀରେ ଅଶୋକ ଗେହଲୋଟଙ୍କ ପ୍ରଦର୍ଶନ ସହିତ ଏହି ସିବିଆଇ ଆକ୍ରମଣର କାର୍ଯ୍ୟ ମଧ୍ୟ ଜଡିତ ଅଛି।
୨୦୦୭ ସାର ଦୁର୍ନୀତି ମାମଲାରେ ଅଗ୍ରସେନଙ୍କ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ କରିଛି। ଦିଲ୍ଲୀରୁ ଯାଇଥିବା ସିବିଆଇର ଗୋଟିଏ ଟିମ୍ ଆଜି ସକାଳ ୭.୩୦-୮ଟା ମଧ୍ୟରେ ଅଗ୍ରସେନଙ୍କ ଘରେ ଏବଂ ଆଉ ଗୋଟିଏ ଟିମ ତାଙ୍କ ଦୋକାନରେ ପହଞ୍ଚିଥିଲେ।
ସାର ରପ୍ତାନି ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ମଧ୍ୟ ଅଗ୍ରସେନ୍ ଗେହ୍ଲଟ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୃଷ୍ଟିରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି ଯେ, ୨୦୦୭ ଏବଂ ୨୦୦୯ରେ ବେଆଇନ ଭାବେ ବିପୁଳ ପରିମାଣର ସାର ରପ୍ତାନି ହୋଇଥିଲା।
ସାର ମାମଲାରେ, ପ୍ରବର୍ତ୍ତନ ନିର୍ଦେଶାଳୟ ‘ସରଫ୍ ଇମ୍ପେକ୍ସ୍’ 9 ଅନ୍ୟାନ୍ୟ କମ୍ପାନିଗୁଡ଼ିକ ନାମରେ ‘ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ’ରେ ତଦନ୍ତ ଆରମ୍ଭ କରିଛି। ଅଗ୍ରସେନ ଗେହଲଟଙ୍କ ମାଲିକାନାରେ ଥିବା ‘ଅନୁପମ କୃଷି’ କମ୍ପାନି ‘ସରଫ ଇମ୍ପେକ୍ସ’ ଜରିଆରେ ପଟାସ ରପ୍ତାନି କରିଥିବା ଅଭିଯୋଗ ହୋଇଥିଲା। ପରେ ଉକ୍ତ ସାରକୁ ‘ଇଣ୍ଡଷ୍ଟ୍ରିଆଲ ସଲଟ’ ବୋଲି ଦର୍ଶାଇ ମାଲେସିୟା ଏବଂ ସିଙ୍ଗାପୁରକୁ ରପ୍ତାନି କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।